International yoga day 2022 : ଦୁଶ୍ଚିନ୍ତା ଓ ଉତ୍ତେଜନାରୁ ମୁକ୍ତ କରିବ ଏହି ଦୁଇଟି ସହଜ ଯୋଗାସନ
Advertisement
Article Detail0/zeeodisha/odisha1227232

International yoga day 2022 : ଦୁଶ୍ଚିନ୍ତା ଓ ଉତ୍ତେଜନାରୁ ମୁକ୍ତ କରିବ ଏହି ଦୁଇଟି ସହଜ ଯୋଗାସନ

ସୋସିଆଲ ଏନ୍ଜାଇଟି (Social anxiety) ପରି ସମସ୍ୟା ସାମ୍ନା କରୁଥିଲେ ଶ୍ୱାସକ୍ରିୟା ବ୍ୟାୟାମ (Breathing exercises for anxiety) କରି ଆପଣ ମନକୁ ନିୟନ୍ତ୍ରଣ କରିପାରିବେ । ଉତ୍ତେଜନା ଓ ଅସ୍ଥିରତାରୁ ଉପଶମ ପାଇବା ପାଇଁ ଆପଣ ଫୋର୍ସଫୁଲ ବ୍ରିଦିଙ୍ଗ (Forceful breathing) ଏକ୍ସରସାଇଜ କରିପାରିବେ ।

ପ୍ରତିକାତ୍ମକ ଫଟୋ

International yoga day 2022 : ଅସ୍ଥିରତା ଓ ଦୁଶ୍ଚିନ୍ତା (Anxiety problem) ଏପରି ସମସ୍ୟା ଯାହା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । ଏମିତି ହୋଇଥାଏ, ଆପଣଙ୍କୁ କୌଣସି ସଭାରେ ଯୋଗଦେବାକୁ ଯିବାକୁ ପଡିଥାଏ କିମ୍ବା ବହୁ ଲୋକଙ୍କ ସାମନାରେ ଭାଷଣ ଦେବାକୁ ପଡିଥାଏ, କିମ୍ବା ପ୍ରଥମ ଥର ପାଇଁ ଡେଟରେ ଯିବାବେଳେ ଶାରୀରିକ ଅସ୍ଥିରତା ବୃଦ୍ଧି ପାଇଥାଏ । ଏହି ସବୁ ପରିସ୍ଥିତିରେ ଅଧିକାଂଶ ଲୋକ ନର୍ଭସ ହୋଇ ପଡ଼ିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏପରି ଅସହଜ ସ୍ଥିତିରେ ସହଜ ଯୋଗାସନ ବା ବ୍ରିଦିଙ୍ଗ ଏକ୍ସରସାଇଜ କ୍ରିୟା କରିବା ଦ୍ୱାରା ଆପଣଙ୍କ ଶରୀର ଓ ମନ ଖୁବଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରିଆସିଥାଏ । 

ସୋସିଆଲ ଏନ୍ଜାଇଟି (Social anxiety) ପରି ସମସ୍ୟା ସାମ୍ନା କରୁଥିଲେ ଶ୍ୱାସକ୍ରିୟା ବ୍ୟାୟାମ (Breathing exercises for anxiety) କରି ଆପଣ ମନକୁ ନିୟନ୍ତ୍ରଣ କରିପାରିବେ । ଉତ୍ତେଜନା ଓ ଅସ୍ଥିରତାରୁ ଉପଶମ ପାଇବା ପାଇଁ ଆପଣ ଫୋର୍ସଫୁଲ ବ୍ରିଦିଙ୍ଗ (Forceful breathing) ଏକ୍ସରସାଇଜ କରିପାରିବେ । ଏହି କ୍ରିୟା କରିବା ଦ୍ୱାରା ମନରୁ ଭୟ ଏବଂ ଚିନ୍ତା ଦୂର ହୋଇଥାଏ । ଟେନସନ ଦୂର କରିବା ସହ ଏହି ସହଜ କ୍ରିୟା ଆପଣଙ୍କ ମନକୁ ଶାନ୍ତ କରିଥାଏ । ନିମ୍ନରେ 2 ଟି ସହଜ ଯୋଗାସନ ବିଷୟରେ ଉଲ୍ଲେଖ କରୁଛୁ । ଯାହା ଅସ୍ଥିରତା ଦୂର କରିବା ସହ ସ୍ନାୟୁକୁ ତତକ୍ଷଣାତ୍ ଆରାମ ପ୍ରଦାନ କରେ । 

Also Read: ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା

ପ୍ରଥମ ଉପାୟ (ଫୋର୍ସଫୁଲ ବ୍ରିଦିଙ୍ଗ)-

କିପରି କରିବେ ଫୋର୍ସଫୁଲ ବ୍ରିଦିଙ୍ଗ (Breathing exercises for anxiety) ?

