Cow milk Allergy: ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଗାଈ କ୍ଷୀରରୁ ହୋଇପାରେ ଆଲର୍ଜି, ଜାଣନ୍ତୁ ଏହାର ଲକ୍ଷଣ
Advertisement
Article Detail0/zeeodisha/odisha1574338

Cow milk Allergy: ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଗାଈ କ୍ଷୀରରୁ ହୋଇପାରେ ଆଲର୍ଜି, ଜାଣନ୍ତୁ ଏହାର ଲକ୍ଷଣ

Cow milk Allergy: ସାଧାରଣତଃ ଛୋଟ ଛୁଆଙ୍କୁ ମାଆ କ୍ଷୀର ପରେ ଗାଇ କ୍ଷୀର ଦିଆଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଗାଈ କ୍ଷୀର ଯୋଗୁଁ ଛୁଆଙ୍କୁ ଆଲର୍ଜି ହୋଇପାରେ । ଆଜି ଆସନ୍ତୁ ଜାଣିବା ଗାଇ କ୍ଷୀରରୁ କେମିତି ହୋଇଥାଏ ଆଲର୍ଜି ।

ସୌ(ସୋସିଆଲ ମିଡିଆ)

Cow milk Allergy: ଆମେ ଦେଶରେ ମାଆ କ୍ଷୀର ପରେ ଆମେ ଗାଈ କ୍ଷୀରକୁ( Cow Milk) ସବୁଠୁ ଅଧିକ ପ୍ରାଧାନ୍ୟ ଦେଇଥାଉ । ନବଜାତ ଶିଶୁଟିଏ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ପିଇଥାଏ । କିନ୍ତୁ ଏହାପରେ ସାରା ଜୀବନ ପାଇଁ ଗାଈ କ୍ଷୀର ପିଇବାକୁ ପଡ଼ିଥାଏ । ତେବେ କ’ଣ ଆପଣ ଜାଣିଛନ୍ତି କି? ଶିଶୁଙ୍କୁ ଗାଈ କ୍ଷୀର ଦ୍ବାରା ଆଲର୍ଜି ହୋଇଥାଏ । ଆଲର୍ଜି ଯେତେବେଳେ ଶ୍ୱାସକ୍ରିୟା କିମ୍ବା ଦୂଷିତ ଖାଦ୍ୟ ମାଧ୍ୟମରେ ହଜମ ପ୍ରକ୍ରିୟାରେ ପ୍ରବେଶ କରିଥାଏ ସେତେବେଳେ ହିଁ ଜଣେ ମଣିଷକୁ ଆଲର୍ଜି ହୁଏ । କ୍ଷୀର, ବାଦାମ, ସୋୟା, ଗହମ, ସାମୁଦ୍ରିକ ଖାଦ୍ୟ ଓ ଗାଈ କ୍ଷୀର ଯୋଗୁଁ ପିଲାଙ୍କ ଶରୀରରେ ଅତ୍ୟଧିକ ଆଲର୍ଜି ଦେଖିବାକୁ ମିଳିଥାଏ । ଦୁଇ ବର୍ଷରୁ କମ ବୟସର ଶିଶୁଙ୍କୁ ଗାଈ କ୍ଷୀର ଦେବା ଦ୍ବାରା ପ୍ରୋ଼ଟିନ ଆଲର୍ଜି ହେବା ଅତି ସାଧାରଣ କଥା । ଯଦି ଆପଣଙ୍କ ଛୁଆ ୨ ବର୍ଷରୁ କମ ବୟସର ଅଟେ ତାହାଲେ ଏହାର ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣି ରଖନ୍ତୁ ।

ଏହି ଗାଈ କ୍ଷୀର ଆଲର୍ଜି- ବେଳେବେଳ ଗାଈ କ୍ଷୀରରେ ଥିବା ପ୍ରୋଟିନକୁ ଶରୀର ଅପଦାର୍ଥ ବୋଲି ଭାବି ନେଇଥାଏ । ଯାହା ଦ୍ବାରା ଏହାର ପ୍ରତିକ୍ରିୟାରେ କିଛି ରାସାୟନିକ ପଦାର୍ଥ ତିଆରି ହେବାକୁ ଲାଗିଥାଏ । ତେଣୁ ଦୁଗ୍ଧ ଆଲର୍ଜିର ଲକ୍ଷଣ ଦେଖେଇବା ଆରମ୍ଭ କରିଥାଏ । ଖୁବ କମ୍ କ୍ଷେତ୍ରରେ ସ୍ତନପାନ କରୁଥିବା ଶିଶୁଙ୍କୁ ମଧ୍ଯ ଦୁଗ୍ଧ ଆଲର୍ଜି ହୋଇପାରେ । ଯଦି ମାଆ ଗାଈ କ୍ଷୀର ପିଇଥାଏ ତାହାଲେ ତାହାର ପ୍ରୋଟିନ୍ ଶିଶୁ ପାଖରେ ପହଞ୍ଚିବା ପରେ ଏହା ଆଲର୍ଜି ସୃଷ୍ଟି କରିଥାଏ ।

