Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ
Advertisement
Article Detail0/zeeodisha/odisha1894515

Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ

Rupa Pintu: ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ରୂପା ପିଣ୍ଟୁଙ୍କ ସୋସିଆଲ ମିଡିଆ ପେଜରେ ଅଶ୍ଳିଳ ଭିଡିଓ ଭଇରାଲ୍ ହୋଇଥିବା ଦେଖିବାକୁ ମିଳିଛି ।

Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ

Rupa Pintu: ସୋସିଆଲ ମିଡିଆ ମାଧ୍ୟମରେ ରିଲସ ଓ ବ୍ଲଗିଂ (Reels and Blogging) କରି ଓଡ଼ିଶାରେ ଘରେ ଘରେ ପରିଚିତ ହୋଇପାରିଥିବା ତଥା ବର୍ତ୍ତମାନର ଟ୍ରେଣ୍ଡିଂ ୟୁଟୁବର ରୂପା ପିଣ୍ଟୁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ (Social media platforms)କୁ ସାହାରା କରି ଉଭୟେ ଲୋକପ୍ରିୟତା ହାସଲ କରିଥିଲେ ଶେଷରେ ସେହି ସୋସିଆଲ ମିଡିଆ ପେଜରେ ଅଶ୍ଳୀଳ ଭିଡିଓ (Naked video) ଅପଲୋଡ ହୋଇଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିବା ଜଣାପଡିଛି ।

ରୂପା ପିଣ୍ଟୁ ବ୍ୟବହାର କରୁଥିବା ଫେସବୁକ ପେଜ୍ Rupa,pin2,khushi express ରେ ରୂପା ଓ ପିଣ୍ଟୁଙ୍କର ଅନେକ ଫଟୋ ସହିତ ରିଲସ ଓ ଭିଡିଓ ରହିଛି । ଉକ୍ତ ପେଜଟିକୁ ୨ଲକ୍ଷ ୨୨ ହଜାର ଲୋକ ଫଲୋ (222K followers) ଏବଂ ୪୧ ହଜାର ଲୋକ ଲାଇକ (41K likes) କରିଛନ୍ତି । ସେହି ଫେସବୁକ ପେଜ (Facebook page)ର ଷ୍ଟୋରୀରେ ଦେଖିବାକୁ ମିଳିଛି ଅଶ୍ଳୀଳ ଭିଡିଓ । ସବୁବେଳେ ଭଲ ଭଲ ରିଲସ୍ ସେୟାର କରୁଥିବା ରୂପା ପିଣ୍ଟୁଙ୍କ ଲକ୍ଷାଧିକ ପ୍ରଶଂସକଙ୍କ ଏହି ଦୃଶ୍ୟ ଦେଖିବା ପରେ ଅନେକ ପ୍ରତିକ୍ରିୟା ଦେଉଥିବା ଜଣାପଡୁଛି । ଏହା ରୂପା ପିଣ୍ଟୁଙ୍କ ଜାଣତରେ ହୋଇଛି ନା ଅଜାଣତରେ ହୋଇଛି ସେନେଇ କୌଣସି ସୂଚନା ମିଳିନଥିବା ସମୟରେ ହୁଏତ କେହି ରୂପା ପିଣ୍ଟୁଙ୍କ ଫେସବୁକ ପେଜ୍ କୁ ହ୍ୟାକ୍ (Facebook page hack) କରିଥାଇପାରେ ବୋଲି ଅନୁମାନ କରାଯାଉଛି । 

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରୂପା -ପିଣ୍ଟୁ ବିଭିନ୍ନ ସମୟରେ ବ୍ଲଗିଂ ମାଧ୍ୟମରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଭିଡିଓ ପ୍ରସ୍ତୁତ କରିଥାନ୍ତି । କେବଳ ସେତିକି ନୁହେଁ ଅନେକ ମ୍ୟୁଜିକ ଭିଡିଓରେ ଦୁହେଁ ଅଭିନୟ କରିଛନ୍ତି । ରୂପା ପିଣ୍ଟୁଙ୍କ ଅଭିନିତ ମ୍ୟୁଜିକ ଭିଡିଓ ଗୁଡିକ ମିଲିୟନ ମିଲିୟନ ଭିଉଜ୍ ମଧ୍ୟ ଯାଇଥାଏ ୟୁଟୁବ ମାଧ୍ୟମରେ । ସୋସିଆଲ ମିଡିଆ ମାଧ୍ୟମରେ ଏହି ଯୋଡି ଅର୍ଥ ଉପାର୍ଜନ କରି ଚର୍ଚ୍ଚାକୁ ଆସିଥିଲେ । ୟୁଟୁବ ପକ୍ଷରୁ ଅନେକ ଉପହାର ଜିତିବାରେ ସକ୍ଷମ ହୋଇପାରିଛନ୍ତି ରୂପା-ପିଣ୍ଟୁ । କେବଳ ଅନେକ ସମୟରେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚି ସାହାଯ୍ୟର ହାତ ବଢାଇବା କାରଣରୁ ମଧ୍ୟ ରୂପା-ପିଣ୍ଟୁଙ୍କୁ ଅନେକ ପ୍ରଶଂସା ମିଳିଥାଏ । ତେବେ ଲୋକଙ୍କ ମନରୋଞ୍ଜନ ପାଇଁ ସବୁବେଳେ ନୂଆ କିଛି ପ୍ରୟାସ କରୁଥିବା ଏହି ଯୋଡିଙ୍କୁ କିଏ ଜାଣିଶୁଣି ଟାର୍ଗେଟ୍ କରିଛି ନା ଏହାର ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ତାହା ଜଣାପଡିନାହିଁ । ଏଥିସହ ଅନେକ ଫ୍ୟାନ୍ସ ଉଭୟଙ୍କୁ ସାଇବର ଥାନାର ଦ୍ୱାରସ୍ଥ ହଗେବାକୁ ପରାମର୍ଶ ଦେଉଛନ୍ତି ବୋଲି ସୂତନା ମିଳିଛି । ପୋଲିସରେ ଅଭିଯୋଗ ଓ ତଦନ୍ତ ପରେ ହିଁ ଘଟଣାର ସତ୍ୟତା ଜଣାପଡିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ସାଇବର କ୍ରାଇମକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ଅନେକ ବ୍ୟକ୍ତିଙ୍କର ସୋସିଆଲ ମିଡିଆ ପେଜକୁ ହ୍ୟାକ କରିନେଉଛନ୍ତି ସାଇବର ଠକ । ରାଜନେତା, ଅଭିନେତା ହୁଅନ୍ତୁ କି ସାଧାରଣ ଲୋକ ବର୍ତ୍ତମାନ ପ୍ରାୟ ଅନେକ ଲୋକ ସାଇବର ଲୁଟେରାଙ୍କ ଟାର୍ଗେଟରେ ରହୁଛନ୍ତି । ବିଭିନ୍ନ ସମୟରେ ଅନ୍ୟର ସୋସିଆଲ ମିଡିଆ ପେଜକୁ ହ୍ୟାକ କରି ଟଙ୍କା ଲୁଟିବାର ଅଭିଯୋଗ ମଧ୍ୟ ଆସୁଛି । ଏନେଇ ସାଇବର ଥାନାରେ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ଦେଖିବାକୁ ମିଳୁଛି । ପୋଲିସ ପକ୍ଷରୁ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । କିନ୍ତୁ ତଥାପି ସାଇବର କ୍ରାଇମ କମିବାର ନାଁ ନେଉନାହିଁ । 

Also Read- Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...

Also Read- Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