Curry Leaves Benefits: ଶରୀରର ଏହି ସବୁ ଗମ୍ଭୀର ରୋଗକୁ ଚୁଟକିରେ ଦୂର କରେ ଭୃସଙ୍ଗ ପତ୍ର !
Advertisement
Article Detail0/zeeodisha/odisha1827563

Curry Leaves Benefits: ଶରୀରର ଏହି ସବୁ ଗମ୍ଭୀର ରୋଗକୁ ଚୁଟକିରେ ଦୂର କରେ ଭୃସଙ୍ଗ ପତ୍ର !

Curry Leaves Benefits: ଭୃସଙ୍ଗ ପତ୍ରରେ ପ୍ରୋଟିନ୍ (protin), ଆଇରନ୍(Iron), ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଭାଇରାଲ୍ ଗୁଣ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ପାଣିରେ ଫୁଟାଇ ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ତେବେ, ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆଉ କଣ ସବୁ ଫାଇଦା ମିଳିଥାଏ।

ସୌଜନ୍ୟ- ସୋସିଆଲ ମିଡି଼ଆ

Curry Leaves Benefits: ଭୃସଙ୍ଗ ପତ୍ର (Curry Leaves) ଘରେ ଘରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ଭୃସଙ୍ଗ ଯେ, କୌଣସି ଖାଦ୍ୟର ସୁଆଦକୁ ଦ୍ବି ଗୁଣିତ କରିଥାଏ। କେବଳ ଖାଦ୍ୟରେ ଏହାକୁ ସ୍ବାଦ ପାଇଁ ବ୍ୟବହାର କରାଯାଏନି । ବରଂ ଏହାକୁ ଖାଇଲେ ଅନେକ ପାଇଦା ମିଳିଥାଏ। ଏଥିରେ ପ୍ରୋଟିନ୍ (protin), ଆଇରନ୍(Iron), ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଭାଇରାଲ୍ ଗୁଣ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ପାଣିରେ ଫୁଟାଇ ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ତେବେ, ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଆଉ କଣ ସବୁ ଫାଇଦା ମିଳିଥାଏ।

Also Read: Welcome 3 Release Date: ପୁଣି ହସିହସି ଗଡ଼ିବେ ଦର୍ଶକ, ଅକ୍ଷୟ କୁମାରଙ୍କ ସହ ଏହିସବୁ କଳାକାର ଆଣୁଛନ୍ତି 'ୱେଲକମ୍ ଥ୍ରୀ'

Also Read: Manisha koirala Birthday: ବେଶ କଷ୍ଟଦାୟକ ଥିଲା ମନୀଷା କୋଇରାଲାଙ୍କ ଜୀବନ, ବିବାହର ଦୁଇ ବର୍ଷ ପରେ...

Also Read: Horoscope Today Aug 16 2023: ବ୍ୟବସାୟରୁ ଲାଭ ମିଳିବା ସହ ପ୍ରାପ୍ତ ହେବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଭୃସଙ୍ଗ ପତ୍ରରୁ ଶରୀରକୁ ଏସବୁ ଫାଇଦା ମିଳିଥାଏ :

-ଭୃସଙ୍ଗ ପତ୍ରକୁ  ପାଣିରେ ଫୁଟାଇ ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ।  ଟ୍ରାଇଗ୍ଲାଇସରାଇଡ୍ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରେ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
-ଏଥିରେ ଅଧିକ ପରିମାଣର ଫାଇବର ଥାଏ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । ଫଳରେ ଆପଣଙ୍କୁ ଭୋକ କମ୍ ଲାଗେ।
-ଏହି ପତ୍ର ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ମଧୁମେହ ରୋଗୀମାନେ ପ୍ରତିଦିନ ଦୁଇରୁ ତିନୋଟି ଭୃସଙ୍ଗ ପତ୍ର ଖାଇବା ଉଚିତ୍ ।
-ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ଶକ୍ତିଶାଳୀ କରିଥାଏ । ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ମେଟାବୋଲିଜିମ୍ ମଧ୍ୟ ତ୍ୱରାନ୍ୱିତ ହୁଏ ।
-ଭୃସଙ୍ଗ ପତ୍ରକୁ  ପାଣିରେ ଫୁଟାଇ ପିଇବା ଦ୍ବାରା  ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।  ଯାହା ଦ୍ବାରା ଆପଣ ଅନେକ ରୋଗରୁ ରକ୍ଷା ମିଳିଥାଏ।
-ଏହା ଯକୃତ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିରେ ଥିବା ଟେନିନ୍ ଏବଂ କାର୍ବାଜୋଲ ଆଲକାଲଏଡ ପରି ଉପାଦାନଗୁଡ଼ିକରେ ହେପାଟୋପ୍ରୋଟେକ୍ଟିଭ୍ ଗୁଣ ରହିଛି,। ଯାହା ଯକୃତକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ଏହାର ବ୍ୟବହାର ହେପାଟାଇଟିସ୍ ଏବଂ ସିରୋସିସ୍ ଭଳି ରୋଗକୁ ମଧ୍ୟ ରୋକିଥାଏ ।
-ମାଂସପେଶୀ ଗଠନ ପାଇଁ ଏହି ପତ୍ର ମଧ୍ୟ ଜରୁରୀ । ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ମଜବୁତ କରିଥାଏ ।
ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ଏକ ଗ୍ଲାସ୍ ଭୃସଙ୍ଗ ପତ୍ର ପାଣି ପିଇବା ଦ୍ୱାରା ଚାପ କମିଯାଏ ।
-ଏଥିରେ ଥିବା ଭିଟାମିନ୍-ଏ ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ ।

Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ।