Top 10 News Today: ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2234742

Top 10 News Today: ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 4th May 2024: ଜମ୍ମୁ କାଶ୍ମୀରରେ ପୁଞ୍ଚ ଜିଲ୍ଲାର ଭାରତୀୟ ବାୟୁସେନା କନଭୟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅନେକ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Today Headlines of Odisha and India 4th May 2024

Top 10 News Today: H1. Naveen Patnaik accuses Opposition of telling lies: ରାଜ୍ୟରେ ବିରୋଧୀ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ।  କୋରାପୁଟ ଓ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ତଥା ଭୋଟ ମାଗିବା ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। 

H2. PM Modi to visit Odisha: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସପ୍ତାହରେ ଦୁଇଥର ଓଡିଶା ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସିଡ୍ୟୁଲ୍ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ରାତି ୯ ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱରରେ ରାତି ବିତାଇବା ପରେ ସେ ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁର ଯିବେ। ସେଠାରେ ସେ ସାଧାରଣ ସଭାକୁ ସମ୍ବୋଧିତ କରିବେ।

H3. Puri Lok Sabha candidate Sucharita Mohanty returns ticket: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକଟ ଫେରାଇଛନ୍ତି। ଏଆଇସିସି ସଂଗଠନ ସମ୍ପାଦକ କେସି ଭେନୁ ଗୋପାଳଙ୍କୁ ଚିଠି ଲେଖି ଏ ବିଷୟ ସ୍ପଷ୍ଟ କରିଛନ୍ତି ସୁଚରିତା। ବିନା ପାର୍ଟି ପାଣ୍ଠିରେ ସେ ନିର୍ବାଚନ ପ୍ରଚାର କରିବାରେ ସମର୍ଥ ହେଉ ନାହାନ୍ତି ଏଣୁ ଟିକଟ ଫେରାଉଛନ୍ତି ବୋଲି ସେ କହିଛନ୍ତି । ଏହାସହ ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାରରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି ଓ ସେମାନଙ୍କଠାରୁ ସେ କିଛି ଆଶା କରିପାରୁ ନାହାନ୍ତି ବୋଲି କହିଛନ୍ତି। 

H4. Odisha weather forecast: ଝଡ଼ ବର୍ଷା ଯୋଗୁଁ ଓଡି଼ଶା ଉପରେ ତାପମାତ୍ରା ହ୍ରାସ ପାଇବ ବୋଲି IMD ପୂର୍ବାନୁମାନ କରିଛି, ଯାହା ୧୮ ଦିନର ପ୍ରବଳ ଉତ୍ତାପରୁ ଆରାମ ଦେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଅଞ୍ଚଳର ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି।

H5. Debasis Nayak Joins Congress Leaving BJP: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ବରି ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ। ଗତକାଲି ବିଜେପି ପ୍ରାର୍ଥୀ ତାଲିକାରେ ବିରି ପାଇଁ ତାଙ୍କୁ ଉଚିତ ମଣି ନଥିଲା। ଏଣୁ ସେ ସ୍ୱାଧୀନ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିଲେ। ଆଜି ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

H6. Air India Free Baggage Limit: ଟାଟା ଗ୍ରୁପ୍‌ର ଏୟାରଲାଇନ୍ସ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଚକିତ କରିଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଦ୍ୱାରା ଲଗେଜ୍ ନେବା ମହଙ୍ଗା ହେବ। ଏହି ବିମାନ ସେବା ମାଗଣା ବ୍ୟାଗେଜ ଓଜନ ସୀମାକୁ ୨୦ କିଲୋଗ୍ରାମରୁ ୧୫ କିଲୋଗ୍ରାମକୁ ହ୍ରାସ କରିଛି। ସରକାରଙ୍କ ଠାରୁ ଏୟାର ଇଣ୍ଡିଆର ନିୟନ୍ତ୍ରଣ ନେବା ପରଠାରୁ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆକୁ ଲାଭଦାୟକ କରିବା ପାଇଁ ନୂଆ ପଦକ୍ଷେପ ନେଉଛି। ସରକାରଙ୍କ ନିୟନ୍ତ୍ରଣରେ ଏୟାର ଇଣ୍ଡିଆ ପ୍ରାୟ ୫୦ ହଜାର କୋଟି ଟଙ୍କା କ୍ଷତି ସହିଛି।

H7. Terrorist attack in Jammu and Kashmir: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ ଏକ ଘୃଣ୍ୟ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ପୁଞ୍ଚ ଜିଲ୍ଲାର ଭାରତୀୟ ବାୟୁସେନା କନଭୟ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଅନେକ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ସ୍ଥାନୀୟ ରାଷ୍ଟ୍ରିୟ ରାଇଫଲ୍ସ ୟୁନିଟ୍ ଏହି ଅଞ୍ଚଳରେ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। 

H8. HD Revanna arrested: କର୍ଣ୍ଣାଟକରେ ଏକ ଅଶ୍ଳୀଳ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା ପୂର୍ବତନ ଜେଡିଏସ ନେତା ପ୍ରଜ୍ୱଳ ରେଭାନ୍ନାଙ୍କ ପିତାଙ୍କୁ ଏସଆଇଟି ଗିରଫ କରିଛି। କୁହାଯାଉଛି ଯେ ଏଚଡି ରେଭାନ୍ନାଙ୍କ ଏହି ଗିରଫଦାରୀ ଏକ ଅପହରଣ ମାମଲାରେ ଘଟିଛି। ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ବଡ ଭାଇ।

H9. Army Vehicle Rolls Down In Verinag Anantnag: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ଅନନ୍ତନାଗରେ ଏକ ସେନା ଗାଡି ଘାଇରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ସେନା କର୍ମଚାରୀ ସହିଦ ହୋଇଥିବା ବେଳେ ପ୍ରାୟ ନଅ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

H10. RCB vs GT IPL 2024 Match: ଆଇପିଏଲରେ ଆଜିର ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ବନାମ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ହେଉଛି। ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ଆଇପିଏଲ୍ ମ୍ୟାଚରେ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚମତ୍କାର ବୋଲିଂ କରି ଗୁଜୁରାଟ ଟାଇଟାନ୍ସକୁ ୧୪୭ ରନରେ ଅଲ୍ ଆଉଟ୍ କରିଦେଇଛି।ଏହି ମ୍ୟାଚକୁ ଜିତିବା ପାଇଁ RCB କୁ ୧୪୮ ରନ୍ ଆବଶ୍ୟକ।