Raju Srivastava Health: ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ ଅପଡେଟ୍, ପୁଣି ହସିବେ ଦର୍ଶକ!
Advertisement
Article Detail0/zeeodisha/odisha1318681

Raju Srivastava Health: ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଆସିଲା ବଡ ଅପଡେଟ୍, ପୁଣି ହସିବେ ଦର୍ଶକ!

Raju Srivastava Health: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ଼ ଅପଡ଼େଟ୍ ସାମ୍ନାକୁ ଆସିଛି । ତାଙ୍କର ବ୍ୟକ୍ତିଗତ ସଚିବ ସୂଚନା ଦେଇଛନ୍ତି ଯେ ଆଜି ସେ ଚେତା ଫେରି ପାଇଛନ୍ତି । ବର୍ତ୍ତମାନ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି ।

ସୌ: ସୋସିଆଲ ମିଡିଆ

Raju Srivastava Health: ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜୀବନ ଓ ମୃତ୍ୟୁ ସହ ୧୫ ଦିନ ଧରି ଲଢ଼ି ଆସୁଛନ୍ତି । ରାଜୁଙ୍କ ପରିବାର ଓ ପ୍ରଶଂସକମାନେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଆସୁଥିଲେ, ଆଜି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ବଡ ଅପଡେଟ୍ ଆସିଛି । ବାସ୍ତବରେ ସେ ଆଜି ଦୀର୍ଘ ୧୫ଦିନ ପରେ ଚେତା ଫେରି ପାଇଛନ୍ତି ।

ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ସୂଚନା ଦେଇଛନ୍ତି ଯେ, ହାସ୍ୟ ଅଭିନେତା ଆଜି ଚେତା ଫେରି ପାଇଛନ୍ତି ଓ ଏଆଇଆଇଏମ୍ଏସ୍ ଦିଲ୍ଲୀର ଡାକ୍ତରଙ୍କ ଦ୍ୱାରା ତଦାରଖ କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ।” ଆମେ ଆପଣଙ୍କୁ କହିବୁ ଯେ ଅଗଷ୍ଟ ୧୦ ରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଜିମରେ ବ୍ୟାୟାମ କରିବା ସମୟରେ ପଡ଼ିଯିବା ପରେ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା ।

ରାଜୁ ଶ୍ରୀବାସ୍ତବଙ୍କ ବନ୍ଧୁ ଅନ୍ନୁ ଅବସ୍ତି ଏହି ଭିଡିଓକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ରାଜୁ ଭାୟାଙ୍କ ଚେତା ଫେରି ଆସିଛି, ଆପଣଙ୍କ ପ୍ରାର୍ଥନା କାମରେ ଆସିଛି । ଏହାସହ ଆମେ ଏହାବି କହିରଖୁଛୁ ଯେ ରାଜୁ ଶ୍ରୀବାସ୍ତବ ନିଜ ପରିବାର ସହ ମଧ୍ୟ କଥା ହୋଇଛନ୍ତି ।

କହିରଖୁଛୁ ଯେ ପୂର୍ବ ଦିନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଉପରେ ଦିଆଯାଇଥିବା ଅପଡେଟରେ କୁହାଯାଇଥିଲା ଯେ ତାଙ୍କ ମସ୍ତିଷ୍କ ବ୍ୟତୀତ ସମଗ୍ର ଶରୀର କାମ କରୁଛି । ମସ୍ତିଷ୍କ ସଂକ୍ରମଣକୁ ମଧ୍ୟ ଦୂର କରାଯାଇଛି । ରାଜୁ ଶ୍ରୀବାସ୍ତବଙ୍କୁ ନ୍ୟୁରୋ ଫିଜିଓଥେରାପି ମଧ୍ୟ ଦିଆଯାଉଛି । ସେ ବର୍ତ୍ତମାନ AIIMS ର ସ୍ନାୟୁବିଜ୍ଞାନର ତତ୍ତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି ।

ଦିଲ୍ଲୀର ଏକ ହୋଟେଲରେ ରହୁଥିବା ରାଜୁ ଶ୍ରୀବାସ୍ତବ ବୁଧବାର ଜିମରେ ୱର୍କ ଆଉଟ କରୁଥିଲେ । ତା’ପରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ଓ ସେ ଟ୍ରେଡମିଲ ଉପରେ ପଡ଼ିଯାଇଥିଲେ । ରାଜୁଙ୍କୁ ତୁରନ୍ତ AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ହୃଦରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି ।

ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ, କମେଡି ସର୍କସ, ଦି କପିଲ ଶର୍ମା ଶୋ', ଶକ୍ତିମାନ ପରି ଟିଭି ଶୋ' ବ୍ୟତୀତ ରାଜୁ ଶ୍ରୀବାସ୍ତବ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ମଧ୍ୟ ଭାରତୀୟ ଜନତା ପାର୍ଟି (BJP) ର ଜଣେ ନେତା । ବିଜେପିରେ ଯୋଗଦେବା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ ।

ଏହା ବି ପଢ଼ନ୍ତୁ: ଗାନ୍ଧୀ ପରିବାର ବିନା କଂଗ୍ରେସ ଚଳାଇବା ଅସମ୍ଭବ! ୨୦୨୪ ପର୍ଯ୍ୟନ୍ତ ସଭାପତି ରହିପାରନ୍ତି ସୋନିଆ

ଏହା ବି ପଢ଼ନ୍ତୁ: ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚେଷ୍ଟା! ବିଜେପି ବିରୁଦ୍ଧରେ ଏହି ଗୁରୁତର ଅଭିଯୋଗ ଆଣିଲେ ସଞ୍ଜୟ ସିଂ

ଏହା ବି ପଢ଼ନ୍ତୁ: Shinzo Abe state funeral: ସିଞ୍ଜୋ ଆବେଙ୍କୁ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଜାପାନ ଯିବେ ପିଏମ ମୋଦି