Chandra Grahan 2022: ଚନ୍ଦ୍ର ଗ୍ରହଣ ଭାରତରେ କେବେ ଓ କେଉଁଠାରେ ଦେଖାଯିବ, ଜାଣନ୍ତୁ ଡିଟେଲ୍ସ
Advertisement
Article Detail0/zeeodisha/odisha1430498

Chandra Grahan 2022: ଚନ୍ଦ୍ର ଗ୍ରହଣ ଭାରତରେ କେବେ ଓ କେଉଁଠାରେ ଦେଖାଯିବ, ଜାଣନ୍ତୁ ଡିଟେଲ୍ସ

Chandra Grahan 2022: ନାସା ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ମଧ୍ୟ ବ୍ଲଡମୁନ୍ ହେବ ଓ ଏହି ସମୟ ମଧ୍ୟରେ ଚନ୍ଦ୍ର ଲାଲ ଦେଖାଯିବ । ନାସା ଅନୁଯାୟୀ, ଏହା ନା କେବଳ ଚଳିତ ବର୍ଷର ଶେଷ ବ୍ଲଡମୁନ ହେବ, ବରଂ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ତିନି ବର୍ଷ ପରେ ମାର୍ଚ୍ଚ ୨୦୨୫ରେ ଲାଗିବ ।

Chandra Grahan 2022: ଚନ୍ଦ୍ର ଗ୍ରହଣ ଭାରତରେ କେବେ ଓ କେଉଁଠାରେ ଦେଖାଯିବ, ଜାଣନ୍ତୁ ଡିଟେଲ୍ସ

Chandra Grahan Time and Date: ଆଜି (ମଙ୍ଗଳବାର) ଅର୍ଥାତ  ନଭେମ୍ବର ୮ରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ । ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ଚନ୍ଦ୍ରୋଦୟ ସମୟଠାରୁ ଭାରତର ସମସ୍ତ ସ୍ଥାନରେ ଦେଖାଯିବ । ଏହା ମଧ୍ୟ ୨୦୨୨ ବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ନାସା ଅନୁଯାୟୀ, ଏହି ଚନ୍ଦ୍ର ଗ୍ରହଣ ମଧ୍ୟ ବ୍ଲଡମୁନ୍ ହେବ ଓ ଏହି ସମୟ ମଧ୍ୟରେ ଚନ୍ଦ୍ର ଲାଲ ଦେଖାଯିବ । ନାସା ଅନୁଯାୟୀ, ଏହା ନା କେବଳ ଚଳିତ ବର୍ଷର ଶେଷ ବ୍ଲଡମୁନ ହେବ, ବରଂ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ତିନି ବର୍ଷ ପରେ ମାର୍ଚ୍ଚ ୨୦୨୫ରେ ଲାଗିବ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ, "ଚନ୍ଦ୍ର ଗ୍ରହଣର ଆଂଶିକ ଓ ସମ୍ପୂର୍ଣ୍ଣ ପର୍ଯ୍ୟାୟର ଆରମ୍ଭ ଭାରତର କୌଣସି ସ୍ଥାନରେ ଦେଖାଯିବ ନାହିଁ । କାରଣ ଏହି ଚନ୍ଦ୍ର ଗ୍ରହଣ ଭାରତରେ ଚନ୍ଦ୍ରୋଦୟ ପୂର୍ବରୁ ଆରମ୍ଭ ହୋଇସାରିଥିବ । ଗ୍ରହଣର ଉଭୟ ପୂର୍ଣ୍ଣାବସ୍ଥା ଓ ଆଂଶିକ ଅବସ୍ଥାର ମୋକ୍ଷ ଦେଶର ପୂର୍ବ ଭାଗରେ ଦେଖାଯିବ । ଦେଶର ଅନ୍ୟାନ୍ୟ ଭାଗରେ ଆଂଶିକ ଅବସ୍ଥାର କେବଳ ମୋକ୍ଷ ହିଁ ଦୃଶ୍ୟିମାନ ହେବ ।"

