Happy Diwali 2022: ଏଥର ଫିକା ପଡ଼ିବନି ପୂଜା! ସାରା ରାଜ୍ୟ ଧୂମଧାମରେ ପାଳୁଛି ଦୀପାବଳୀ, ଜାଣନ୍ତୁ ଦୀପ ପ୍ରଜ୍ୱଳିତ କରିବାର ଶୁଭ ମୁହୂର୍ତ୍ତ
Advertisement
Article Detail0/zeeodisha/odisha1408881

Happy Diwali 2022: ଏଥର ଫିକା ପଡ଼ିବନି ପୂଜା! ସାରା ରାଜ୍ୟ ଧୂମଧାମରେ ପାଳୁଛି ଦୀପାବଳୀ, ଜାଣନ୍ତୁ ଦୀପ ପ୍ରଜ୍ୱଳିତ କରିବାର ଶୁଭ ମୁହୂର୍ତ୍ତ

Diwali 2022: ବିଗତ ୨ ବର୍ଷ ଧରି କୋରୋନା କାରଣରୁ ଦୀପାବଳୀ ଫିକା ପଡ଼ିଯାଇଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟରେ ଅତି ଧୂମଧାମରେ ଦୀପାବଳୀ ପାଳନ କରାଯିବ । ସେପଟେ ଚଳିତ ଥର ବାତ୍ୟା ଭୟ ମଧ୍ୟ ଥିଲା । କିନ୍ତୁ ବର୍ତ୍ତମାନ ବାତ୍ୟା ଭୟ ନଥିଲେ ମଧ୍ୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ତେଣୁ ବର୍ଷା ଦୀପାବଳୀକୁ ଫିକା କରିପାରେ । 

Happy Diwali 2022: ଏଥର ଫିକା ପଡ଼ିବନି ପୂଜା! ସାରା ରାଜ୍ୟ ଧୂମଧାମରେ ପାଳୁଛି ଦୀପାବଳୀ, ଜାଣନ୍ତୁ ଦୀପ ପ୍ରଜ୍ୱଳିତ କରିବାର ଶୁଭ ମୁହୂର୍ତ୍ତ

Diwali 2022: ଦୀର୍ଘ ସମୟର ଅପେକ୍ଷା ପରେ ଆଜି ଦୀପାବଳୀ (Diwali) ର ଶୁଭ ଘଡ଼ି ଆସି ଯାଇଯାଇଛି । ଆଲୋକର ଏହି ପର୍ବ ଜୀବନରେ ଆଲୋକ ଆଣି ଦେଇଥାଏ । ଏହି ଦିନ ନା କେବଳ ଧନର ପର୍ବ ହୋଇଥାଏ, ବରଂ ଏହା ମଧ୍ୟ ମନର ପର୍ବ ହୋଇଥାଏ । ଆଜି (ଅକ୍ଟୋବର ୨୪) ସାରା ଦୁନିଆରେ ଦୀପାବଳୀ ଉତ୍ସବକୁ ଅତି ଧୂମଧାମ ସହ ପାଳନ କରାଯାଉଛି । ଭାରତ ସମେତ ଆମ ରାଜ୍ୟ ଓଡ଼ିଶାର ପୁରପଲ୍ଲୀରେ ଘରେ ଘରେ ମଧ୍ୟ ଏହି ଆଲୋକ ପର୍ବକୁ ଅତି ଆନନ୍ଦର ସହ ପାଳନ କରାଯିବ । ଆଜିର ଦିନରେ ଲୋକମାନେ ନିଜ ଘରେ ଦୀପ ପ୍ରଜ୍ୱଳିତ କରିବା ସହ ବାଣ ଫୁଟାଇ ଦୀପାବଳୀ ପାଳନ କରନ୍ତି । ବିଗତ ୨ ବର୍ଷ ଧରି କୋରୋନା କାରଣରୁ ଦୀପାବଳୀ ଫିକା ପଡ଼ିଯାଇଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟରେ ଅତି ଧୂମଧାମରେ ଦୀପାବଳୀ ପାଳନ କରାଯିବ । ସେପଟେ ଚଳିତ ଥର ବାତ୍ୟା ଭୟ ମଧ୍ୟ ଥିଲା । କିନ୍ତୁ ବର୍ତ୍ତମାନ ବାତ୍ୟା ଭୟ ନଥିଲେ ମଧ୍ୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ତେଣୁ ବର୍ଷା ଦୀପାବଳୀକୁ ଫିକା କରିପାରେ । 

