ଦହି ଶରୀର ପାଇଁ ବେଶ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା
Advertisement
Article Detail0/zeeodisha/odisha1020251

ଦହି ଶରୀର ପାଇଁ ବେଶ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

ଦହିରେ ଓମେଗା ୬ ଫ୍ୟାଟି ଏସିଡ ରହିଥାଏ । ଏକ କପ୍ ଦହିରୁ ପାଖାପାଖି ୧୨୦ କ୍ୟାଲୋରୀ ପ୍ରାପ୍ତ ହୋଇଥାଏ ।

ଦହି ଶରୀର ପାଇଁ ବେଶ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

Benefits of Curd: ଖାଦ୍ୟରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଆମେ କ୍ଷୀର ଓ ଦହି (Curd) ର ଉପଯୋଗ ଦୀର୍ଘ ଦିନରୁ କରି ଆସୁଛୁ । କ୍ଷୀର (Milk) କୁ ଜମା କରି ଦହି ପ୍ରସ୍ତୁତ କରାଯାଏ । ଦହିରେ ଲାକ୍ଟୋବାସିଲସ୍ ନାମକ ବ୍ୟାକ୍ଟେରିଆ ଥାଏ । ଏଥିପାଇଁ ଦହିର ସ୍ୱାଦ ଖଟା ହୋଇଥାଏ, ଦହି ଅତ୍ୟନ୍ତ ଉତ୍ତମ ଆହାର ଅଟେ । ଆପଣ ଏହାକୁ ପ୍ରତିଦିନ ଖାଇ ପାରିବେ । ଯଦି ପ୍ରତିଦିନ ଦହି ଖାଇବେ ତେବେ ଦହିରୁ ଶରୀରକୁ ଅତ୍ୟନ୍ତ ଲାଭ ମିଳିବ ।

ତେବେ ଜାଣିବା ଦହି ଖାଇଲେ କଣ ଲାଭ ମିଳିବ ?

୧. ଦହିରୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ । ଏଥିରେ କ୍ୟାଲସିୟମ୍, ଫସଫରସ୍, ଜିଙ୍କ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ବି-୬, ଭିଟାମିନ୍ ସି, ଭିଟାମିନ୍ ବି-୧୨, ରାଇବୋଫ୍ଲୋବିନ୍, ଥାଇମିନ୍ ଏବଂ ପେଣ୍ଟୋଥେନିକ୍ ଏସିଡ୍ ମିଳିଥାଏ ।

୨. ଦହିରେ ଓମେଗା ୬ ଫ୍ୟାଟି ଏସିଡ ରହିଥାଏ । ଏକ କପ୍ ଦହିରୁ ପାଖାପାଖି ୧୨୦ କ୍ୟାଲୋରୀ ପ୍ରାପ୍ତ ହୋଇଥାଏ ।

୩. ନିୟମିତ ଦହି ଖାଇଲେ ରକ୍ତ ପ୍ରବାହରେ ସୁଧାର ଆସିଥାଏ । ଏହା ସହ ଦୁର୍ବଳ ମଧ୍ୟ ଲାଗି ନ ଥାଏ ।

୪. ଦହି ଖାଇଲେ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

୫. ଦହି ଖାଇଲେ ପେଟ ଏବଂ ଗ୍ୟାସ୍ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

୬. ଦହିରେ ଭରପୁର କ୍ୟାଲସିୟମ୍ ରହିଛି ଯାହା ଆପଣଙ୍କ ହାଡ ମଜଭୂତ କରିବାରେ ସାହାଯ୍ୟ କରେ ।

୭. ଉଚ୍ଚରକ୍ତଚାପ ଏବଂ ହୃଦଜନିତ ସମସ୍ୟାରୁ ଦୂରେଇ ରଖେ ଦହି ।

୮. ଆପଣଙ୍କର ଯଦି କୋଲେଷ୍ଟ୍ରର ବଢୁଛି ତେବେ ଦହି ଏଥିପାଇଁ ରାମବାଣ ସଦୃଶ୍ୟ ।

୯. ଦହି ଖାଇଲେ ଭଲ ନିଦ ମଧ୍ୟ ହୋଇଥାଏ ।

୧୦. ତୁଣ୍ତରେ ଘା ହେଉଥିଲେ ପାଟିରେ ଦହି ଲଗାନ୍ତୁ ।

୧୧. ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦହିର ବ୍ୟବହାର କରି ପାରିବା  ।

୧୨. ପ୍ରତ୍ୟେକ ଦିନ ଦହି ଖାଇଲେ ପାଖେ ମାଡିବନି ରୋଗ  ।

୧୩. ଗ୍ୟାସ ସମସ୍ୟାରୁ ମୁକ୍ତ ହୋଇପାରିବେ ଦହି ଖାଇଲେ  ।

୧୪. ଦହି ଖାଇଲେ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ ।

୧୫. ଦହି କେଶ ଲାଗି ଖୁବ୍‌ ଲାଭଦାୟକ ହୋଇଥାଏ ।

୧୬.  ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ ।

୧୭. ଚେହେରାରେ ଭାଙ୍ଗ ପଡୁଥିଲେ ଲଗାନ୍ତୁ ଦହି ଦେଖିବେ ଚମତ୍କାର  ।

୧୮. ଆପଣଙ୍କ କେଶରେ ରୂପି ହେଉଛି କି ତେବେ ଦହି ସେଥିପାଇଁ ଭଲ ଉପାୟ ।

ଏହା ବି ପଢ଼ନ୍ତୁ:-ନୀରଜଙ୍କ ସମେତ ୧୨ ଜଣ ଖେଳାଳିଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର, ଦେଖନ୍ତୁ ପୂରା ତାଲିକା

ଏହା ବି ପଢ଼ନ୍ତୁ:-ସମୀର ୱାଙ୍ଖଡ଼େ ପିନ୍ଧନ୍ତି ୧୦ କୋଟିର ଡ୍ରେସ୍, ପ୍ରାଇଭେଟ୍ ଆର୍ମି ଦ୍ୱାରା କରନ୍ତି ବଟି ଆଦାୟ, ଜାଣନ୍ତୁ ନବାବ ମଲିକଙ୍କ ୧୦ଟି ବଡ଼ ଅଭିଯୋଗ

ଏହା ବି ପଢ଼ନ୍ତୁ:-ମନରେଗାର ବକେୟା ଅର୍ଥ ମାଗିଲେ ରାଜ୍ୟ ସରକାର, PM ମୋଦିଙ୍କୁ ଚିଠି ଲେଖିଲେ CM ନବୀନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୪୩

ଏହା ବି ପଢ଼ନ୍ତୁ:-COP26: ଜଳବାୟୁ ପରିବର୍ତ୍ତନକୁ ନେଇ ପିଏମ ମୋଦିଙ୍କ ୮ଟି ବଡ଼ ଘୋଷଣା, ପଢ଼ନ୍ତୁ ସଂପୂର୍ଣ୍ଣ ରିପୋର୍ଟ

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