ଆପଣ ଯଦି ଆପଣଙ୍କ ଶରୀରରୁ ବିଷାକ୍ତ ପଦର୍ଥ କାଢିବାକୁ ଚାହାଁନ୍ତି, ତେବେ ହଳଦୀ ଆପଣଙ୍କ ପାଇଁ ବେଶ ଲାଭଦାୟକ ହେବ । ହେଲେ ଆମକୁ ଜାଣିବା ଦରକାର, କେମିତି ଏହାର ବ୍ୟବହାର କରାଯିବ ? ଏଥିପାଇଁ ହଳଦୀକୁ ପାଣିରେ ମିଶାଇ ପିଇବାକୁ ପଡେ ।
Trending Photos
ହଳଦୀ, ଏହାର ବହୁ ଔଷଧୀୟ ଗୁଣ ରହିଛି । ଯେଇଁଥିପାଇଁ ତ ପରିବା କାଟି ପ୍ରଥମେ ହଳଦୀ ପାଣିରେ ପକାନ୍ତି । ଶରୀରରୁ ବିଷାକ୍ତ ପଦାର୍ଥ କାଢିବାରେ ହଳଦୀର ପ୍ରମୁଖ ଭୂମିକା ଥାଏ । ବିଭିନ୍ନ ରୋଗରୁ ମଧ୍ୟ ଆମକୁ ଏହା ରକ୍ଷା କରିଥାଏ । ତେବେ ହଳଦୀର ବ୍ୟବହାର ସମ୍ପର୍କରେ ଆପଣ ଜାଣିବା ଜରୁରୀ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ନୂତନ ଶ୍ରମ ଆଇନରୁ କେଉଁ କର୍ମଚାରୀଙ୍କୁ ହେବ ସବୁଠାରୁ ଅଧିକ ଲାଭ, କାହା ଉପରେ ବଢ଼ିବ ଟ୍ୟାକ୍ସର ଭାର
କେମିତି ହଳଦୀର ବ୍ୟବହାର କରିବେ ?
ଆପଣ ଯଦି ଆପଣଙ୍କ ଶରୀରରୁ ବିଷାକ୍ତ ପଦର୍ଥ କାଢିବାକୁ ଚାହାଁନ୍ତି, ତେବେ ହଳଦୀ ଆପଣଙ୍କ ପାଇଁ ବେଶ ଲାଭଦାୟକ ହେବ । ହେଲେ ଆମକୁ ଜାଣିବା ଦରକାର, କେମିତି ଏହାର ବ୍ୟବହାର କରାଯିବ ? ଏଥିପାଇଁ ହଳଦୀକୁ ପାଣିରେ ମିଶାଇ ପିଇବାକୁ ପଡେ । ତେବେ ହଳଦୀ ପାଣି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଶୈଳୀ ରହିଛି ।
ଅଧିକ ପଢ଼ନ୍ତୁ:-ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଏହି ୮ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
କେମିତି ପ୍ରସ୍ତୁତ କରିବେ ହଳଦୀ ପାଣି ?
ହଳଦୀ ପାଣି ପ୍ରସ୍ତୁତ କରିବା ବେଶ ସହଜ । ଏକ ପାତ୍ରରେ ଗୋଟିଏ ଚାମଚ ହଳଦୀ ଏବଂ ଅଧା ଚାମଚ ଲେମ୍ବୁରସ ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଗୋଟିଏ ଗ୍ଲାସ ପାଣି ଗରମ କରନ୍ତୁ । ପାଣି ଗରମ ହେବା ପରେ ହଳଦୀ ଏବଂ ଲେମ୍ବୁରସ ଥିବା ପାତ୍ରରେ ଢାଳି ଦିଅନ୍ତୁ । ଏହାପରେ ଗରମ ପାଣି, ହଳଦୀ ଏବଂ ଲେମ୍ବୁରସକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଟିକିଏ ଉଷୁମ ହେବା ପରେ ଆପଣ ଏହି ପାଣିକୁ ପିଇ ପାରିବେ । ଯଦି ଏଥିରେ ମହୁ ମିଶିଇ ପିଉଛନ୍ତି, ଆହୁରି ଉତ୍ତମ । ଆପଣଙ୍କ ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ଏହା ସଫା କରିଦେବ ।