Betel Leaves Side Effects: ପାନ ଖାଉଥିଲେ ସାବଧାନ୍, ହୋଇପାରେ ଏହି ସବୁ ଘାତକ ରୋଗ
Advertisement
Article Detail0/zeeodisha/odisha1449670

Betel Leaves Side Effects: ପାନ ଖାଉଥିଲେ ସାବଧାନ୍, ହୋଇପାରେ ଏହି ସବୁ ଘାତକ ରୋଗ

Betel Leaves Side Effects: ଭାରତରେ ଅଧିକାଂଶ ଲୋକେ ପାନ ପତ୍ରର ବ୍ୟବହାର ହୋଇଥାଏ । ପାନ ପତ୍ରରୁ ତିଆରି ହେଉଥିବା ମୁଖଓ୍ବାସ୍ ପାନକୁ ଅଧିକ ଲୋକେ ଖାଇ ଥାଆନ୍ତି । ଯଦିଓ ପାନପତ୍ର ଗୁଡିକର ଅନେକ ଔଷଧିୟ ଗୁଣ ରହିଛି । କିନ୍ତୁ ଏହା ଅଧିକ ଖାଇଲେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ସୌଜନ୍ୟ : ସୋସିଆଲ ମିଡିଆ

Betel Leaves Side Effects: ଭାରତରେ ଅଧିକାଂଶ ଲୋକେ ପାନ ପତ୍ରର ବ୍ୟବହାର ହୋଇଥାଏ । ପାନ ପତ୍ରରୁ ତିଆରି ହେଉଥିବା ମୁଖଓ୍ବାସ୍ ପାନକୁ ଅଧିକ ଲୋକେ ଖାଇ ଥାଆନ୍ତି । ଯଦିଓ ପାନପତ୍ର ଗୁଡିକର ଅନେକ ଔଷଧିୟ ଗୁଣ ରହିଛି । କିନ୍ତୁ ଏହା ଅଧିକ ଖାଇଲେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ପାନ ଖାଇବାର ନିଶା ଆପଣଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଥାଏ । ତେବେ, ଆସନ୍ତୁ ଜାଣିବା, ପାନପତ୍ରର ଅତ୍ୟଧିକ ବ୍ୟବହାରର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହିଛି ?

ମୁଖ କର୍କଟ ହେବାର ଆଶଙ୍କା ବୃଦ୍ଧି :
ପାନପତ୍ରର ଅତ୍ୟାଧିକ ବ୍ୟବହାର ହେତୁ ମୁଖ କର୍କଟ ହେବାର ସମ୍ଭାବନା ଥାଏ । କାରଣ ପାନରେ ତମାଖୁ ବ୍ୟବହାର କରାଯାଏ । ସେଥିପାଇଁ ସବୁବେଳେ ସୀମିତ ପରିମାଣରେ ପାନ ଖାଆନ୍ତୁ । ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ପାନ ପତ୍ର ଖାଇବା ଉଚିତ୍ ନୁହେଁ, କାରଣ ଏହା ଶିଶୁର ବିକାଶକୁ ସଠିକ୍ ଭାବରେ ବିକଶିତ ହେବାକୁ ଦେଇନଥାଏ ।  ଯେଉଁ କାରଣରୁ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ମଧ୍ୟ ପଡିଥାଏ । 

ଏହାବି ପଢନ୍ତୁ : Tulsi Benefits: ପ୍ରତିଦିନ ଖାଆନ୍ତୁ ୪ଟି ତୁଳସୀ ପତ୍ର, ଏସବୁ ରୋଗରୁ ମିଳିବ ମୁକ୍ତି

ଏହାବି ପଢନ୍ତୁ : Papaya Seeds Benefits: ଏହି ସବୁ ରୋଗର ରାମବାଣ ଅମୃତଭଣ୍ତା ମଞ୍ଚି, ଜାଣନ୍ତୁ କିପରି କରିବେ ବ୍ୟବହାର ?

ଏହାବି ପଢନ୍ତୁ : Hair Care: ଆପଣ ଲମ୍ବା-ଘନ କେଶ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଏହାବି ପଢନ୍ତୁ : Health Tips: ଅଧିକ ଲୁଣ ଖାଉଥିଲେ ସାବଧାନ୍, ହୋଇପାରେ ଏହି ସବୁ ଘାତକ ରୋଗ

ରକ୍ତଚାପ ବୃଦ୍ଧି ହୋଇଥାଏ : 
ଅତ୍ୟାଧିକ ପାନ ଖାଇବା ଦ୍ବାରା ରକ୍ତଚାପ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏହି କାରଣରୁ ରକ୍ତଚାପ ବୃଦ୍ଧି ପାଇବା ସହ ହୃଦସ୍ପନ୍ଦନ ମଧ୍ୟ ସ୍ୱାଭାବିକ ରହେ ନାହିଁ । ଏହା ବ୍ୟତୀତ, ଅଧିକ ପାନ ଖାଇବା ଦ୍ୱାରା ଶରୀରର ତାପମାତ୍ରା ମଧ୍ୟ ବୃ ହୋଇଥାଏ । ଏବଂ କମିଯାଏ , ସ୍ୱାଭାବିକ ରହେ ନାହିଁ । ଯେଉଁମାନେ ଅଧିକ ପାନ ଖାଉଛନ୍ତି, ସେମାନଙ୍କର ଥାଇରଏଡ୍ ହରମୋନ୍ ମଧ୍ୟ ଅସନ୍ତୁଳିତ ହୋଇଯାଏ । ସେଥିପାଇଁ ଅଧିକ ପାନ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ଦାନ୍ତରେ ଯନ୍ତ୍ରଣା ହୁଏ :
କିଛି ଲୋକ ପାନ ପତ୍ର (Betel leaf) କୁ ମାଉଥ୍ ଫ୍ରେସନର ଭାବରେ ବ୍ୟବହାର କରନ୍ତି । କାରଣ ଏହାକୁ ଖାଇବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ଆସେ ନାହିଁ । କିନ୍ତୁ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଅଧିକ ପାନ ଖାଇବା ଦ୍ୱାରା ଦାନ୍ତରେ ଯନ୍ତ୍ରଣା ହୋଇଥାଏ । ପାନ ପତ୍ରର ଲଗାତାର ଚୋବାଇବା ଦ୍ୱାରା ଦାନ୍ତମାଢିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଯେଉଁ କାରଣରୁ ଦାନ୍ତର ମାଢି ଗୁଡିକ ଫୁଲିଯାଏ ।