Gajalaxmi rajyog 2023: ହୋଲି ପରେ ସରିବ ଶନିଙ୍କ ସାଢ଼େ ସାତୀ, ସୃଷ୍ଟି ହେବ ଗଜଲକ୍ଷ୍ମୀ ରାଜଯୋଗ: ଏସବୁ ରାଶି ପାଇଁ ଆସିବ ଭଲ ଦିନ
Advertisement
Article Detail0/zeeodisha/odisha1596700

Gajalaxmi rajyog 2023: ହୋଲି ପରେ ସରିବ ଶନିଙ୍କ ସାଢ଼େ ସାତୀ, ସୃଷ୍ଟି ହେବ ଗଜଲକ୍ଷ୍ମୀ ରାଜଯୋଗ: ଏସବୁ ରାଶି ପାଇଁ ଆସିବ ଭଲ ଦିନ

Gajalaxmi Rajyog 2023: ଆଗକୁ ଆସୁଛି ହୋଲି। ଏହି ସମୟ କିଛି ରାଶିଙ୍କ ପାଇଁ ଘାତ ସମୟ ଥିବାବେଳେ ହୋଲି ପରେ କିଛି ରାଶିଙ୍କ ପାଇଁ ଫିଟୁଛି ରାଜଯୋଗ । ରାଜଯୋଗକୁ ସବୁଠାରୁ ଶୁଭ ଯୋଗ ରୂପେ ବିବେଚନା କରାଯାଏ ।

ସୌ(ସୋସିଆଲ ମିଡିଆ)

Gajalaxmi Rajyog 2023: ଆଗକୁ ଆସୁଛି ହୋଲି। ଏହି ସମୟ କିଛି ରାଶିଙ୍କ ପାଇଁ ଘାତ ସମୟ ଥିବାବେଳେ ହୋଲି ପରେ କିଛି ରାଶିଙ୍କ ପାଇଁ ଫିଟୁଛି ରାଜଯୋଗ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ ଗୁଡି଼କର ଏକ ବିଶେଷ ସଂଯୋଗ ଯାହା ଜନ୍ମ କୁଣ୍ଡଳିରେ ଥିବ, ସେହିମାନଙ୍କର ରାଜଯୋଗ ରହିଥାଏ। ଜନ୍ମ ସମୟରେ ଗୋଟିଏ କିମ୍ବା ଅଧିକ ଗୃହରେ ଗ୍ରହର ସ୍ଥିତି ଯୋଗୁଁ ଜଣେ ବ୍ୟକ୍ତିର ଯୋଗ ଗଠନ ହୁଏ। ଜଣେ ବ୍ୟକ୍ତିର ଜନ୍ମ ଫଳାଫଳ ଅନେକ ସମୟରେ ଯୋଗର ଉତ୍ପତ୍ତି ଦ୍ୱାରା ନିର୍ଣ୍ଣୟ କରାଯାଏ। ଭିନ୍ନ ଭିନ୍ନ ଘରେ ଗ୍ରହର ଅବସ୍ଥିତି ଅନୁଯାୟୀ ବିଭିନ୍ନ ଯୋଗ ସୃଷ୍ଟି ହୋଇଥାଏ। ତେବେ ରାଜଯୋଗକୁ ସବୁଠାରୁ ଶୁଭ ଯୋଗ ରୂପେ ବିବେଚନା କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ହୋଲି ପରେ ରାଜଯୋଗ ଗଠନ ହେବାକୁ ଯାଉଛି। ଆଗାମୀ ଏପ୍ରିଲ ୨୨ ତାରିଖରେ ବୃହସ୍ପତି ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ। ଏହା ଫଳରେ ଆଗକୁ ଗଜଲକ୍ଷ୍ମୀ ଯୋଗ ଗଠନ ହେବାକୁ ଯାଉଛି। ଜ୍ୟୋତିଷଙ୍କ କହିବା ଅନୁଯାୟୀ, ଗଜଲକ୍ଷ୍ମୀ ଯୋଗ ଅନେକ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣି ଦେଇଥାଏ। ଗ୍ରହ ମାନଙ୍କର ଦେବତା ହେଉଛନ୍ତି ବୃହସ୍ପତି। ଆଗାମୀ ଦିନରେ ବୃହସ୍ପତି ମେଷ ରାଶିରେ ପ୍ରବେଶ କରିବେ। ପୂର୍ବରୁ ମେଷ ରାଶିରେ ଚନ୍ଦ୍ରମା ରହିଛନ୍ତି। ତେବେ ଚନ୍ଦ୍ରମା ଓ ବୃହସ୍ପତି ଏକତ୍ର ହେବା ଯୋଗୁଁ ଗଜଲକ୍ଷ୍ମୀ ଯୋଗ ଗଠନ ହେବ। ଏହାର ପ୍ରଭାବରେ ଅନେକ ରାଶିଙ୍କର ଭାଗ୍ୟ ବଦଳିଯିବ। ଏଥି ଯୋଗୁଁ ଶନିଦେବଙ୍କ ପ୍ରକୋପରୁ ମଧ୍ୟ ରାଶି ଗୁଡି଼କ ମୁକ୍ତ ହେବେ। ତେବେ ଆସନ୍ତୁ ଜାଣିବା ଗଜଲକ୍ଷ୍ମୀ ଯୋଗ ଯୋଗୁଁ କେଉଁ କେଉଁ ରାଶି ଗୁଡି଼କ ଲାଭବାନ ହେବେ।

ମେଷ ରାଶି(Aries) - ଗଜଲକ୍ଷ୍ମୀ ଯୋଗ ଫଳରେ ମେଷ ରାଶିର ଲୋକ ମାନଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ସଫଳତା ମିଳିବ । କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ପ୍ରେମ ପାଇଁ ଏହି ସମୟ ବେଶ ଅନୁକୂଳ ଅଟେ । ଯେଉଁ ମାନଙ୍କ ବିବାହରେ ସମସ୍ୟା ଲାଗି ରହିଛି ତାହା ଦୂର ହେବା ସହ ବିବାହ ନେଇ ଯୋଗ ଫିଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଭାଗ୍ୟ ବଳରେ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଅଟକିଥିବା ସମସ୍ତ କାମ ପୂରା ହେବ ।

ଧନୁ ରାଶି(Sagittarius )- ଗଜଲକ୍ଷ୍ମୀ ଯୋଗ ଫଳରେ ଧନୁ ରାଶିର ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବେ ଧନପ୍ରାପ୍ତି ହେବ । ବ୍ୟବସାୟ ବାଣିଜ୍ୟ ନେଇ ଏହି ସମୟ ବେଶ ଅନୁକୂଳ ଅଟେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଶୁଭ ଫଳ ଦେବ, ବିଦେଶରେ ପାଠପଢା ନେଇ ଯୋଗ ସୃଷ୍ଟି ହୋଇପାରେ ।

ମିଥୁନ ରାଶି(Gemini )- ଗଜଲକ୍ଷ୍ମୀ ରାଜଯୋଗ ଫଳରେ ଆପଣଙ୍କର ଆୟ ବୃଦ୍ଧି ପାଇବ । ପୁରୁଣା କାରବାରରୁ ଲାଭ ଓ ସଫଳତା ମିଳିବ। ଶିକ୍ଷାକ୍ଷେତ୍ରରେ ଅସୁବିଧା ସତ୍ତ୍ବ ଛାତ୍ରଛାତ୍ରୀ ଆଗକୁ ବଢିପାରିବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିବାହ ନେଇ ଏହି ସମୟ ବେଶ ଅନୁକୂଳ ଅଟେ, କୁଆଁରୀ ମାନଙ୍କୁ ଭଲ ଜୀବନସାଥୀ ମିଳିବ ।

Also Read- Horoscope Today 5 March 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର