ଶୀତ ଦିନେ କିପରି ନେବେ ସ୍ଵାସ୍ଥ୍ୟର ଯତ୍ନ, ଜାଣନ୍ତୁ ୧୦ଟି ସହଜ ଟିପ୍ସ
Advertisement
Article Detail0/zeeodisha/odisha1032835

ଶୀତ ଦିନେ କିପରି ନେବେ ସ୍ଵାସ୍ଥ୍ୟର ଯତ୍ନ, ଜାଣନ୍ତୁ ୧୦ଟି ସହଜ ଟିପ୍ସ

ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । 

ଶୀତ ଦିନେ କିପରି ନେବେ ସ୍ଵାସ୍ଥ୍ୟର ଯତ୍ନ, ଜାଣନ୍ତୁ ୧୦ଟି ସହଜ ଟିପ୍ସ

ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । ତେବେ ଏହିଦିନେ ସୁସ୍ଥ ରହିବା ଲାଗି ଜାଣନ୍ତୁ କେତୋଟି କଥା...

୧. ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ଶୋଷ କମ୍ ଲାଗିଥାଏ । ତେଣୁ ପାଣି କମ ପିଇବା ଫଳରେ ଶରୀରରେ ଜଳର ଅଭାବ ଦେଖାଦିଏ । କିନ୍ତୁ ଶୀତ ଦିନେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ଶରୀରକୁ ଆବଶ୍ୟକ । ତେଣୁ ପ୍ରତିଦିନ ୨ରୁ ୪ ଲିଟର ପାଣି ପିଅନ୍ତୁ ।

୨. ପ୍ରତିଦିନ ଖାଦ୍ୟରେ ଭିଟାମିନ ସି , ଡି , ଓମେଗା ୩ ଫ୍ୟାଟଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ।  ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

୩. ଶୀତ ଦିନେ ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ।

୪. ସକାଳେ ସୂର୍ଯ୍ୟଦୋୟ ହେବାପରେ ବ୍ୟାୟାମ କରିବାକୁ ଯାଆନ୍ତୁ । ଏହା ଦ୍ଵାରା ଶରୀରକୁ ଭିଟାମିନ ‘ଡି’ ପ୍ରଚୁର ପରିମାଣରେ ମିଳିଥାଏ ।

୫. ହାର୍ଟ ରୋଗୀ ନିଜ ହାତ ଓ ଗୋଡକୁ ଉଷୁମ ରଖିବାକୁ ସର୍ବଦା ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ଠିକ ହୁଏ ।

୬. ଶୀତ ଦିନେ ସକାଳୁ ଘର ବାହାରକୁ ବାହାରିବା ପୂର୍ବରୁ ଶରୀର, ମୁହଁ ଓ ହାତକୁ ଘୋଡାଇ ରଖନ୍ତୁ ଯେମିତି ଶୀତର ପ୍ରଭାବ ଶରୀର ଉପରେ ପଡିବ ନାହିଁ ।

୭. ସାଧାରଣତଃ ଶୀତ ଦିନେ ଚାରିଆଡେ କୁହୁଡି, କାକରରେ ପରିପୂର୍ଣ୍ଣ ଥାଏ । କିନ୍ତୁ ଜାଣିଛନ୍ତି, କୁହୁଡି ମୟ ଏହି ପରିବେଶ ସକାଳେ ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ସାଧାରଣତଃ ଏହି କୁହୁଡି ବିଷାକ୍ତ ଗ୍ୟାସ ଓ ଜଳକଣିକାରୁ ସୃଷ୍ଟି । ବିଶେଷ କରି ସହରରେ ଏହା ଅଧିକ ବିଷାକ୍ତ ହୋଇଯାଇଥାଏ । ଯାନବାହାନରୁ ନିର୍ଗତ ହେଉଥିବା ପ୍ରଦୂଷିତ ଧୂଆଁ, କଳାକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଏଥିରେ ମିଶିକି ଥାଏ । 

୮. ଶୀତ ଦିନେ ଦେଖାଯାଉଥିବା କୁହୁଡି  ବିଷାକ୍ତବାୟୁ ଓ ପାଣିର ସମ୍ମିଶ୍ରଣ । ଅଧିକାଂଶ ସମୟ ଏହାର ସଂସ୍ପର୍ଶରେ ଆସିଲେ ତାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ତେଣୁ ଶୀତଦିନେ ବ୍ୟାୟାମ ପାଇଁ ଯାଉଥିଲେ କୁହୁଡି ପଡୁଥିବା ବେଳେ ଯିବା ପରିବର୍ତ୍ତେ ସକାଳର କଅଁଳିଆ ଖରାରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ।

୯. ଜଣେ ବ୍ୟକ୍ତି ଦିନକୁ ଅତି କମରେ ୬ ରୁ ୭ ଘଣ୍ଟା ଶୋଇବା ଦରକାର । ଏପରି ନ କରିବା ଫଳରେ ସମୟକ୍ରମେ ସେମାନେ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

୧୦. ଆବଶ୍ୟକ ଅନୁସାରେ ନ ଶୋଇଲେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡେ । ଏପରିକି ଏହି ସମସ୍ୟା ଦୀର୍ଘ ମାସ ଧରି ଲାଗି ରହିଲେ ତାହା ଦ୍ଵାରା ମସ୍ତିଷ୍କ ରୋଗ ହୋଇଥାଏ । ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ଆଦେଶ ଜାରି ହେବା ସତ୍ତ୍ୱେ SBI ଫେରାଉନି ଆକାଉଣ୍ଟଧାରୀଙ୍କ ଠାରୁ ଆଦାୟ କରିଥିବା ୧୬୪ କୋଟି ଟଙ୍କା

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର! ବର୍ତ୍ତମାନ ରାସନ ନେବା ପାଇଁ ଦେଖାଇବାକୁ ପଡ଼ିବ ଏହି ସାର୍ଟିଫିକେଟ୍, ନଚେତ୍ ମିଳିବନି ଖାଦ୍ୟ ଶସ୍ୟ

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୨୪୯ ସଂକ୍ରମିତଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଭଲ ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର