Congress president election: କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଦଳର ବରିଷ୍ଠ ନେତାମାନେ ସୋନିଆ ଗାନ୍ଧୀଙ୍କୁ (Sonia Gandhi) ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ଜାରି ରଖିବାକୁ ନିବେଦନ କରିଛନ୍ତି । ଏହି ନେତାମାନେ କହିଛନ୍ତି ଯେ ଗାନ୍ଧୀ ପରିବାର (Gandhi family) ବ୍ୟତୀତ ଦଳକୁ କେହି ଏକଜୁଟ କରି ପାରିବେ ନାହିଁ ।
Trending Photos
Congress president election: କଂଗ୍ରେସ ଦଳର ସଭାପତି ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଚେହେରାଙ୍କ ନାମ ପପ୍ରକାଶ କରାଯାଇ ନାହିଁ । ରାହୁଲ ଗାନ୍ଧୀଙ୍କ (Rahul Gandhi) ନାମ ଅଧିକ ଚର୍ଚ୍ଚା କରାଯାଉଛି ଓ ଏହି ପଦ ଗ୍ରହଣ କରିବାକୁ କଂଗ୍ରେସ (Congress) କର୍ମୀମାନେ ମଧ୍ୟ ତାଙ୍କୁ ନିବେଦନ କରୁଛନ୍ତି, କିନ୍ତୁ ସେ ଏଥିରେ ଅନିଚ୍ଛା ପ୍ରକାଶ କରିଛନ୍ତି । ଏହି ସମୟରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଦଳର ବରିଷ୍ଠ ନେତାମାନେ ସୋନିଆ ଗାନ୍ଧୀଙ୍କୁ (Sonia Gandhi) ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ଜାରି ରଖିବାକୁ ନିବେଦନ କରିଛନ୍ତି । ଏହି ନେତାମାନେ କହିଛନ୍ତି ଯେ ଗାନ୍ଧୀ ପରିବାର (Gandhi family) ବ୍ୟତୀତ ଦଳକୁ କେହି ଏକଜୁଟ କରି ପାରିବେ ନାହିଁ । ଯଦି ଏହା ନହୁଏ ତେବେ ଦଳ ଭାଙ୍ଗିପାରେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ (Priyanka Gandhi) ୨୦୨୪ ପରେ ଦାୟିତ୍ୱ ହସ୍ତାନ୍ତର କରାଯିବା ଉଚିତ୍ ।
ଏହି ସମୟରେ ସୋନିଆ ଗାନ୍ଧୀ ଅଶୋକ ଗେହଲୋଟଙ୍କ ନାମକୁ ପରାମର୍ଶ କରିଛନ୍ତି । ସେ କହିଛନ୍ତି ଯେ ଯଦି ଗାନ୍ଧୀ ପରିବାରର କେହି ସଭାପତି ନ ହୁଅନ୍ତି, ତେବେ ଅଶୋକ ଗେହଲୋଟଙ୍କୁ କଂଗ୍ରେସର ଜାତୀୟ ସଭାପତି କରାଯିବା ଉଚିତ୍ । ସୂତ୍ରରୁ ପ୍ରକାଶ ଯେ ଅଶୋକ ଗେହଲୋଟ୍ ମଧ୍ୟ ଦୁଇ ନେତାଙ୍କ ସହ ଏକ ବୈଠକରେ ଏହା କହିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସୋନିଆ ଗାନ୍ଧୀ ଚିକିତ୍ସା ପାଇଁ ବିଦେଶ ଯିବାକୁ ଯାଉଛନ୍ତି । ବାସ୍ତବରେ ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଯାଉଛନ୍ତି ଓ ଏହି ସମୟ ମଧ୍ୟରେ ତାଙ୍କ ସହ ରାହୁଲ ଓ ପ୍ରିୟଙ୍କା ମଧ୍ୟ ରହିବେ । ଆଗାମୀ ଦିନରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୮ ରେ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଗାନ୍ଧୀ ପରିବାରର କେହି ଆଗକୁ ନ ଥିବାରୁ ବର୍ତ୍ତମାନ ଅଶୋକ ଗେହଲୋଟଙ୍କ ନାମ ଆଗରେ ରହିଛି । ଏହା ବ୍ୟତୀତ ମୁକୁଲ ୱାସନିକ, କେସି ଭେନୁଗୋପାଲ, କୁମାରୀ ସେଲଜା, ମଲ୍ଲିକାର୍ଜୁନ ଖଡ୍ଗେ, ଭୁପେଶ ବାଗେଲଙ୍କ ନାମ ମଧ୍ୟ ସଭାପତି ପଦ ପାଇଁ ଆଲୋଚନା ହେଉଛି । କଂଗ୍ରେସ କହିଛି ଯେ ସଭାପତି ନିର୍ବାଚନ ପ୍ରକ୍ରିୟା ଅଗଷ୍ଟ ୨୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ । ତେବେ ଅଦ୍ୟାବଧି ରାହୁଲ ଗାନ୍ଧୀ ତାଙ୍କ ଷ୍ଟାଣ୍ଡ କ୍ଳିଅର କରିନାହାଁନ୍ତି । ଅନ୍ୟ କୌଣସି ନେତାଙ୍କ ନାମ ପ୍ରକାଶ କରାଯାଇ ନାହିଁ । ସେପଟେ, ୭ ସେପ୍ଟେମ୍ବରରୁ କନ୍ୟାକୁମାରୀରୁ 'ଭାରତ ଜୋଡୋ' ଯାତ୍ରା ବାହାର କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହି ପଦଯାତ୍ରା ୧୪୮ ଦିନ ଚାଲିବ ଓ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ୫ ମାସର ଯାତ୍ରା ୩୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ । ପ୍ରତିଦିନ ୨୫ କିଲୋମିଟର ଯାତ୍ରା ଚାଲିବ ।
ଏହା ବି ପଢ଼ନ୍ତୁ: ଜବ୍ ସ୍କାମରେ ଫସିଲେ ବିହାର ଉପମୁଖ୍ୟମନ୍ତ୍ରୀ! ତେଜସ୍ୱୀ ଯାଦବଙ୍କ ମଲ୍ ଉପରେ CBI ରେଡ୍
ଏହା ବି ପଢ଼ନ୍ତୁ: ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚେଷ୍ଟା! ବିଜେପି ବିରୁଦ୍ଧରେ ଏହି ଗୁରୁତର ଅଭିଯୋଗ ଆଣିଲେ ସଞ୍ଜୟ ସିଂ