ନୂତନ ମାନକ ୨୧,୦୦୦ ଟଙ୍କା ହେବ। ଯାହା ଶ୍ରମିକଙ୍କର ପ୍ରମୂଖ ଦାବି ଅଛି। ସରକାରଙ୍କ ନିକଟରେ ଭାରତୀୟ ମଜଦୁର ସଂଘ (Bharatiya Mazdoor Sangh) ଦାବି କରିଛି ଯେ, ଯେଉଁ କର୍ମଚାରୀଙ୍କ ମାସିକ ବେତନ ୧୫ ହଜାର ଟଙ୍କା, ତାଙ୍କର EPF କଟାଯାଉ।
Trending Photos
ନୂଆଦିଲ୍ଲୀ: ନୂଆଦିଲ୍ଲୀ: EPF ରିହାତି ଖୁବଶୀଘ୍ର ଏକ ବଡ଼ ଅପଡେଟ୍ ସାମନାକୁ ଆସିବ। ସରକାର PF ରିହାତିର ସୀମା ବୃଦ୍ଧି କରିପାରନ୍ତି। ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେବ ମନ୍ଥନ ଚାଲିଛି। ବୁଧବାର ଓ ଗୁରୁବାର ଶ୍ରମ ମନ୍ତ୍ରଣାଳୟ, ଶିଳ୍ପ ପ୍ରତିନିଧୀ ଏବଂ ଶ୍ରମିକ ସଂଗଠନ ମୁହାଁମୁହିଁ ବସି ବୈଠକ କରିଛନ୍ତି। ତେବେ ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି ତାହା ବର୍ତ୍ତମାନ ପ୍ରକାଶ କରାଯାଇ ନାହିଁ।
ଯଦି ସବୁକିଛି ଠିକ୍ ଚାଲେ ଏବଂ ଶ୍ରମିକ ସଂଗଠନର ଦାବିଗୁଡିକ ଗ୍ରହଣ କରାଯାଏ ତେବେ ବର୍ତ୍ତମାନ PF ରିହାତିର ମାନ ବୃଦ୍ଧି ପାଇବ। ନୂତନ ମାନକ ୨୧,୦୦୦ ଟଙ୍କା ହେବ। ଯାହା ଶ୍ରମିକଙ୍କର ପ୍ରମୂଖ ଦାବି ଅଛି। ସରକାରଙ୍କ ନିକଟରେ ଭାରତୀୟ ମଜଦୁର ସଂଘ (Bharatiya Mazdoor Sangh) ଦାବି କରିଛି ଯେ, ଯେଉଁ କର୍ମଚାରୀଙ୍କ ମାସିକ ବେତନ ୧୫ ହଜାର ଟଙ୍କା, ତାଙ୍କର EPF କଟାଯାଉ। ଅର୍ଥାତ୍ ପୂର୍ବରୁ ଯେଉଁ ୧୫ ହଜାର ଟଙ୍କା ମାନକ ଅଛି ତାକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରାଯିବା ଉଚିତ୍। ଆଉ ଏହି ଦାବି ଉପରେ ଶୀଘ୍ର ସରକାରଙ୍କ ନିଷ୍ପତ୍ତି ଆସିପାରେ।
Also Read: କେନ୍ଦ୍ର କର୍ମଚାରୀଙ୍କୁ ନେଇ ଖୁବ୍ ଶୀଘ୍ର ଏହି ବଡ ଘୋଷଣା କରିପାରନ୍ତି ମୋଦି ସରକାର
ନିକଟରେ ଶ୍ରମିକ ସଂଗଠନ (Labor Unions) ଗୁଡିକ ଛୁଟି ଦିନ ପ୍ରସଙ୍ଗ ଉଠାଇଥିଲେ। ପ୍ରତ୍ୟକ ବର୍ଗର ଶ୍ରମିକଙ୍କ ପାଇଁ ବିଭିନ୍ନ ଆଇନ ପ୍ରଣୟନ କରାଯାଉ ବୋଲି ସଂଗଠନ ଦାବି କରିଛି। ଏଥିରେ ଯୁକ୍ତି କରାଯାଇଥିଲା ଯେ, ସାମ୍ବାଦିକ, ସିନେମା କର୍ମଚାରୀ, ବିଡି ଶ୍ରମିକ, ନିର୍ମାଣ ଏବଂ ଅନ୍ୟାନ୍ୟ କାମରେ ଜଡିତ ସମସ୍ତ ଶ୍ରମିକଙ୍କର ଭିନ୍ନ କାମ ରହିଛି। ଏହା ବ୍ୟତୀତ ଦାବି କରାଯାଇଥିଲା। ସମଗ୍ର ଚାକିରି କାଳରେ ଦିଆଯାଇଥିବା ଛୁଟି ୨୪୦ରୁ ୩୦୦ କରିବାକୁ ବି ଶ୍ରମିକ ସଂଗଠନ ଦାବି କରିଛି।
ନୂତନ ବର୍ଷ ଆରମ୍ଭ ପୂର୍ବରୁ ସରକାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ Employees Provident Fund ଉପରେ 8.5 ପ୍ରତିଶତ ସୁଧ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଅଧିକାରୀମାନେ କହିଥିଲେ ଯେ ସୁଧ ହାର ସହ ଜଡିତ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅର୍ଥ ମନ୍ତ୍ରଣାଳୟ ବିପଦପୂର୍ଣ୍ଣ ନିବେଶକୁ ନେଇ କିଛି ଚିନ୍ତା ପ୍ରକଟ କରି ସବିଶେଷ ତଥ୍ୟ ମାଗିଥିଲେ। ଆଉ ପରେ ତାକୁ ମୋହର ମାରିଛନ୍ତି।