Health Tips: ଅଧିକ ଲୁଣ ଖାଉଥିଲେ ସାବଧାନ୍, ହୋଇପାରେ ଏହି ସବୁ ଘାତକ ରୋଗ
Advertisement

Health Tips: ଅଧିକ ଲୁଣ ଖାଉଥିଲେ ସାବଧାନ୍, ହୋଇପାରେ ଏହି ସବୁ ଘାତକ ରୋଗ

Health Tips: ଲୁଣ ଖାଦ୍ୟର ସ୍ବାଦ ବଢାଇବାରେ ସହାୟକ ହୋଇଥାଏ । ଲୁଣ ବିନା ଖାଦ୍ୟ ଅରୁଚିକର ହୋଇଥାଏ । କିନ୍ତୁ ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ହୋଇପାରେ ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips: ଲୁଣ ଖାଦ୍ୟର ସ୍ବାଦ ବଢାଇବାରେ ସହାୟକ ହୋଇଥାଏ । ଲୁଣ ବିନା ଖାଦ୍ୟ ଅରୁଚିକର ହୋଇଥାଏ । କିନ୍ତୁ ବର୍ତ୍ତମାନ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ଲୁଣ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତି କାରକ ହୋଇପାରେ । କାର୍ଡିଭାସ୍କୁଲାର ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ବୌଜ୍ଞାନିକମାନେ ମୂଷାଙ୍କ ଉପରେ ଅଧ୍ୟୟନରେ ଜାଣିବାକୁ ପାଇଲେ ଯେ, ଅଧିକ ଲୁଣିଆ ଖାଦ୍ୟ ଚାପ ହରମୋନ୍ ସ୍ତରକୁ ୭୫ ପ୍ରତିଶତକୁ ବୃଦ୍ଧି କରିଥାଏ । 

କାର୍ଡିଭାସ୍କୁଲାର ସାଇନ୍ସ ପାଇଁ ଏଡିନବର୍ଗ ୟୁନିଭରସିଟିର ରେନାଲ୍ ଫିଜିଓଲୋଜିର ପ୍ରଫେସର ମାଥ୍ୟୁ ବେଲି କହିଛନ୍ତି ଯେ, ଆମେ ଯାହା ଖାଉଛୁ ଏବଂ ଅଧିକ ଲୁଣିଆ ଖାଦ୍ୟ କିପରି ଆମ ମାନିସିକ ଚାପ ବୃଦ୍ଧି କରିଥାଏ । "ଆମେ ଜାଣୁଛୁ ଯେ, ଅଧିକ ଲୁଣ ଖାଇବା ଦ୍ୱାରା ଆମର ହୃଦୟ ଏବଂ କିଡନୀ ପାଇଁ କ୍ଷତିକାରକ ହୋଇଥାଏ। ଏହି ଅଧ୍ୟୟନ ବର୍ତ୍ତମାନ ଆମକୁ କହିଛି ଯେ ଆମ ଖାଦ୍ୟରେ ଅଧିକ ଲୁଣ ମଧ୍ୟ ଆମର ମସ୍ତିଷ୍କ ଚାପକୁ ବୃଦ୍ଧି କରିଥାଏ। "ବୟସ୍କମାନଙ୍କ ପାଇଁ ଦୌନିକ ଲୁଣ ଖାଇବା ଛଅ ଗ୍ରାମରୁ କମ୍ ହେବା ଉଚିତ୍ , କିନ୍ତୁ ଅଧ୍ୟୟନ ଅନୁଯାୟୀ ଅଧିକାଂଶ ଲୋକ ପ୍ରାୟ ନଅ ଗ୍ରାମ ଲୁଣ ଖାଆନ୍ତି। ଏହା ଉଚ୍ଚ ରକ୍ତଚାପର କାରଣ ହୋଇପାରେ, ଯାହା ହୃଦଘାତ, ଷ୍ଟ୍ରୋକ ଏବଂ ଭାସ୍କୁଲାର ଡିମେନ୍ସିଆର ଆଶଙ୍କା ବୃଦ୍ଧି କରାଇଥାଏ । ଅଧ୍ୟୟନରେ ଦର୍ଶାଯାଇଛି ଯେ ହୃଦୟ ଏବଂ ରକ୍ତ ସଞ୍ଚାଳନ ପ୍ରଣାଳୀ ଉପରେ ସୁ-ସ୍ଥାପିତ ପ୍ରଭାବ ସତ୍ତ୍ବ , ଅଧିକ ଲୁଣିଆ ଯୁକ୍ତ ଖାଦ୍ୟ କିପରି ଜଣେ ବ୍ୟକ୍ତିର ଆଚରଣ ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ତଥ୍ୟ ସାମ୍ନାକୁ ଆସିଛି । 

ଏହାବି ପଢନ୍ତୁ : Tulsi Seeds Benefits: ଏହି ସବୁ ରୋଗ ପାଇଁ ସଞ୍ଜୀବନୀ ତୁଳସୀ ମଞ୍ଚି

ଏହାବି ପଢନ୍ତୁ : Banana Health Benefits: ମଧୁମେହ ରୋଗୀଙ୍କ ପାଇଁ ରାମବାଣ ହେଉଛି କଦଳୀ, ଜାଣନ୍ତୁ କେମିତି ?

ଏହାବି ପଢନ୍ତୁ : Lifestyle News: ଆପଣଙ୍କୁ ନିଦ ହେଉ ନାହିଁ କି? ରାତିରେ କରନ୍ତୁ ଏହି କାମ, ମିଳିବ ଆଶ୍ଟର୍ଯ୍ୟଜନକ ଲାଭ

ଏହାବି ପଢନ୍ତୁ : Gud Benefits in Winter: ଶୀତଦିନେ ଗୁଡ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଏହାବି ପଢନ୍ତୁ : Cinnamon Health Benefits: ପିରିୟଡ ସମୟରେ ପେଟ ଯନ୍ତ୍ରଣାରୁ ଆରାମ ଦେବ ଡାଲଚିନ୍, ଜାଣନ୍ତୁ କେମିତି କରିବେ ବ୍ୟବହାର ?

ଏନେଇ ଏଡିନବର୍ଗ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଅଧିକ ଲୁଣିଆ ଖାଦ୍ୟ ମଣିଷ ଉପରେ କିଭଳି ପ୍ରଭାବ ପକାଉଛି । ତାହାକୁ ଜାଣିବା ପାଇଁ ସେମାନେ ମୂଷା ଉପରେ ପ୍ରଥମେ ପରୀକ୍ଷଣ କରିଥିଲେ । କମ୍ ଲୁଣିଆ ଯୁକ୍ତ ଖାଦ୍ୟ ଓ ଅଧିକ ଲୁଣିଆ ଯୁକ୍ତ ଖାଦ୍ୟ ମୂଷାଙ୍କୁ ଖାଇବାକୁ ଦିଆଯାଇଥିଲା ।  ଅଧ୍ୟୟନରେ ଦର୍ଶାଯାଇଥିଲା ଯେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଅଧିକ ଲୁଣିଆ ଯୁକ୍ତ ଖାଇଥିବା ମୂଷା ମାନଙ୍କ ଠାରେ ଚାପ ଅଧିକ ଦେଖାଦେଇଥିଲା।