Guava Leaves Benefits: ମଧୁମେହକୁ ସନ୍ତୁଳିତ କରେ ପିଜୁଳି ପତ୍ର, ଏସବୁ ରୋଗ ପାଇଁ ବି ହୋଇଥାଏ ରାମବାଣ
Advertisement

Guava Leaves Benefits: ମଧୁମେହକୁ ସନ୍ତୁଳିତ କରେ ପିଜୁଳି ପତ୍ର, ଏସବୁ ରୋଗ ପାଇଁ ବି ହୋଇଥାଏ ରାମବାଣ

Guava Leaves Benefits: ଏହି ଯାଦୁକାରୀ ପତ୍ର ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଏବଂ ପ୍ରୋଟିନ୍, ଭିଟାମିନ୍ ସି, ଗାଲିକ୍ ଏସିଡ୍ ଏବଂ ଫେନୋଲିକ୍ ଯୌଗିକର ଏକ ଉତ୍କୃଷ୍ଟ ଉତ୍ସ । ପିଜୁଳି ପତ୍ର ବ୍ଲଡ ଶୁଗାରକୁ ନିୟନ୍ତ୍ରଣ କରିଥାଏ ।

Guava Leaves Benefits: ମଧୁମେହକୁ ସନ୍ତୁଳିତ କରେ ପିଜୁଳି ପତ୍ର, ଏସବୁ ରୋଗ ପାଇଁ ବି ହୋଇଥାଏ ରାମବାଣ

Guava Leaves Benefits: ପିଜୁଳିରୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ଏହି ପିଜୁଳିର ଫଳ ସହ ପତ୍ର ମଧ୍ୟ ଆମ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯାହା ରୋଗ ପାଇଁ ପାରମ୍ପାରିକ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । ପିଜୁଳି ପତ୍ର (Guava Leaves) ର କାଢ଼ା ତିଆରି କରି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇପାରେ । ପିଜୁଳି ପତ୍ର ଆପଣଙ୍କର ମଧୁମେହ (Diabetes) ଅର୍ଥାତ ସୁଗାର ଲେଭଲକୁ ନିୟନ୍ତ୍ରଣ କରିବା ଠାରୁ ଆରମ୍ଭ କରି ଆଲର୍ଜି ସମସ୍ୟାକୁ ମଧ୍ୟ ଦୂର କରିପାରେ । ଏହା ବ୍ୟତୀତ ପିଜୁଳି ପତ୍ରକୁ ଫୁଟାଇବା ପିଇବା ଶରୀରକୁ ଅନେକ ଲାଭ ଦେଇପାରେ ।

ଯଦି ଆପଣ ସକାଳେ ଖାଲି ପେଟରେ ପିଜୁଳି ପତ୍ରକୁ ପାଣିରେ ଫୁଟାଇ ଏହି ପାଣି ପିଉଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଚମତ୍କାର ଲାଭ ଦେଇଥାଏ । ପିଜୁଳି ପତ୍ରର ଔଷଧୀୟ ଗୁଣ ରହିଛି । ପିଜୁଳି ପତ୍ରରେ ଅନେକ ଭିଟାମିନ୍, ମିନେରାଲ୍ସ, ମାଇକ୍ରୋ ଏବଂ ମାକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର ରହିଥାଏ । ପିଜୁଳି ପତ୍ରରେ ବାୟୋଆକ୍ଟିଭ୍ ନାମକ ଯୌଗିକ ମଧ୍ୟ ଥାଏ । ଏହି ଯାଦୁକାରୀ ପତ୍ର ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଓ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଏବଂ ପ୍ରୋଟିନ୍, ଭିଟାମିନ୍ ସି, ଗାଲିକ୍ ଏସିଡ୍ ଏବଂ ଫେନୋଲିକ୍ ଯୌଗିକର ଏକ ଉତ୍କୃଷ୍ଟ ଉତ୍ସ ।

ବ୍ଲଡ ଶୁଗାରକୁ କରେ ନିୟନ୍ତ୍ରଣ

ପିଜୁଳି ପତ୍ରର ସ୍ୱାଦ କୋସା ହୋଇଥାଏ । ଏହା ମଧୁମେହ ରୋଗୀଙ୍କ ହାଇ ବ୍ଲଡ ଶୁଗାରକୁ  ହ୍ରାସ କରିବାରେ ଓ ରକ୍ତରେ ଶର୍କରା ସ୍ତରକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରେ ।

