Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ
Advertisement
Article Detail0/zeeodisha/odisha1893248

Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ

ଅନେକ ଲୋକଙ୍କ ମନରେ ଧାରଣା ରହିଛି ଯେ, ଘର ଚଳାଇବାରେ ସ୍ୱାମୀ ସ୍ତ୍ରୀଙ୍କ ଭୂମିକା ଅନେକ । କେବଳ ଘର ନୁହେଁ ବରଂ ବ୍ୟବସାୟକୁ ଖୁବ ଆଗକୁ ବଢାଇବା ପାଇଁ ମଧ୍ୟ ସ୍ୱାମୀ-ସ୍ତ୍ରୀ ପରିଶ୍ରମ (Husband and wife work together) କରି ସଫଳତା ପାଇଛନ୍ତି । ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ଘର ପରିଚାଳନା ସହିତ ବ୍ୟବସାୟକୁ ମଧ୍ୟ ସଫଳ (Successfu

Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ

Success Story: ଅନେକ ଲୋକଙ୍କ ମନରେ ଧାରଣା ରହିଛି ଯେ, ଘର ଚଳାଇବାରେ ସ୍ୱାମୀ ସ୍ତ୍ରୀଙ୍କ ଭୂମିକା ଅନେକ । କେବଳ ଘର ନୁହେଁ ବରଂ ବ୍ୟବସାୟକୁ ଖୁବ ଆଗକୁ ବଢାଇବା ପାଇଁ ମଧ୍ୟ ସ୍ୱାମୀ-ସ୍ତ୍ରୀ ପରିଶ୍ରମ (Husband and wife work together) କରି ସଫଳତା ପାଇଛନ୍ତି । ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ଘର ପରିଚାଳନା ସହିତ ବ୍ୟବସାୟକୁ ମଧ୍ୟ ସଫଳ (Successful business) କରି ଦେଖାଇଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ସଫଳ ଦମ୍ପତିଙ୍କ ବିଷୟରେ ଜଣାଇବୁ ଯିଏ କି ଏକାଠି ହୋଇ ଏକ ୧୦୦ କୋଟି ଟଙ୍କା ମୂଲ୍ୟର କମ୍ପାନୀ ଛିଡା କରିପାରିଛନ୍ତି ।

ଆମେ ଯେଉଁ ସଫଳ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ହେଲେ ଅଭିଷେକ ଗୋୟଲ ଏବଂ ତାଙ୍କ ପତ୍ନୀ ନେହା ସିଂ । ଉଭୟେ ହେଉଛନ୍ତି ଟ୍ରାକ୍ସନର ପ୍ରତିଷ୍ଠାତା I (tracxn founder) । ଟ୍ରାକ୍ସନ ହେଉଛି ଏପରି ଏକ କମ୍ପାନୀ ଯାହା ଦେଶର ଅନ୍ୟତମ ସଫଳ ଡାଟା ଟ୍ରାକିଂ ପ୍ଲାଟଫର୍ମ । ଏହି ଦମ୍ପତ୍ତିଙ୍କ କମ୍ପାନୀ ଏତେ ସଫଳତା ପାଇଛି ଯେ, ଶିଳ୍ପପତି ରତନ ଟାଟା ମଧ୍ୟ ଉକ୍ତ ଦମ୍ପତ୍ତିଙ୍କୁ ବ୍ୟବସାୟରେ ସହଯୋଗ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଚାକିରୀ ଛାଡି କରିଥିଲେ ବ୍ୟବସାୟ 
ଟ୍ରାକ୍ସନ୍ କମ୍ପାନୀ ଆରମ୍ଭ ହେବା ପୂର୍ବରୁ ଉଭୟ ଦମ୍ପତ୍ତି ଅଭିଷେକ ଗୋୟଲ ଏବଂ ନେହା ସିଂ ଚାକିରୀ କରୁଥିଲେ । ଚାକିରୀ କ୍ୟାରିୟରରେ ମଧ୍ୟ ସଫଳତା ପାଇ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିଲେ । ଆଇଆଇଟି ବମ୍ବେ ଏବଂ ଲେଲାଣ୍ଡ ଷ୍ଟାନଫୋର୍ଡ ବିଜନେସ୍ ୟୁନିଭରସିଟିର ସ୍ନାତକ ନେହା ସିଂ ଏକ ବଡ଼ ପୁଞ୍ଜି ଫାର୍ମରେ ଚାକିରି ପାଇଥିଲେ। ଚାକିରୀ କରିଥିବା ସମୟରେ ମଧ୍ୟ ବ୍ୟବସାୟ ପ୍ରତି ତାଙ୍କର ଅନେକ ଇଚ୍ଛା ରହିଥିଲା । ସେହି ଇଚ୍ଛା ପାଇଁ ସେ ଚାକିରୀ ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆରମ୍ଭରେ ନିରାଶା
ଉଚ୍ଚ ବେତନର ଚାକିରୀ ଛାଡି ଟ୍ରାକ୍ସନ୍ କମ୍ପାନୀ ଆରମ୍ଭ କରିବା ପରେ ଉଭୟ ଅଭିଷେକ ଗୋୟଲ ଏବଂ ନେହା ଅନେକ ପରିଶ୍ରମ କରିଥିଲେ । କମ୍ପାନୀକୁ ପ୍ରତିଷ୍ଠା କରିବା ଉଭୟଙ୍କ ପାଇଁ ଏତେ ସହଜ ନଥିଲା । ପ୍ରଥମ ବର୍ଷରେ ନେହା ଏବଂ ଅଭିଷେକ ନିରାଶ ହୋଇଥିଲେ କାରଣ କମ୍ପାନୀର ଆୟ ବହୁତ କମ୍ ଥିଲା ।

ରତନ ଟାଟାଙ୍କଠାରୁ ମିଳିଲା ସମର୍ଥନ
ବ୍ୟବସାୟରେ ଆଶାନୁରୁପକ ଲାଭ ନମିଳିବାରୁ ଏପରି ଏକ ସମୟ ଆସିଲା ଯେଉଁ ସମୟରେ ନେହା ଏବଂ ଅଭିଷେକ ଆଶା ହରାଇବାକୁ ବସିଲେ । କିନ୍ତୁ, ଉକ୍ତ ଖରାପ ସ୍ଥିତିରେ ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ରତନ ଟାଟାଙ୍କ ଉଭୟଙ୍କୁ ସମର୍ଥନ ଦେଇଥିଲେ । ସେ ଟ୍ରାକ୍ସନ୍ ରେ ନୂଆ ସମ୍ଭାବନା ଦେଖି କମ୍ପାନୀରେ ପୁଞ୍ଜି ବିନିଯୋଗ (Capital investment) କରିଥିଲେ । ରତନ ଟାଟା ଅଭିଷେକ ଓ ନେହାଙ୍କ କମ୍ପାନୀ ସହିତ ହାତ ମିଳାଇବା ମାତ୍ରେ ନେହା ଏବଂ ଅଭିଷେକଙ୍କ ଆଶା ବଢିଯାଇଥିଲା । କମ୍ପାନୀକୁ ନୂଆ ନୂଆ ସଫଳତା ମିଳିବା ଆରମ୍ଭ ହୋଇଥିଲା । କେବଳ ରତନ ଟାଟା ନୁହଁନ୍ତି ଏଥିସହିତ ଆହୁରୀ ଅନେକ ବଡ଼ ବଡ଼ ଶିଳ୍ପପତି କମ୍ପାନୀଙ୍କୁ ସହଯୋଗର ହାତ ବଢାଇଥିଲେ । ଫ୍ଲିପକାର୍ଟ ପ୍ରତିଷ୍ଠାତା ସଚିନ ଏବଂ ବିନି ବାନସାଲ, ଦିଲ୍ଲୀର ସାହିଲ ବାରୁଆ, ମୋହନଦାସ ପାଏ ଏବଂ ନନ୍ଦନ ନୀଲେକାନି ମଧ୍ୟ ଏହି କମ୍ପାନୀରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୨୨ ମସିହାରେ ଟ୍ରାକ୍ସନ୍ କମ୍ପାନୀର ମୋଟ ଆୟ ୧୦ ମିଲିୟନ୍ ଡଲାରରୁ ଅଧିକ ରେକର୍ଡ କରାଯାଇଥିଲା, ଯାହାକି ଭାରତୀୟ ମୂଲ୍ୟରେ ୮୩ କୋଟି ଚଙ୍କାରୁ ଅଧିକ । ଯାହା ଦ୍ୱାରା ସେମାନଙ୍କ କମ୍ପାନୀର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି । ଡିଏନ୍ଏ ରିପୋର୍ଟ ଅନୁଯାୟୀ, ନେହା ସିଂ ଏବଂ ଅଭିଷେକ ଗୋୟଲଙ୍କ ନିକଟରେ ଥିବା ସମୁଦାୟ ସମ୍ପତ୍ତିର ଦାମ ୨୬ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

Also Read- October Month Festivals: ଅକ୍ଟୋବରରେ ପାଳନ ହେବ ଏହିସବୁ ପର୍ବ

Also Read- PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି