Horoscope Today 5 March 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର
Advertisement
Article Detail0/zeeodisha/odisha1596491

Horoscope Today 5 March 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Horoscope Today 5 March 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୫ ହେଉଛି ରବିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 5 March 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Horoscope Today 5 March 2023: ମେଷ- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।  

ବୃଷ-ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।  

ମିଥୁନ- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ମାଲି ମୋକଦ୍ଦମାରେ ବିଜୟୀ ହେବେ ।  

କର୍କଟ- ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ ।  

ସିଂହ- ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୂରଯାତ୍ରା ସଫଳ ହେବ ।  

କନ୍ୟା- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।  

ତୁଳା- ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।  

ଅଧିକ ପଢ଼ନ୍ତୁ:-ପିଏମ କିସାନର ଟଙ୍କା ମିଳିବା ପରେ କୃଷି ମନ୍ତ୍ରୀ ଦେଲେ ଆଉ ଏକ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଆପଣ

ଅଧିକ ପଢ଼ନ୍ତୁ:-ଏଠାରେ ବିବାହିତ ଦମ୍ପତି ପ୍ରତ୍ୟେକ ରାତିରେ ବଦଳାନ୍ତି ନିଜ ପାର୍ଟନର, ସେୟାର କଲେ ପରସ୍ପରର ପତ୍ନୀଙ୍କ ସହ ଶୋଇବାର ଭିଡିଓ

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ହେଲାଣି, କିନ୍ତୁ ଆସିନି PF ଟଙ୍କା! କେବେ ମିଳିବ ସୁଧ? EPFO ଦେଲା ଜବାବ

 

ବିଛା- ସ୍ୱାସ୍ଥ୍ୟ ସଚେତନ ହେବେ । ସ୍ଥିର ଚିତ୍ତରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବ୍ୟବସାୟ ଭଲ ହେବ ।  

ଧନୁ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।

ମକର- ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ବ୍ୟବସାୟ ଲାଭପ୍ରଦ ହେବ ।  

କୁମ୍ଭ- ଅସୁସ୍ଥତାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ଅଟେ ।  

ମୀନ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ଭଲ ରହିବ । ବ୍ୟବସାୟ ଆଶାନୁରୂପକ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।