ଜଣେ ଶିକ୍ଷତଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଯେତିକି ଆବଶ୍ୟକ ଜଣେ ଭାରତୀୟଙ୍କ ପାଇଁ ଆଧାର କାର୍ଡ ମଧ୍ୟ ସେତିକି ଗୁରୁତ୍ୱ। ଆଧାର ଆଇନ ଅନୁସାରେ ଏହା ବାଧ୍ୟତାମୂଳକ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ସରକାରୀ, ବେସରକାରୀ ସମସ୍ତ କାମରେ ଏହାର ଆବଶ୍ୟକତା ପଡୁଛି। ଅନେକ ସମୟରେ ଏଥିରେ ତ୍ରୁଟି ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର...
Trending Photos
ନୂଆଦିଲ୍ଲୀ: ଜଣେ ଶିକ୍ଷତଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଯେତିକି ଆବଶ୍ୟକ ଜଣେ ଭାରତୀୟଙ୍କ ପାଇଁ ଆଧାର କାର୍ଡ ମଧ୍ୟ ସେତିକି ଗୁରୁତ୍ୱ। ଆଧାର ଆଇନ ଅନୁସାରେ ଏହା ବାଧ୍ୟତାମୂଳକ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ସରକାରୀ, ବେସରକାରୀ ସମସ୍ତ କାମରେ ଏହାର ଆବଶ୍ୟକତା ପଡୁଛି। ଅନେକ ସମୟରେ ଏଥିରେ ତ୍ରୁଟି ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆସନ୍ତୁ ଜାଣିବା ଆଧାରରେ ଥିବା ତ୍ରୁଟିକୁ ସୁଧାରିବାର ସହଜ ଉପାୟ।
ଭୋଟର ପରିଚୟ ପତ୍ର, ପାନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ପରି ଆଧାର କାର୍ଡ (Aadhaar) ମଧ୍ୟ ବ୍ୟକ୍ତିର ଏକ ପରିଚୟ ପତ୍ର। ବର୍ତ୍ତମାନ ସମୟରେ ଏହାର ବହୁଳ ବ୍ୟବହାର ହେଉଛି। ଅନ୍ୟ କୌଣସି ପରିଚୟ ପତ୍ର ଥାଉ କି ନଥାଉ ଆଧାର କିନ୍ତୁ ନିହାତି ଜରୁରୀ। ବିନ ଆଧାରରେ ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଉଛି। ବୈଷୟିକ ଏବଂ ଆଧାର କେନ୍ଦ୍ରରେ କାର୍ଯ୍ୟରତ କର୍ମୀଙ୍କ ଅବହେଳାଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛିନ୍ତି। ଆଉ ଆଧାରରେ ଥିବା ତ୍ରୁଟି ସୁଧାରିବାକୁ ମୋବାଇଲ ନଂ ବି ଆବଶ୍ୟକ ହେଉଛି।
Also Read: EPF ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଗଲା ୧୫,୦୦୦ ଟଙ୍କା ଦରମା ଯୁଗ
ଏବେ ଆଧାର କାର୍ଡରେ ହୋଇଥିବା ତ୍ରୁଟି ସୁଧାରିବାକୁ (aadhaar card update) କୌଣସି ଡକ୍ୟୁମେଣ୍ଟ ବା ପ୍ରମାଣପତ୍ରର ଆବଶ୍ୟକ ନାହିଁ। ମୋବାଇଲ ନଂ ଅପଡେଟ୍ କରିବା ବି ସହଜ ହୋଇଯାଇଛି। ତେବେ ସେମାନଙ୍କୁ ଏଥିପାଇଁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁପଡିବ। ଆଉ ନିର୍ଦ୍ଧାରିତ ଫି ଦେଇ ମାତ୍ର ୫ ମିନିଟରେ ଭୁଲ ଥିବା ଆଧାର କାର୍ଡକୁ ସୁଧାରି ଦେଇ ପାରିବେ। ସଙ୍ଗେ ସଙ୍ଗେ ସେଠାରେ ଆପଣଙ୍କୁ ଏକ ରସିଦ ବା ଚିଠାର ପ୍ରିଣ୍ଟ ଆଉଟ ଦିଆଯିବ। କିନ୍ତୁ ପୋଷ୍ଟାଲ ଠିକଣାରେ ଅରଜିଓନାଲ୍ ଆଧାର କାର୍ଡ ଆସିବ।
#UpdateMobileInAadhaar
Adding a mobile number to Aadhaar doesn’t require any document. Just carry your Aadhaar to any nearby Aadhaar Center to place an add/update mobile number request.
Find your nearest Aadhaar Center here https://t.co/dtBtCH8Wqa pic.twitter.com/NpaBUBWsQy— Aadhaar (@UIDAI) January 25, 2021
demographic update ବା ନାମ, ଜନ୍ନ ତାରିଖ, ଠିକଣା ଓ ମୋବାଇଲ ନଂ ଅପଡେଟ୍ ପାଇଁ ୫୦ ଟଙ୍କା ଦେବାକୁ ପଡିବ। Biometric update କରୁଥିଲେ ୧୦୦ ଟଙ୍କା ଫି ଲାଗିବ। ଯଦି ଜଣ ଚାହିଁଲେ uidai.gov.in କିମ୍ବା mAadhaar App ମାଧ୍ୟମରେ ଅନଲାଇନରେ ବି ଆପୋଏଣ୍ଟମେଣ୍ଟ ନେଇ ପାରିବେ।