Trending Photos
ନୂଆଦିଲ୍ଲୀ: Chanakya Niti: ଆଚାର୍ଯ୍ୟ ଚାଣକ୍ୟ (Chanakya) ଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ମୂଲ୍ୟବାନ ୪ଟି ନୀତିକୁ ଅନୁସରଣ କଲେ ଜଣେ ସାଧାରଣ ମଣିଷ ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । ଯାହା ମଣିଷ ଜୀବନରେ ଜୀବନରେ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ଅନୁସାରେ ଦୁନିଆରେ ସବୁଠୁ ମହତ୍ୱପୂର୍ଣ୍ଣ ୪ଟି ଜିନିଷ ରହିଛି । ଏହି ୪ଟିନୀତି ସହ ଦୁନିଆରେ ଅନ୍ୟସବୁ ଜିନିଷ ମୂଲ୍ୟହୀନ ଅଟେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ୪ଟି ନୀତି ଆପଣାଇ ଜଣେ ସାଧାରଣ ଲୋକ କିପରି ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ ।
ଦାନ: ଏହି ଦୁନିଆରେ ଦାନକୁ ବଡ଼ କିଛି ଜିନିଷ ନାହିଁ । ଆଚାର୍ଯ୍ୟ ଚାଣକ୍ୟକଙ୍କ କହିବା ଅନୁଯାୟୀ ଭୋଜନ ଏବଂ ପାଣି ଦାନ ଏହି ପୃଥିବୀ ପୃଷ୍ଠରେ ସବୁଠାରୁ ମହାନ ଦାନ ଅଟେ । ଏହି ଦାନ ସହ ଦୁନିଆରେ ଆଉ କିଛି ମୂଲ୍ୟବାନ ନାହିଁ । ଯେଉଁ ମନୁଷ୍ୟ ଭୋକିଲା ଲୋକଙ୍କୁ ଭୋଜନ ଏବଂ ପାଣି ଦାନ ଦେଇଥାଏ, ତାହାଠାରୁ ବଡ଼ ପୂଣ୍ୟ ଆତ୍ମା ଆଉ କେହି ନୁହେଁ ।
ଏକାଦଶୀ ବ୍ରତ: ଆଚାର୍ଯ୍ୟ ଚାଣକ୍ୟ ହିନ୍ଦୁ ପଞ୍ଚାଙ୍ଗର ଏକାଦଶୀ ତିଥିକୁ ସବୁଠାରୁ ପବିତ୍ର ତିଥି ଭାବେ କହିଛନ୍ତିଏ । ଏକାଦଶୀ ତିଥିରେ ପୂଜା-ବ୍ରତ ଏବଂ ଉପବାସ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଅସୀମ କୃପା ଲାଭ ହୋଇଥାଏ । ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ଅଟେ ।
ଗାୟତ୍ରୀ ମନ୍ତ୍ର: ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱରେ ସବୁଠୁ ଶକ୍ତିଶାଳୀ, ଗାୟତ୍ରୀ ମନ୍ତ୍ରକୁ କହିଛନ୍ତି । ମାଆ ଗାୟତ୍ରୀଙ୍କୁ ବେଦ ମାତା କୁହାଯାଇଥାଏ । ତାଙ୍କ ଠାରୁ ୪ଟି ବେଦର ଉତ୍ପତି ହୋଇଛି ।
ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିବ ଆଉ ଏକ ଶକ୍ତ ଧକ୍କା! ଦଳ ଛାଡ଼ିପାରନ୍ତି ଏହି ବଡ଼ ନେତା
ଏହା ବି ପଢ଼ନ୍ତୁ:-ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ
ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ
ମା' ଠାରୁ ବଡ଼ କେହି ନୁହେଁ: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମା' ଠାରୁ ବଳି ଏହି ଦୁନିଆରେ କେହିନାହିଁ । ମା' ଠୁ ବଳି କୌଣସି ଦେବତା ନୁହଁନ୍ତି । ନା କୌଣସି ତୀର୍ଥ ଏବଂ ନା କୌଣସି ଗୁରୁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ମଣିଷ ମା'ର ସେବା କରିଥାଏ ତାକୁ ଏଦି ଦୁନିଆରେ କୌଣସି ତୀର୍ଥର ଅବଶ୍ୟକତା ନାହିଁ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଏହି ୪ଟି ନୀତି ଉପରେ ଏକ ଶ୍ଲୋକ ଲେଖିଛନ୍ତି ।
ଚାଣକ୍ୟ ନୀତି ଶ୍ଲୋକ
"ନାତ୍ରୋଦକ ସମଂ ଦାନଂ ନ ତିଥି ଦ୍ରବାଦସୀ ସମା
ନ ଗାୟତ୍ରା: ପରୋ ମନ୍ତ୍ର ନ ମାତୃଦେବତଂ ପରମ୍"