ହାର୍ଟର ଯତ୍ନ ନିଅନ୍ତୁ 

ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ଓ ଭଲ କୋଲେଷ୍ଟ୍ରଲ ବଢ଼ାଇବାରେ ପିଜୁଳି ପତ୍ରର ପାଣି ପ୍ରଭାବଶାଳୀ ହୋଇଥାଏ । ଏହି ଉପାୟରେ ପିଜୁଳି ପତ୍ରର ଜଳ ଅର୍ଥାତ୍ କାଢ଼ା ମଧ୍ୟ ଉଚ୍ଚ ବ୍ଲଡ ପ୍ରେସର୍ ଓ ହୃଦରୋଗର ଆଶଙ୍କା ହ୍ରାସ କରିବାରେ ଲାଭଦାୟକ ହୋଇଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟକାରୀ

ହଜମ ପ୍ରକ୍ରିୟାରେ ସୁଧାର ଆଣି ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧିରେ ପିଜୁଳି ପତ୍ରର ଜଳ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ପିଜୁଳି ପତ୍ର ଆପଣଙ୍କର ଶରୀରରେ ଗଚ୍ଛିତ ଅତିରିକ୍ତ କ୍ୟାଲୋରୀ ଜାଳିବାରେ ସହାୟକ ହୋଇଥାଏ । ଯାହା ଚର୍ବିକୁ ଶୀଘ୍ର ଜାଳିବାରେ ସାହାଯ୍ୟ କରିଥାଏ ।

ହେମୋଗ୍ଲୋବିନ ବୃଦ୍ଧିରେ ସାହାଯ୍ୟକାରୀ 

ପିଜୁଳି ପତ୍ରର ଏହି ଜଳ ଅନିମିଆ କିମ୍ବା ରକ୍ତହୀନତା ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପିଜୁଳି ପତ୍ର ରକ୍ତରେ ଅମ୍ଳଜାନ ବୃଦ୍ଧି କରିଥାଏ । ଏହା ଡେଙ୍ଗୁ ରୋଗୀଙ୍କ ପ୍ଲେଟଲେଟ୍ ବୃଦ୍ଧିରେ ସାହାଯ୍ୟ କରିବା ସହିତ ଲାଲ ରକ୍ତ କଣିକାକୁ ବଢ଼ିବାରେ ମଧ୍ୟ ପ୍ରୋତ୍ସାହିତ କରିଥାଏ ।

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତ ବଢ଼ାଇଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟେନସନ! ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସାମିଲ ଅଛନ୍ତି ଏହି ୩ ୱିକେଟକିପର

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ବର୍ଷ ଜାନୁଆରୀରେ ଏତେ ବଢ଼ିବ ମହଙ୍ଗା ଭତ୍ତା!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!

 

 

ପାଟି ଘା’ର ଯନ୍ତ୍ରଣାରେ ଆରାମ ମିଳିଥାଏ

ଯଦି ଶରୀରର ଉତ୍ତାପ ଯୋଗୁଁ ଆପଣଙ୍କ ପାଟିରେ ଓ ଜିଭ ଛାଳି ଯାଇଥାଏ । ତେବେ ପିଜୁଳି ପତ୍ରର ପାଣି ସହିତ ଗାର୍ଗଲ୍ କରିବା ଓ ପିଇବା ଦ୍ୱାରା ସେହି ସମସ୍ୟାଗୁଡ଼ିକର ଆରାମ ମିଳିଥାଏ ।

ଚର୍ମ ପାଇଁ ବରଦାନ

ପିଜୁଳି ପତ୍ରର ଜଳ ହେଉଛି ଏକ ପ୍ରାକୃତିକ ରକ୍ତ ବିଶୋଧନକାରୀ ଓ ଡିଟକ୍ସ ପାନୀୟ, ଯାହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଓ କ୍ଷତିକାରକ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହି ପାଣି ପିମ୍ପଲ୍ ଓ ଦାଗ ଦୂର କରିବାରେ ଲାଭଦାୟକ ଅଟେ । ପିଜୁଳି ପତ୍ର ପାଣି ଚମକଦାର ତ୍ୱଚା ପାଇବାରେ ସାହାଯ୍ୟ କରେ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ପଦ୍ଧତି ଆପଣାଇବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ ।)