ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ
Advertisement
Article Detail0/zeeodisha/odisha1267070

ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

Rajeswari Ray Mohapatra passes away: ଏହାପୂର୍ବରୁ ୨୦୧୯ରେ ସେ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଜୀବନର ଏହି କଠିନ ସମୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ପ୍ରଶଂସକଙ୍କଠାରୁ ଆଶୀର୍ବାଦ ମଧ୍ୟ ମାଗିଥିଲେ ।

ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଭୁବନେଶ୍ୱର: Rajeswari Ray Mohapatra passes away: ଓଡ଼ିଆ ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ନିଧନ ହୋଇଛି । ଗତକାଲି ଅର୍ଥାତ ଜୁଲାଇ ୨୦ ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତ୍ରୀ ରାଜେଶ୍ୱରୀ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । ସେ ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରିଛନ୍ତି । 

ଏହାପୂର୍ବରୁ ୨୦୧୯ରେ ସେ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଜୀବନର ଏହି କଠିନ ସମୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ତାଙ୍କ ପ୍ରଶଂସକଙ୍କଠାରୁ ଆଶୀର୍ବାଦ ମଧ୍ୟ ମାଗିଥିଲେ । ଉଲ୍ଲେଖଯୋଗ୍ୟ, ରାଜେଶ୍ୱରୀ ଏହା ପୂର୍ବରୁ 'ସ୍ୱାଭିମାନ' ଭଳି ଓଡିଆ ଟେଲିଭିଜନ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ସୁସ୍ମିତା ସେନ-ଲଲିତ ମୋଦିଙ୍କ ସମ୍ପର୍କ ମଧ୍ୟରେ ପୂର୍ବତନ ପ୍ରେମିକା ରୋହମାନଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସତ ହେବାରେ ଲାଗିଛି ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ତେବେ କ'ଣ ଖୁବ୍ ଶୀଘ୍ର ଧ୍ୱଂସ ହୋଇଯିବ ଦୁନିଆ?

ଏହା ବି ପଢ଼ନ୍ତୁ:-ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି

ମିଳିଥିବା ସୂଚନା ମୁତାବକ, ଗତକାଲି (ବୁଧବାର) ରାଜେଶ୍ୱରୀ ରାୟ ନିଜ ବାପାଙ୍କ ଘର ବାଲେଶ୍ୱର ଯାଇଥିଲେ । ସେଠାରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଏପରି ଅଚାନକ ଚାଲିଯିବା ଓଲିଉଡରେ ଏବେ ଶୋକର ଛାୟା ଖେଳିଯାଇଛି ।