ମେଗା ଧାରାବାହିକ ‘ସୁନା ଝିଅ’ରେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ "ସମ୍ପର୍କର ନୂଆ ଅଧ୍ୟାୟ"
Advertisement

ମେଗା ଧାରାବାହିକ ‘ସୁନା ଝିଅ’ରେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ "ସମ୍ପର୍କର ନୂଆ ଅଧ୍ୟାୟ"

Entertainment News: ଓଡ଼ିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତା ଓ ସଫଳତାକୁ ପ୍ରତିଫଳିତ ଏହି  କାହାଣୀ, ଏହି କାହାଣୀ ‘ସୁନା ଝିଅ’ ଯେଉଁଥିରେ ପ୍ରିୟା, ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀରେ ଆସୁଥିବା ପରିବର୍ତ୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

ମେଗା ଧାରାବାହିକ ‘ସୁନା ଝିଅ’ରେ ୧୮ ମାର୍ଚ୍ଚରୁ ଆରମ୍ଭ ହେବ "ସମ୍ପର୍କର ନୂଆ ଅଧ୍ୟାୟ"

Entertainment News: ଓଡ଼ିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡ଼ିଆ ଘରର କାହାଣୀ ଓ ପ୍ରଗତିଶୀଳ ଓଡ଼ିଆ ମହିଳାମାନଙ୍କ ଜୀବନ ଯାତ୍ରାକୁ ନିଜର ମେଗା ଧାରାବାହିକ ମାଧ୍ୟମରେ ପ୍ରତିପାଦିତ କରିଥାଏ ଓ ଓଡ଼ିଆ ଦର୍ଶକଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ । ତେଣୁ, ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ଜାରି ରଖି ଓଡ଼ିଶାର ଲୋକପ୍ରିୟ ମେଗା ଧାରାବାହିକ ‘ସୁନା ଝିଅ’ କାହାଣୀରେ ରେ ଆଣିଛି ନୂଆ ମୋଡ । 

ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତ୍ତୀ ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇଥିବା କାହାଣୀରେ ଦୀର୍ଘ ୬ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ ସିନିଅର ବିଡିଓ ହୋଇପାରିଛନ୍ତି ଆଉ ଏହି ଜୀବନ ଯାତ୍ରାରେ ସେ ନିଜ ଝିଅ ବଂଶିକା ଓ ସ୍ୱାମୀ ବିଷ୍ଣୁଙ୍କ ଠାରୁ ଦୂରରେ ରହୁଛନ୍ତି । ବଂଶିକା ରହୁଛନ୍ତି  ଅମ୍ରିତା ଆଉ ସାହିଲର ଝିଅ ହେଇକି, ବିଷ୍ଣୁ ଆଉ ତାଙ୍କ ପରିବାରସହ କିନ୍ତୁ ସେ ପ୍ରିୟା ଆଉ  ବିଷ୍ଣୁଙ୍କ  ଝିଅ  ବୋଲି  କେବଳ ପ୍ରିୟା, ଅମ୍ରିତା ଓ ଗୀତା ଜାଣିଛନ୍ତି। ସେପଟେ ବଂଶିକା ବିଷ୍ଣୁଙ୍କ ସବୁଠାରୁ ଭଲ ବନ୍ଧୁ ସାଜିଛନ୍ତି ଆଉ ବଂଶିକା ମଧ୍ୟ ପ୍ରିୟାଙ୍କ ପରି ବିଡିଓ ହେବାର ସ୍ବପ୍ନ ଦେଖନ୍ତି ଓ ବିଷ୍ଣୁଙ୍କ ଠାରୁ ପ୍ରିୟା ବିଷୟରେ ସବୁବେଳେ ଶୁଣିଥିବାରୁ ପ୍ରିୟାଙ୍କୁ ନିଜର ଆଦର୍ଶ ମାନି ନେଇଥାଏ ବଂଶିକା। ସେପଟେ ପ୍ରିୟାଙ୍କ ଦ୍ବିତୀୟ ଝିଅ ଅଂଶୀକା ସମ୍ପୂର୍ଣ୍ଣ ବିପରୀତ, ସେ ପୁରା  ଭବାନୀଙ୍କ ଭଳି ଦେଖାଇ ହେବା ପସନ୍ଦ କରନ୍ତି, ଯେ ତାଙ୍କ ମା ଜଣେ ବରିଷ୍ଠ ବିଡିଓ । ପ୍ରିୟା ତାକୁ ସବୁବେଳେ ଭଲ ବାଟରେ ନେବାକୁ ଚେଷ୍ଟା କରନ୍ତି କିନ୍ତୁ ଅସଫଳ ହୁଅନ୍ତି। ଅଂଶୀକା ସବୁବେଳେ ପ୍ରିୟାଙ୍କୁ ନିଜ ବାପାଙ୍କ ବିଷୟରେ ପଚାରନ୍ତି ହେଲେ ପ୍ରିୟା କିଛି କୁହନ୍ତି ନାହିଁ । ଦୀର୍ଘ ୬ ବର୍ଷ  ପରେ ଅଂଶୀକା ଆଉ  ପ୍ରିୟା ନିଜ ପରିବାର ସହ ପୁଣି  ଥରେ ନିଜ ଗାଁ କୁ ଆସିଛନ୍ତି । ଅଂଶୀକା ଓ ବଂଶିକା ସମାନ ସ୍କୁଲରେ  ପାଠ ପଢିଲେ ଆଉ ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠେ ନିବିଡ ବନ୍ଧୁତା, କିନ୍ତୁ ନିଜର ପ୍ରକୃତ ସମ୍ପର୍କ ବିଷୟରେ କେହି ଜାଣିନଥାନ୍ତି ତେବେ କିପରି ଦୁଇ ଭଉଣୀ ଏକାଠି ହେବେ ଓ ପ୍ରିୟା ଓ ବିଷ୍ଣୁଙ୍କୁ କିପରି ଏକାଠି କରିବେ ତାହା ଦେଖିବା କାହାଣୀରେ । 

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତା ଓ ସଫଳତାକୁ ପ୍ରତିଫଳିତ ଏହି  କାହାଣୀ, ଏହି କାହାଣୀ ‘ସୁନା ଝିଅ’ ଯେଉଁଥିରେ ପ୍ରିୟା, ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀରେ ଆସୁଥିବା ପରିବର୍ତ୍ତନ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Also Read- Samsung Galaxy A35 ଏବଂ A55ର ଦାମ୍ ଏବଂ ଫିଚର ଜାଣନ୍ତୁ

Also Read- Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