Facebook turns 20:ଫେସବୁକକୁ ହେଲା ୨୦ ବର୍ଷ,AI ଆପଣଙ୍କୁ ଯାହା ଦେଖାଉଛି ଆପଣ ତାହା ଦେଖୁଛନ୍ତି !
Advertisement
Article Detail0/zeeodisha/odisha2094288

Facebook turns 20:ଫେସବୁକକୁ ହେଲା ୨୦ ବର୍ଷ,AI ଆପଣଙ୍କୁ ଯାହା ଦେଖାଉଛି ଆପଣ ତାହା ଦେଖୁଛନ୍ତି !

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଖାସ୍, ଯେଉଁମାନେ ଫେସବୁକ୍ ବ୍ୟବହାର କରୁଛନ୍ତି, ସେମାନେ ଜାଣିବା ଦରକାର ଯେ ଆଜି ଫେସବୁକ୍ ୨୦ ବର୍ଷରେ ପଦାର୍ପଣ କରିଛି। ଗତ ୨୦ ବର୍ଷ ମଧ୍ୟରେ ଫେସବୁକ ସୋସିଆଲ ମିଡିଆର ସଂଜ୍ଞାକୁ ଯଥେଷ୍ଟ ବଦଳାଇ ଦେଇଛି। ଏହି 20 ବର୍ଷ ଭିତରେ  ଅନେକ ଥର ଏଥିପାଇଁ ଏହାକୁ ପ୍ରଶଂସା କରା

SOCIAL MEDIA

facebook turns 20:

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଖାସ୍, ଯେଉଁମାନେ ଫେସବୁକ୍ ବ୍ୟବହାର କରୁଛନ୍ତି, ସେମାନେ ଜାଣିବା ଦରକାର ଯେ ଆଜି ଫେସବୁକ୍ ୨୦ ବର୍ଷରେ ପଦାର୍ପଣ କରିଛି। ଗତ ୨୦ ବର୍ଷ ମଧ୍ୟରେ ଫେସବୁକ ସୋସିଆଲ ମିଡିଆର ସଂଜ୍ଞାକୁ ଯଥେଷ୍ଟ ବଦଳାଇ ଦେଇଛି। ଏହି 20 ବର୍ଷ ଭିତରେ  ଅନେକ ଥର ଏଥିପାଇଁ ଏହାକୁ ପ୍ରଶଂସା କରାଯାଇଛି ଓ ଅନେକ ଥର ଫେସବୁକ ସମେତ ଅନ୍ୟ ସୋସିଆଲ ମିଡିଆ ଆପଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆସିଛି। ଯେମିତିକି, ଫେସବୁକ ବିରୋଧରେ ୨୦୧୭ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ଅଭିଯୋଗ ମଧ୍ୟ ଆସିଥିଲା।

ଏସବୁ ଭିତରେ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ସମେତ ଅନେକ ସୋସିଆଲ ମିଡିଆ ଆପ୍ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ସ୍ଥାନ ତିଆରି କରି ଲୋକଙ୍କୁ ସବୁବେଳେ ପରସ୍ପର ସହ ଯୋଡ଼ି ହେବାର ବିକଳ୍ପ ଦେଇଥିଲେ ମଧ୍ୟ ସମୟ କ୍ରମେ ସୋସିଆଲ ମିଡିଆରେ ୟୁଜର୍ସ ଗୋପନୀୟତା ପ୍ରତି ଅଧିକ ସଚେତନ ହୋଇଛନ୍ତି ।

ସାଧାରଣ ଲୋକଙ୍କଠାରୁ ରାଜନେତା,ସମସ୍ତଙ୍କ ଆଡ୍ଡା ଫେସବୁକ୍

୨୦୨୪ରେ ଭାରତ, ଆମେରିକା, ପାକିସ୍ତାନ ଓ ରୁଷିଆ ସମେତ ବିଶ୍ୱର ୮ଟି ଦେଶରେ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ନିର୍ବାଚନ ହେବ। ଏଭଳି ସ୍ଥିତିରେ ସମଗ୍ର ବିଶ୍ୱର ରାଜନୈତିକ ଦଳମାନେ ସୋସିଆଲ ମିଡିଆରେ ନିଜ ଉପସ୍ଥିତି ଜାହିର କରି  ଭୋଟରଙ୍କ ମଧ୍ୟରେ ଆକ୍ରମଣାତ୍ମକ ପ୍ରଚାର କରୁଛନ୍ତି। ଏହି ଆକ୍ରମଣାତ୍ମକତା କାରଣରୁ ଅନେକ ସମୟରେ ରାଜନୈତିକ ଦଳମାନେ ମଧ୍ୟ ପରସ୍ପରକୁ ଆକ୍ରମଣ କରିଥାନ୍ତି, ଯେଉଁକାରଣରୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କ୍ଷତି ସହିବାକୁ ପଡିଥାଏ ।

ୟୁଜର୍ସ କମ୍ ପୋଷ୍ଟ କରିଛନ୍ତି

ଆମେରିକୀୟ ଖବରକାଗଜ ଦି ଇକୋନୋମିଷ୍ଟର ଏକ ରିପୋର୍ଟ ଅନୁଯାୟୀ, ୨୦୨୦ ତୁଳନାରେ ୨୦୨୪ରେ ୪୦ ପ୍ରତିଶତ ଅଧିକ ବ୍ୟବହାରକାରୀ ସୋସିଆଲ ମିଡିଆ ବ୍ୟବହାର କରିଛନ୍ତି। କିନ୍ତୁ ଏହି ସମୟରେ ୟୁଜର୍ସଙ୍କ ଦ୍ୱାରା କରାଯାଉଥିବା ପୋଷ୍ଟର ହାରରେ ହ୍ରାସ ଘଟିଛି ।

ଆପଣ କ'ଣ ଦେଖିବେ ତାହା AI ସ୍ଥିର କରେ

ସୋସିଆଲ ମିଡିଆ ଆଲଗୋରିଦମ୍ ବର୍ତ୍ତମାନ ଏଆଇ ଦ୍ୱାରା ନିୟନ୍ତ୍ରିତ ହେଉଛି। AI ଆପଣଙ୍କୁ ଯାହା ଦେଖାଉଛି ଆପଣ ତାହା ଦେଖୁଛନ୍ତି। ଏଥିପାଇଁ ଆପଣଙ୍କ ମୋବାଇଲ, ଲାପଟପ୍, ସର୍ଚ୍ଚ ହିଷ୍ଟ୍ରିର ବ୍ୟବହାର କରାଯାଉଛି। ଏଥିସହିତ ସୋସିଆଲ ମିଡିଆରେ ୟୁଜର୍ସ ମଧ୍ୟ ନିଜର ଗୋପନୀୟତାକୁ ନେଇ ସଚେତନ ହୋଇଛନ୍ତି । ଏଭଳି ସ୍ଥିତିରେ ୟୁଜର୍ସ ମଧ୍ୟ ପୋଷ୍ଟିଂ କମାଇ ଦେଇଛନ୍ତି ।