  • ମନରେ ଅସ୍ଥିରତା ଓ ଉତ୍ତେଜନା ସମୟରେ ପ୍ରଥମେ ସିଧା ହୋଇ ଠିଆ ହୋଇଯାଆନ୍ତୁ ।
  • ଏହାପରେ ଅତି କମରେ ୩ ଥର ଦୀର୍ଘଶ୍ୱାସ ନିଅନ୍ତୁ ।
  • ଏହାପରେ ଧୀରେଧୀରେ ଦୀର୍ଘ ପ୍ରଶ୍ୱାସ ଗ୍ରହଣ କରିବା ପରେ ବଳ ପ୍ରୟୋଗ କରି ଶ୍ୱାସ ତ୍ୟାଗ କରନ୍ତୁ।

ଦ୍ୱିତୀୟ ଉପାୟ (ବିଳାସପୂର୍ଣ୍ଣ ନିଶ୍ୱାସ)-

ଏହି ଉପାୟରେ ଆପଣଙ୍କ ମନକୁ ଶାନ୍ତି ପାଇବା ସହିତ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଆତ୍ମବିଶ୍ୱାସ ବଢ଼ାଇଥାଏ । ଯଦି ଆପଣ ବାରମ୍ବାର ସାମାଜିକ ଚିନ୍ତା ବା ଭୟର ଶିକାର ହେଉଛନ୍ତି, ତେବେ ଏହି ପ୍ରକ୍ରିୟାକୁ ନିଶ୍ଚୟ ପୁନରାବୃତ୍ତି କରନ୍ତୁ ।

Also Read: International yoga day 2022 : ମହୀଶୂର ପ୍ୟାଲେସରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଭ୍ୟାସ

କିପରି କରିବେ ବିଳାସପୂର୍ଣ୍ଣ ଶ୍ୱାସକ୍ରିୟା (Luxury Breathing) ?

  • ସିଧା ଠିଆ ହୋଇ ପ୍ରଶ୍ୱାସ ଛାତିରେ ଭରନ୍ତୁ ।
  • ଏହି ସମୟରେ ଦୁଇ ବାହୁକୁ ଉପରକୁ ଉଠାନ୍ତୁ ଓ ଅଙ୍ଗୁଳି ଗୁଡ଼ିକୁ ସମ୍ପୂର୍ଣ୍ଣ ଖୋଲା ରଖନ୍ତୁ ।
  • ଏବେ ମୁହଁ ତଳକୁ କରି ଜିଭକୁ ବାହାରକୁ ବାହର କରିବାକୁ ପ୍ରୟାସ କରନ୍ତୁ ।
  • ଏହି ମୁହୂର୍ତ୍ତରେ ଏପରି ଅନୁଭବ କରନ୍ତୁ ଯେପରି ଶରୀରର ସମସ୍ତ ଓଜନ ଆପଣଙ୍କ ପାଦରେ ହିଁ ଅଛି ।
  • ଏହିପରି ସ୍ଥିତିରେ ଥିବାବେଳେ ନିଶ୍ୱାସ ତ୍ୟାଗ କରନ୍ତୁ ।
  • ଏହି ପ୍ରକ୍ରିୟାକୁ ୨ରୁ ୩ ଥର ପୁନରାବୃତ୍ତି କରନ୍ତୁ ।

ଏହି କ୍ରିୟା କରିବା ପରେ ଏବେ ଆପଣଙ୍କ ଶରୀରରୁ ଅସ୍ଥିରତା ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଯାଇପାରେ  ଏବଂ ଆପଣ ପରିସ୍ଥିତି ସହିତ ଖାପ ଖୁଆଇବା ସହ ଆପଣ ସମ୍ପୂର୍ଣ୍ଣ ସଚେତନ ସ୍ତରରେ ରହିପାରିବେ ।