ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ
Advertisement
Article Detail0/zeeodisha/odisha1188231

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ

Hardik Patel resigns from Congress: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ (Congress) ପାଇଁ ଏକ ଖରାପ ଖବର । ଗୁଜୁରାଟ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ହାର୍ଦ୍ଦିକ ପଟେଲ ନିକଟ ଅତୀତରେ ଦେଇଥିବା ବୟାନରୁ କଳ୍ପନାଜଳ୍ପନା ଜୋର ଧରିଥିଲା ଯେ ସେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଓ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ।

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: Hardik Patel resigns from Congress: ଦୀର୍ଘ ଦିନ ଧରି କଂଗ୍ରେସର ହାଇ କମାଣ୍ଡ ଉପରେ ଅସନ୍ତୁଷ୍ଟ ଥିବା ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ (Hardik Patel) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟ୍ କରି ହାର୍ଦ୍ଦିକ ପଟେଲ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ମୁଁ କଂଗ୍ରେସ ଦଳର ପଦ ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି । ମୁଁ ନିଶ୍ଚିତ ଯେ ମୋର ନିଷ୍ପତ୍ତିକୁ ମୋର ସମସ୍ତ ସହକର୍ମୀ ଓ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ । ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ।"

ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ (Congress) ପାଇଁ ଏକ ଖରାପ ଖବର । ଗୁଜୁରାଟ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ହାର୍ଦ୍ଦିକ ପଟେଲ ନିକଟ ଅତୀତରେ ଦେଇଥିବା ବୟାନରୁ କଳ୍ପନାଜଳ୍ପନା ଜୋର ଧରିଥିଲା ଯେ ସେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଓ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ।

ଏହା ବି ପଢ଼ନ୍ତୁ:-ମାଗଣା ରାସନକୁ ନେଇ କଠୋର ହେଲେ ସରକାର, ଯଦି ଏସବୁ ଲୋକ କାର୍ଡ ସରେଣ୍ଡର ନ କରନ୍ତି ତ ରୁଜୁ ହେବ FIR

ଏହା ବି ପଢ଼ନ୍ତୁ:-ଏହି ୨ ଦେଶ ନାଟୋରେ ଯୋଗଦେବା ମାତ୍ରେ 'ହାରିଯିବ' ଋଷ, ଜାଣନ୍ତୁ ପୁଟିନ କିପରି ଲେଖିଲେ ପରାଜୟର କାହାଣୀ?

ଏହା ବି ପଢ଼ନ୍ତୁ:-ଭାରତର ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲା ଚୀନ, ଜାଣନ୍ତୁ ଏହା ପଛର କାରଣ

ଏହା ପରେ ଖବର ଆସିଥିଲା ​​ଯେ ବର୍ତ୍ତମାନ ପାର୍ଟି ଭିତରେ ସବୁକିଛି ସମାଧାନ ହୋଇଛି ଓ ହାର୍ଦ୍ଦିକଙ୍କ ଅସନ୍ତୋଷ ମଧ୍ୟ ଦୂର କରାଯାଇଛି । କିନ୍ତୁ ଚିନ୍ତନ ଶିବରରେ ଅଂଶଗ୍ରହଣ ନକରି ହାର୍ଦ୍ଦିକ ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ସେ ବୁଧବାର ପଦ ତଥା ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ସମୟରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପଟେଲଙ୍କୁ ଭେଟିନାହାଁନ୍ତି ।

ପ୍ରକୃତ କଥା ହେଉଛି କଂଗ୍ରେସ ହାର୍ଦ୍ଦିକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରିଥିଲା, କିନ୍ତୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ କ'ଣ କରିବାକୁ ହେବ ତାହା ମଧ୍ୟ କୁହାଯାଇ ନଥିଲା । ଏହା ବ୍ୟତୀତ ହାର୍ଦ୍ଦିକ କହିଛନ୍ତି ଯେ, କିଛି କଂଗ୍ରେସ ନେତା ତାଙ୍କୁ କାମ କରିବାକୁ ଦେଉନାହାଁନ୍ତି । ରାଜ୍ୟରେ ଦଳର କେଉଁ କାର୍ଯ୍ୟକ୍ରମ ଚାଲିଛି ସେନେଇ ତାଙ୍କୁ ଅବଗତ ମଧ୍ୟ କରାଯାଇ ନାହିଁ । ଏହା ବ୍ୟତୀତ ତାଙ୍କୁ କଂଗ୍ରେସର ଅନେକ ପୋଷ୍ଟରରେ ସ୍ଥାନ ଦିଆଯାଇ ନାହିଁ । ବୋଧେ ଏଗୁଡ଼ିକ ହେଉଛି ହାର୍ଦ୍ଦିକଙ୍କ ଅସନ୍ତୋଷର ମୁଖ୍ୟ କାରଣ ।