IND vs NZ: ଋଷଭ ପନ୍ତ ବଢ଼ାଇଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟେନସନ! ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସାମିଲ ଅଛନ୍ତି ଏହି ୩ ୱିକେଟକିପର
Advertisement

IND vs NZ: ଋଷଭ ପନ୍ତ ବଢ଼ାଇଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟେନସନ! ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସାମିଲ ଅଛନ୍ତି ଏହି ୩ ୱିକେଟକିପର

IND vs NZ: ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । 

IND vs NZ: ଋଷଭ ପନ୍ତ ବଢ଼ାଇଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟେନସନ! ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସାମିଲ ଅଛନ୍ତି ଏହି ୩ ୱିକେଟକିପର

India vs New Zealand T20 Series: ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ରେ ଭାରତର ଅଭିଯାନ୍ ଏତେଟା ଖାସ୍ ନ ଥିଲା । ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ପରାଜିତ ହେବା ସହ ଟିମ୍ ଇଣ୍ଡିଆ (Team India) ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲା । ଯାହା ପରେ ଭାରତୀୟ ଦଳକୁ ବହୁତ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଏବେ ସମସ୍ତଙ୍କ ନଜର ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ (IND vs NZ T20 Series) ରେ ଉପରେ ରହିଛି । ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ସିନିୟର ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ । ରୋହିତ ଶର୍ମା (Rohit Sharma), ବିରାଟ କୋହଲି (Virat Kohli) ଏବଂ କେଏଲ ରାହୁଲ (KL Rahul) ଙ୍କ ପରି ଦିଗ୍ଗଜ୍ ବ୍ୟାଟ୍ସମ୍ୟାନଙ୍କୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବିଶ୍ରାମ ଦିଆଯାଇଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ମିଳିଛି ।

ସେପଟେ ଟିମ୍ ଚୟନକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ସାମ୍ନାରେ ଏକ ବଡ଼ ସମସ୍ୟା ରହିଛି । କାରଣ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ (Team India) ରେ ୩ ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ସ (Wicketkeeper) ସାମିଲ ଅଛନ୍ତି । ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା କାହାକୁ ସୁଯୋଗ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ସଞ୍ଜୁ ସାମସନ (Sanju Samson), ଇଶାନ କିଶନ (Ishan Kishan) ଏବଂ ଋଷଭ ପନ୍ତ (Rishabh Pant) ଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । 

ଏହି ୩ ଖେଳାଳି ଉତ୍କୃଷ୍ଟ ୱିକେଟ୍ କିପିଂ ପାଇଁ ଜଣାଶୁଣା । କିନ୍ତୁ ଋଷଭ ପନ୍ତ (Rishabh Pant) ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ବହୁତ ଖରାପ ପ୍ରଦର୍ଶନ କରିଥିଲେ । ଋଷଭ ପନ୍ତ ଟି-20 ବିଶ୍ୱକପ ୨୦୨୨ରେ କେବଳ ଦୁଇଟି ମ୍ୟାଚ୍ ଖେଳିଥିଲେ । ଜିମ୍ବାୱେ ବିପକ୍ଷରେ ସେ ୩ ରନ୍ ସ୍କୋର କରିଥିଲେ । ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଯେତେବେଳେ ଟିମ୍ ଇଣ୍ଡିଆ ତାଙ୍କୁ ଅଧିକ ଆବଶ୍ୟକ କରୁଥିଲା । ସେତେବେଳେ ଋଷଭ ପନ୍ତ ମାତ୍ର ୬ ରନ୍ ସ୍କୋର କରିଥିଲେ । ତାଙ୍କର ଖରାପ ପ୍ରଦର୍ଶନକୁ ଦେଖି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ଡ୍ରପ କରିପାରନ୍ତି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ବର୍ଷ ଜାନୁଆରୀରେ ଏତେ ବଢ଼ିବ ମହଙ୍ଗା ଭତ୍ତା!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ, ODI ଓ T20 ପାଇଁ ମିଳିବ ଅଲଗା ଅଲଗା ଅଧିନାୟକ!

ଅଧିକ ପଢ଼ନ୍ତୁ:-'ଅହଂକାରକୁ ସାଇଡ୍ କରି ଇଂଲଣ୍ଡଠୁ ଶିଖନ୍ତୁ', BCCIକୁ ଉପଦେଶ ଦେଲେ ଏହି ପୂର୍ବତନ ଅଧିନାୟକ

 

ସେପଟେ ସଞ୍ଜୁ ସାମସନ ଗତ କିଛି ବର୍ଷ ଧରି ନିଜର ଦମଦାର୍ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ସେ ଚମତ୍କାର ଫର୍ମରେ ଅଛନ୍ତି । କୌଣସି ବୋଲିଂ ଆକ୍ରମଣକୁ ବିଧ୍ୱସ୍ତ କରିବାର କ୍ଷମତା ତାଙ୍କ ପାଖରେ ଅଛି । ସଞ୍ଜୁ ସାମସନ ଭାରତ ପାଇଁ ୯ଟି ଏକ ଦିବସୀୟ  (ODI) ମ୍ୟାଚରେ ୨୯୪ ରନ୍ ଓ ୧୬ଟି ଟି-20 ମ୍ୟାଚରେ ୨୯୬ ରନ୍ କରିଛନ୍ତି । ଚୟନକର୍ତ୍ତାମାନେ ଋଷଭ ପନ୍ତଙ୍କୁ ଯେତିକି ସୁଯୋଗ ଦେଇଛନ୍ତି, ସେତିକି ସୁଯୋଗ ଇଶାନ କିଶନଙ୍କୁ ବି ଦେଇ ନାହାଁନ୍ତି । ଘରୋଇ କ୍ରିକେଟରେ ଇଶାନ କିଶନ ଭଲ ପ୍ରଦର୍ଶନ କରିଛନ୍ତି । ଇଶାନ କିଶନ ଭାରତ ପାଇଁ ୯ଟି ODI ମ୍ୟାଚରେ ୨୬୭ ରନ୍ ଓ ୧୯ଟି ଟି-20 ମ୍ୟାଚରେ ୫୪୫ ରନ୍ କରିଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।