କଣ ଏହି ସିଏମପିଏ( CMPA)ସିଏମପିଏ ଏକ ପ୍ରକାର ଦୁଗ୍ଧ ଆଲର୍ଜି ଅଟେ ଯେଉଁଥିରେ ଗାଈ କ୍ଷୀରରେ ଥିବା ପ୍ରୋଟିନ ଶିଶୁଙ୍କର ପାଚନ ପ୍ରକ୍ରିୟା ଉପରେ ପ୍ରତିକ୍ରିୟା କରିଥାଏ ।  ଏହାଦ୍ବାରା ଶିଶୁର ଶରୀରରେ ଆଲର୍ଜିର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ । ଏହି କାରଣରୁ ଝାଡ଼ା, ବାନ୍ତି, କୋଷ୍ଠକାଠିନ୍ୟ, ନିଶ୍ବାସ ନେବାରେ କଷ୍ଚ, କାଶ ଓ ନାକରୁ ପାଣି ବାହାରିଥାଏ । ଶିଶୁ ବର୍ଷକର ହେବା ପୂର୍ବରୁ ତାଠାରେ ସିଏମପିଏର ଲକ୍ଷଣ ଦେଖାଦେଇଥାଏ ।

ଲକ୍ଷଣ-NCBIରେ ପ୍ରକାଶ ପାଇଥିବା ଏକ ଅଧ୍ୟୟନରୁ ଶିଶୁଙ୍କୁ ଦୁଗ୍ଧ ଆଲର୍ଜିର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜଣାପଡ଼ିଥିଲା– ତୀବ୍ର ୟୁରାଟାରିଆ, ରାଇନାଇଟିସ୍‌, ଶୁଖିଲା କାଶ ଓ ବାନ୍ତି । ଆଇରନ ଅଭାବରୁ ଏହାର ଦୀର୍ଘକାଳୀନ ଲକ୍ଷଣ ଗୁଡି଼କ ଦେଖିବାକୁ ମିଳିଥାଏ। ଯାହା ପ୍ରଭାବରେ ଶିଶୁଙ୍କଠାରେ ଶାରୀରିକ ବିକାଶ ନ ହେବା, କୋଷ୍ଠ କାଠିନ୍ୟ ଓ ରକ୍ତ ହୀନତା ଆଦି ଲକ୍ଷଣ ଦେଖାଯାଇଥାଏ।

ଏହି ସମୟରେ କଣ କରିବା ଉଚିତ୍- ଏହି ଦୁଗ୍ଧ ଆଲର୍ଜି ବେଳେ ବେଳେ ଅତ୍ୟନ୍ତ କ୍ଷତିକାରକ ମଧ୍ଯ ହୋଇପାରେ। ସମୟ ଥାଉ ଥାଉ ଏହାକୁ ଚିହ୍ନଟ କରିବା ନିହାତି ଆବଶ୍ୟକ । ଯେତେବେଳେ ଆପଣ ଗାଈ କ୍ଷୀର ବା ଅନ୍ୟ କୌଣସି ଖାଦ୍ୟ ଶିଶୁକୁ ଖାଇବାକୁ ଦେଉଛନ୍ତି ତାହାଲେ ଦୁଇ ଦିନ ଅପେକ୍ଷା କରି ଦେଖନ୍ତୁ ଏହା ଦ୍ବାରା ପିଲାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇଛି ନା ନାହିଁ । ଯଦି ଛୁଆଙ୍କ ଦେହରେ ଉପରୋକ୍ତ କୌଣସି ଲକ୍ଷଣ ଦେଖାଯାଏ ତାହାଲେ ପିଲାଙ୍କୁ ସେହି ଖାଦ୍ୟ ଦେବା ବନ୍ଦ କରିବା ସହ ଡା଼କ୍ତରଙ୍କ ସହ ପରାମର୍ଶ କରନ୍ତୁ ।

କେମିତି କରିବେ ପ୍ରତିକାର- ସିଏମପିଏର(CMPA) ଲକ୍ଷଣ ବାକି ଅନେକ ରୋଗ ପରି ହୋଇଥିବାରୁ ଏହାକୁ ଚିହ୍ନଟ କରିବା ଏତେ ସହଜ ହୋଇନଥାଏ । ଏଥିଲାଗି ଅନେକ ଡାକ୍ତରୀ ପରୀକ୍ଷା ଉପଲବ୍ଧ ଥିଲେ ମଧ୍ଯ ଏହା ଉପରେ ପୂରା ବିଶ୍ବାସ କରିହେବ ନାହିଁ। କାରଣ ଏହା କେବଳ କିଛି ପ୍ରକାର ଆଲର୍ଜି ବିଷୟରେ ଜଣାଇଥାଏ । ଶିଶୁଙ୍କୁ ଗାଈ କ୍ଷୀର ଦେବା ବନ୍ଦ କରିବାର ୪ ସପ୍ତାହ ପରେ ଏହି ଆଲର୍ଜି କମ ହୋଇଥାଏ ।