Jawan: 'ଯବାନ' ସିନେମାରେ ଶାହାରୁଖ ଖାନଙ୍କ ଖୋଲା ଚ୍ୟାଲେଞ୍ଜ୍, କହିଲେ ମୁଁ ଭିଲେନ୍ ହେଲେ ମୋ ଆଗରେ ସବୁ ହିରୋ ଜିରୋ
Advertisement
Article Detail0/zeeodisha/odisha1773657

Jawan: 'ଯବାନ' ସିନେମାରେ ଶାହାରୁଖ ଖାନଙ୍କ ଖୋଲା ଚ୍ୟାଲେଞ୍ଜ୍, କହିଲେ ମୁଁ ଭିଲେନ୍ ହେଲେ ମୋ ଆଗରେ ସବୁ ହିରୋ ଜିରୋ

Jawan: ଆସୁଛି ସୁପରଷ୍ଟାର ଶାହାରୁଖ ଓ ଦୀପିକାଙ୍କ ଅଭିନିତ ନୂଆ ସିନେମା 'ଯବାନ'

Jawan: 'ଯବାନ' ସିନେମାରେ ଶାହାରୁଖ ଖାନଙ୍କ ଖୋଲା ଚ୍ୟାଲେଞ୍ଜ୍, କହିଲେ ମୁଁ ଭିଲେନ୍ ହେଲେ ମୋ ଆଗରେ ସବୁ ହିରୋ ଜିରୋ

Shah Rukh Khan: ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ତଥା ଆପଣଙ୍କ ପ୍ରିୟ ଅଭିନେତା ଶାହରୁଖ ଖାନ (Shah rukh khan)ଙ୍କ ନୂଆ ସିନେମା 'ଯବାନ' (Jawan)ର ଟିଜର୍ ରିଲିଜ୍ ହୋଇଯାଇଛି । ଯେଉଁପରି ଆଶା କରାଯାଉଥିଲା ଠିକ୍ ସେହିପରି ଫିଲ୍ମର ଟିଜରରେ କିଛି ନିଆରାପଣ ଦେଖିବାକୁ ମିଳିଛି । ସାଉଥ ବ୍ଲକବଷ୍ଟର ନିର୍ଦ୍ଦେଶକ (South Blockbuster Director) ଅଟଲେଙ୍କ ନିଆରା କାମ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଛି ।  କିନ୍ତୁ ଆଟଲେ ଜାଭାନରେ ଶାହାରୁଖ ଖାନଙ୍କ ଲୁକ୍ ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା । ଟିଜରରେ ଶାହାରୁଖ ଖାନଙ୍କ ବିଭିନ୍ନ ଷ୍ଟାଇଲିସ୍ ଗେଟଅପ (Stylish getup) ଦେଖିବାକୁ ମିଳୁଛି । ଫିଲ୍ମରେ ଶାହାରୁଖଙ୍କର ଡବଲ୍ ରୋଲ୍ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି । ଏଥର ଫାଇଟ୍ ସିନ୍ (Fight scene) ସାମାନ୍ୟ କମ୍ ଅଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ଗୁଡ଼ିକ ସଂଳାପ ଦର୍ଶକଙ୍କୁ ଖୁବ୍ ଭଲଲାଗେ । ଅନେକ ଜଣ ଭାବୁଛନ୍ତି ଯେ, ହୁଏତ ଏହି ସିନେମା ଯବାନଙ୍କ ଉପରେ ଆଧାରିତ ହୋଇଛି । ତେବେ ସେ ଯାହା ବି ହେଉ ଶାହାରୁଖଙ୍କ ନୂଆ ସିନେମାକୁ ଅପେକ୍ଷା କରିଥାନ୍ତି ଦର୍ଶକ । ଏଥର ମଧ୍ୟ କିଛି ନୂଆ ଓ ଖାସ୍ ଦେଖିବାକୁ ମିଳିବ ବୋଲି ପ୍ରଶଂସକଙ୍କର ଆସା ରହିଛି । ତେବେ ଶୁଣିବାକୁ ମିଳୁଛି ଶାହରୁଖଙ୍କର ଏକ ଡାଏଲଗ ରହିଛି ଯେ, ମୁଁ ଯେତେବେଳେ ଭିଲେନ୍ ହୋଇଯାଏ ସେତେବେଳେ କୌଣସି ହିରୋ ମୋ ସାମ୍ନାରେ ଛିଡା ହୋଇପାରିବେ ନାହିଁ । ଏପରି ଏକ ଡାଏଲଗକୁ ନେଇ ଖୁବ୍ ଚର୍ଚ୍ଚା ଆଲୋଚନା ମଧ୍ୟ ବଢିବାରେ ଲାଗିଛି । ଜଣେ ଦର୍ଶକ କହିଛନ୍ତି ଯେ, ବୋଧହୁଏ ଏଥର ଶାହାରୁଖ ଭିଲେନ୍ କ୍ୟାରେକ୍ଟରରେ ଦମଦାର ଅଭିନୟ କରିବେ । ସାମ୍ନାକୁ ଆସିଥିବା ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, କିଙ୍ଗ୍ ଖାନଙ୍କ ନିଶ ଓ ଦାଢି ଖୁବ୍ ଆକର୍ଷଣୀୟ ରହିଛି । ଉଭୟ କଳା ଓ ଧଳା ନିଶ ଦାଢି ରଖିବା ସହ ଶାହାରୁଖ ସିରିୟସ୍ ଲୁକରେ ନଜର ଆସିଛନ୍ତି ।

ଆଟଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଶାହରୁଖ ଖାନଙ୍କ ସିନେମା 'ଯବାନ'ରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ, ଗିରିଜା ଓକ ସାନିଆ ମଲହୋତ୍ରା, ପ୍ରିୟମାନି, ରିଦ୍ଧି ଡୋଗ୍ରା, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ, ଆଲିଆ କୁରେଶି, , ସୁନୀଲ ଗ୍ରୋଭର ଏବଂ ମୁକେଶ ଛାବ୍ରା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି  । ତେବେ ସିନେମା ଯବାନ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଭାରତ ସମେତ ଅନ୍ୟ ଦେଶଗୁଡିକରେ ମଧ୍ୟ ମୁକ୍ତିଲାଭ କରିବ । ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ଦର୍ଶକ ସିନେମାଟିକୁ ଦେଖିପାରିବେ । ଯବାନକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଗଲାଣି । ନିଜର ପ୍ରିୟ ଅଭିନେତା ଶାହାରୁଖଙ୍କୁ ଫ୍ୟାନ୍ସମାନେ ନୂଆ ସିନେମା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ଏଥିସହ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଦିଆଯାଉଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ- 

https://www.youtube.com/watch?v=k8YiqM0Y-78&t=116s

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଶାହାରୁଖ ଦୀପିକାଙ୍କ ଅଭିନିତ ସିନେମା ପଠାନକୁ ନେଇ ମଧ୍ୟ ସମଗ୍ର ଦେଶରେ ଅନେକ ଚର୍ଚ୍ଚା ହେବା ସହ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ସିନେମାର ବେଶରମ ରଙ୍ଗ ଗୀତକୁ ବିବାଦକୁ ଟାଣିଥିଲେ କିଛି ବ୍ୟକ୍ତି । କିନ୍ତୁ ସିନେମା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା । ୬ ଏପ୍ରିଲ୍ ସୁଦ୍ଧା ସିନେମାଟି ଦେଶରେ ୬୫୪ କୋଟି କଲେକ୍ସନ କରିଥିବାବେଳେ ଦେଶ ବାହାରେ ୩୯୬କୋଟି ଟଙ୍କା (₹396.02 crore) (US$50 million) କଲେକ୍ସନ କରିବାରେ ସକ୍ଷମ ହୋଇଥିଲା । କହିବାକୁ ଗଲେ ସମଗ୍ର ବିଶ୍ୱରେ ପଠାନ ସିନେମା ୧ ହଜାର କୋଟିରୁ ଉର୍ଦ୍ଧ ବ୍ୟବସାୟ କରିଥିଲା

Also Read- Delivery Boy: ୨ପିଲାକୁ ସାଥିରେ ଧରି ଖାଦ୍ୟ ପହଞ୍ଚାଉଛନ୍ତି ଡେଲିଭରୀ ବୟ, ଗ୍ରାହକ କହିଲେ ଏମିତି..