ଆସନ୍ତୁ ଜାଣିବା ଦୀପାବଳୀର ଶୁଭ ସମୟ ବିଷୟରେ...ଜ୍ୟୋତିଷଙ୍କ ଅନୁଯାୟୀ, ଦୀପାବଳୀର ଶୁଭ ସମୟ ସନ୍ଧ୍ୟା ୬:୩୬ରୁ ଆରମ୍ଭ ହେବ । ଏଥର କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥି ସନ୍ଧ୍ୟା ୫:୦୪ ପରେ ଆରମ୍ଭ ହେଉଛି । ସୋମବାର ହସ୍ତା ନକ୍ଷତ୍ର  ଅପରାହ୍ନ ୩:୧୮ ପର୍ଯ୍ୟନ୍ତ ରହିଛି ପରେ ଚିତ୍ରା ନକ୍ଷତ୍ର ରହିବ, ଯାହା ଅତ୍ୟନ୍ତ ଶୁଭ ଅଟେ । ସନ୍ଧ୍ୟାରେ ଦୀପୋତ୍ସବ ସହ ଦେବୀ ଲକ୍ଷ୍ମୀ, ଗଣେଶ ଏବଂ କୁବେରୀଙ୍କୁ ପୂଜା କରିବା ଉଚିତ୍ । ଏହି ଦିନ ଲକ୍ଷ୍ମୀ ମାଙ୍କୁ ଖୁସି କରିବା ପାଇଁ ଘରଗୁଡ଼ିକୁ ସଫା କରି ଦୀପ ସହିତ ସଜାଇବା ଉଚିତ୍ । ଦୀପାବଳୀ ଦିନ ଦୀପ ପୂଜା କରିବାର ଅତ୍ୟନ୍ତ ମହତ୍ତ୍ୱ ରହିଛି । 

ସାଧରଣତଃ କାର୍ତ୍ତିକ ମାସ ଅମବାସ୍ୟା ଦିନ ଦୀପାବଳୀ (Deepavali) ପାଳନ କରାଯାଏ । ଦୀପାବଳୀ ରାତିକୁ ବିଶ୍ୱର ସବୁଠୁ ଅଧିକ କଳାରାତି ବୋଲି କୁହାଯାଏ । ତେଣୁ ଏହି ଦିନ ଲୋକେ ଦୀପ ବା କ୍ୟାଣ୍ଡେଲ ଜାଳି ଅନ୍ଧକାରକୁ ପରାଜିତ କରି ପରିବେଶକୁ ଆଲୋକିତ କରନ୍ତି । ଦୀପାବଳୀ ଧନ ଓ ଭାଗ୍ୟର ଦେବୀ ଲକ୍ଷ୍ମୀଙ୍କ ଉତ୍ସବ ଅଟେ । ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ । ଶୀତ ପୂର୍ବରୁ ଚାଷୀମାନେ ସେମାନଙ୍କ ଶେଷ ଅମଳ କରିଥାନ୍ତି । ଯାହାକୁ ସେମାନେ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି । ସେପଟେ ବ୍ୟବସାୟୀମାନେ ଦୀପାବଳୀକୁ ଆର୍ଥିକ ନୂତନ ବର୍ଷର ପ୍ରଥମ ଦିନ ବୋଲି ବିଚାର କରନ୍ତି । ତେବେ ଦୀପାବଳୀ କେବଳ ଭାରତ ନୁହେଁ, ନେପାଳ, ଶ୍ରୀଲଙ୍କା, ଭିଏତନାମ ପରି ଅନେକ ବୌଦ୍ଧ ବହୁଳ ଦେଶରେ ପାଳନ କରାଯାଏ ।

ଅଧିକ ପଢ଼ନ୍ତୁ:-ହିମାଚଳ ପ୍ରଦେଶରେ ବିଜେପିରେ ବଢୁଛି ଅସନ୍ତୋଷ, ଚିନ୍ତାରେ ଦଳୀୟ ନେତୃତ୍ୱ!

ଅଧିକ ପଢ଼ନ୍ତୁ:-ଦୀପାବଳୀ ପରେ ଏସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ପହଞ୍ଚାଇବ ବୁଧ, ଚମକି ଯିବ ଭାଗ୍ୟ

ଅଧିକ ପଢ଼ନ୍ତୁ:-ଦହି ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

 

ଦୀପାବଳୀର କିମ୍ବଦନ୍ତୀ ଅଞ୍ଚଳଠାରୁ ଭିନ୍ନ, ସେହିପରି ଏହାର ପାଳନ ପଦ୍ଧତି ମଧ୍ୟ ଭିନ୍ନ । କିନ୍ତୁ ସବୁ ସ୍ଥାନରେ ସାମଞ୍ଜସ୍ୟ ହେଉଛି, ତାହା ହେଉଛି ମିଠା, ପାରିବାରିକ ସମାବେଶ, ଏବଂ ମାଟି ଦୀପ ଜାଳିବା । ଯାହା ଘରର ଆଧ୍ୟାତ୍ମିକ ଅନ୍ଧକାରରୁ ରକ୍ଷା କରିଥାଏ ।