Budh Vakri 2023: ଆଜିଠୁ ଖୋଲିଲା ଏହି ୫ ରାଶିର ଭାଗ୍ୟ, ମାଟି ଧରିଲେ ହେବ ସୁନା!
Advertisement
Article Detail0/zeeodisha/odisha1838759

Budh Vakri 2023: ଆଜିଠୁ ଖୋଲିଲା ଏହି ୫ ରାଶିର ଭାଗ୍ୟ, ମାଟି ଧରିଲେ ହେବ ସୁନା!

Budh Vakri 2023:  ବୁଧବାର ବିଳମ୍ବିତ ରାତି ୧ଟା ୨୮ ମିନିଟରେ ବୁଧ ସିଂହ (Leo) ରାଶିରେ ପ୍ରବେଶ କରିଛନ୍ତି । ଅକ୍ଟୋବର ୧ ତାରିଖ ଯାଏଁ ବୁଧ ଏହି ରାଶିରେ ରହିବେ ।  ତେବେ, ବୁଧଙ୍କ ସିଂହ ରାଶୁକୁ ଚଳନ ଫଳରେ ଏହି ୫ଟି ରାଶିଙ୍କ ଭାଗ୍ୟ ( 5 zodiac signs ) ଧନଧାନ୍ୟରେ ପୂରି ଉଠିବ । ସେହି ରାଶି ଗୁଡି଼କ ବିଷୟରେ ଆସନ୍ତୁ ଜାଣିବା...

ସୌଜନ୍ୟ- ସୋସିଆଲ ମିଡି଼ଆ

Budh Vakri 2023: ଅଗଷ୍ଟ ୨୪(ଗୁରୁବାର) ( 24 august ) ବୁଧ (mercury) ଗ୍ରହ ନିଜ ରାଶି ପରିବର୍ତ୍ତନ କରିଛନ୍ତି। ବୁଧବାର ବିଳମ୍ବିତ ରାତି ୧ଟା ୨୮ ମିନିଟରେ ବୁଧ ସିଂହ (Leo) ରାଶିରେ ପ୍ରବେଶ କରିଛନ୍ତି । ଅକ୍ଟୋବର ୧ ତାରିଖ ଯାଏଁ ବୁଧ ଏହି ରାଶିରେ ରହିବେ । ଗ୍ରହମାନଙ୍କ ରାଜକୁମାର କୁହାଯାଉଥିବା ବୁଧଙ୍କୁ ବୁଦ୍ଧି, ବକ୍ତବ୍ୟ, ବ୍ୟବସାୟ ଇତ୍ୟାଦିର କାରକ ଭାବେ ବିବେଚନା କରାଯାଏ । ବୁଧଙ୍କ ଏହି ଓଲଟା ଚଳନ (Budh Vakri) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିକୁ (zodiac signs) ଅଶୁଭ ଫଳ ପ୍ରଦାନ କରିବ। ତେବେ, ବୁଧଙ୍କ ସିଂହ ରାଶୁକୁ ଚଳନ ଫଳରେ ଏହି ୫ଟି ରାଶିଙ୍କ ଭାଗ୍ୟ ( 5 zodiac signs ) ଧନଧାନ୍ୟରେ ପୂରି ଉଠିବ । ଏବଂ ସମସ୍ତ କାର୍ଯ୍ୟରେ ଶୁଭଫଳ ମିଳିବ। ତେବେ, ସେହି ରାଶି ଗୁଡି଼କ ବିଷୟରେ ଆସନ୍ତୁ ଜାଣିବା...

Also Read: Horoscope Today Aug 24 2023: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ୍ ହେବା ସହ ଶୁଭଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଏହି ରାଶି ହେବେ ମାଲାମାଲ୍:

ମିଥୁନ:  ସିଂହ ରାଶିକୁ ବୁଦ୍ଧଙ୍କ ଓଲଟା ଚଳନ ମିଥୁନ ରାଶିର ବ୍ୟକ୍ତିଙ୍କୁ ମାଲାମାଲ୍ କରିବ । ଆପଣଙ୍କ ପ୍ରଗତିରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହେବା ସହ ନୂତନ ନିଯୁକ୍ତି ସୁଯୋଗ ଆପଣଙ୍କୁ ମିଳିପାରେ। ଖାସ୍ କରି ଆପଣ ଏହି ସମୟ ମଧ୍ୟରେ କାର୍ଯ୍ୟାଳୟରେ ପଦୋନ୍ନତି ପାଇପାରନ୍ତି। ବିରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ନେଇ ଆପଣଙ୍କୁ ପ୍ରଶଂସା କରିବେ। କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ । ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଏହି ସମୟରେ ଫାଇନାଲ୍ କରିପାରିବେ। ଯାହା ସେମାନଙ୍କ ବ୍ୟବସାୟରେ ଅଧିକ ଲାଭ ଦେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଆପଣ ପୂର୍ବ ଅପେକ୍ଷା ଅଧିକ ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହେବେ। ବୈବାହିକ ଜୀବନ ସୁଖମୟ ହେବ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ଘର କିମ୍ବା ଏକ ନୂତନ ଯାନ କିଣିବାର ସମ୍ଭାବନା ରହିଛି। 

କର୍କଟ: ଏହି ସମୟରେ ଆପଣ ନିଜ କ୍ୟାରିୟରରେ ଅଭୂତପୂର୍ବ ସଫଳତା ପାଇବେ। ଦିର୍ଘ ଦିନରୁ ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।  ନୂତନ ନିଯୁକ୍ତି ସୁଯୋଗ ଆପଣଙ୍କୁ ମିଳିପାରେ।   ଏବଂ ଯେଉଁମାନେ ବେକାର ଅଛନ୍ତି ସେମାନେ ଚାକିରିର ସୁଯୋଗ ପାଇପାରିବେ। ଏହି ଅବଧି ମଧ୍ୟରେ, ଆପଣ ନିଜ ପରିବାର ଲୋକଙ୍କ ଠାରୁ ମଧ୍ୟ ସମର୍ଥନ ପାଇବ। ଏହି ସମୟ ମଧ୍ୟରେ ବ୍ୟବସାୟୀ ମାନଙ୍କର ବ୍ୟବସାୟରେ ଆୟ ବୃଦ୍ଧି ହେବ । ଜୀବନ ସାଥୀ ସହିତ ସମ୍ପର୍କ ମଧ୍ୟ ଉନ୍ନତ ହେବ ଏବଂ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ।

କନ୍ୟା : ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିଣିପାରିବେ ।  ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖନ୍ତୁ, ଆପଣ ସଫଳତା ପାଇବ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଏହି ସମୟରେ ଆପଣ ନୂଆ ଗାଡି ବା ଯାନ କ୍ରୟ କରିପାରିବେ। 

ବିଛା: ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ।  ଡିଜିଟାଲ ମିଡିଆ ସହ ଜଡିତ ଲୋକମାନେ ନୂଆ ଚାକିରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏବଂ କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମଧ୍ୟ ମିଳିପାରେ। କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ବିଦେଶ ଯାତ୍ରା ନେଇ ସୁଯୋଗ ମିଳିପାରେ । ବ୍ୟବସାୟରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି ।  ଧନଲାଭର ଯୋଗ ରହିଛି । ପାରିବାରିକ ଜୀବନରେ ମଧୁରତା ବଢିବ। ସ୍ବାସ୍ଥ୍ୟ ଭଲ ରହିବ । 

ମୀନ: ଏହି ସମୟ ମଧ୍ୟରେ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ। ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣ ସମ୍ପୁର୍ଣ୍ଣ ଆରୋଗ୍ୟ ରହିବେ।  ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହୋଇପାରିବେ । କାର୍ଯ୍ୟାଳୟରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)