ବିଜ୍ଞାନ ମନ୍ତ୍ରଣାଳୟ ଅନୁଯାୟୀ, କୋଲକାତାରେ ଚନ୍ଦ୍ରୋଦୟ ସମୟ ଠାରୁ ପୂର୍ଣ୍ଣାବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ସମୟ ଅବଧି ୨୦ ମିନିଟ୍ ହେବ ଓ ଚନ୍ଦ୍ରୋଦୟର ସମୟଠାରୁ ଗ୍ରହଣର ଆଂଶିକ ଅବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ସମୟ ଅବଧି ୧ ଘଣ୍ଟା ୨୭ ମିନିଟ ହେବ । ଗୁଆହାଟୀରେ ଚନ୍ଦ୍ରୋଦୟ  ସମୟ ଠାରୁ ପୂର୍ଣ୍ଣାବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ସମୟ ଅବଧି ୩୮ ମିନିଟ୍ ହେବ । ଯେତେବେଳେ କି ଚନ୍ଦ୍ରୋଦୟ ସମୟଠାରୁ ଚନ୍ଦ୍ର ଗ୍ରହଣର ଆଂଶିକ ଅବସ୍ଥା ମୋକ୍ଷ ପର୍ଯ୍ୟନ୍ତ ୧ ଘଣ୍ଟା ୪୫ ମିନିଟ୍ ହେବ ।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବାଙ୍ଗାଲୋର ପରି ଭାରତର ଅନ୍ୟାନ୍ୟ ସହରରେ ପୂର୍ଣ୍ଣ ଅବସ୍ଥାର ମୋକ୍ଷ ପରେ ଚନ୍ଦ୍ରୋଦୟ ହେବ ଓ ସେହି ସମୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଚାଲିବ । ଉପରୋକ୍ତ ସହରଗୁଡ଼ିକରେ ଚନ୍ଦ୍ରୋଦୟ ସମୟ ଠାରୁ ଆଂଶିକ ଅବସ୍ଥାର ମୋକ୍ଷ ପର୍ଯ୍ୟନ୍ତ ଅବଧି ଯଥାକ୍ରମେ: ୫୦ ମିନିଟ୍, ୧୮ ମିନିଟ୍, ୪୦ ମିନିଟ୍ ଏବଂ ୨୯ ମିନିଟ୍ ପର୍ଯ୍ୟନ୍ତ ହେବ ।

ଚନ୍ଦ୍ର ଗ୍ରହଣର ସମୟ ଅବଧି

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୮ ନଭେମ୍ବର ୨୦୨୨ରେ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ସନ୍ଧ୍ୟା ୨:୩୯ ମିନିଟରେ ଆରମ୍ଭ ହେବ । ଚନ୍ଦ୍ର ଗ୍ରହଣର ମଧ୍ୟଭାଗ ୪:୨୯ ମିନିଟ ଓ ମୋକ୍ଷ ବା ଶେଷ ସନ୍ଧ୍ୟା ୬:୧୯ ମିନିଟରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୂତକ ଅବଧି ଗ୍ରହଣର ୯ ଘଣ୍ଟା ପୂର୍ବରୁ ସକାଳ ୫:୩୯ ମିନିଟରେ ଆରମ୍ଭ ହେବ  । ସୂତକ ସମୟରେ ଭଗବାନଙ୍କ ମୂର୍ତ୍ତିର ସ୍ପର୍ଶ ନିଷେଧ ହୋଇଥାଏ । ଏହି ସମୟ ମଧ୍ୟରେ ଖାଦ୍ୟ ଖାଇବା ମଧ୍ୟ ନିଷେଧ, କିନ୍ତୁ ଏଥିରୁ ଶିଶୁ, ବୃଦ୍ଧ ଏବଂ ରୋଗୀଙ୍କୁ ବାଦ୍ ଦିଆଯାଇଛି । ଏହି ସମୟରେ ଘରେ ବସି ଭଗବାନଙ୍କ ଚିନ୍ତନ ସ୍ମରଣ କରିବା ଉଚିତ । ଶୋଇବା ମଧ୍ୟ ଭଲ ନୁହେଁ ।

ଅଧିକ ପଢ଼ନ୍ତୁ:-କୁମ୍ଭ ପାଇଁ ଲାଭକାରୀ, ଧନୁ ରାଶି ପାଇଁ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ

ଅଧିକ ପଢ଼ନ୍ତୁ:-ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍

ଅଧିକ ପଢ଼ନ୍ତୁ:-ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍

 

ଚନ୍ଦ୍ର ଗ୍ରହଣ କେଉଁ କେଉଁ ସ୍ଥାନରେ ଦେଖାଯିବ?

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତ ସମେତ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ଦେଖାଯିବ ।