ଯୁବପିଢିଙ୍କ ପାଇଁ ବହୁ ଉପକାରୀ Dark Chocolate, ଖାଇବା ପୂର୍ବରୁ ହୋଇଯାଆନ୍ତୁ ସତର୍କ
Advertisement
Article Detail0/zeeodisha/odisha1209856

ଯୁବପିଢିଙ୍କ ପାଇଁ ବହୁ ଉପକାରୀ Dark Chocolate, ଖାଇବା ପୂର୍ବରୁ ହୋଇଯାଆନ୍ତୁ ସତର୍କ

ଶରୀରର ଓଜନ ହ୍ରାସ କରିବା ପାଇଁ ଲୋକେ ମିଠା ଏବଂ ଚକଲେଟ୍ ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚକଲେଟ୍ ଖାଇ ଆପଣ ନିଜର ଶରୀରର ଓଜନ ହ୍ରାସ କରିପାରିବେ । ଆଜ୍ଞା ହଁ ଚକଲେଟ୍ ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । 

ପ୍ରତିକାତ୍ମକ ଫଟୋ

ଆଜିକାଲି ଯୁବପିଢିଙ୍କ ଭିତରେ ଓଜନ ହ୍ରାସ କରିବା ଏବଂ ସ୍ଲିମ ରହିବା କ୍ରେଜ୍ ଅଧିକ ରହିଛି । ଶରୀରକୁ ପତଳା ରଖିବା ଏବଂ ଓଜନ ହ୍ରାସ କରିବା ପାଇଁ ଲୋକେ ଡାଏଟିଂ, ଯୋଗ, ବ୍ୟାୟାମ ସହ ଅନେକ କିଛି କରିଥାଆନ୍ତି । ଶରୀରର ଓଜନ ହ୍ରାସ କରିବା ପାଇଁ ଲୋକେ ମିଠା ଏବଂ ଚକଲେଟ୍ ଠାରୁ ଦୂରେଇ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚକଲେଟ୍ ଖାଇ ଆପଣ ନିଜର ଶରୀରର ଓଜନ ହ୍ରାସ କରିପାରିବେ । ଆଜ୍ଞା ହଁ ଚକଲେଟ୍ ଆପଣଙ୍କ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । 

ଚକଲେଟ୍ କୋକୋରୁ ତିଆରି, ଆଉ କୋକୋ ଯେଉଁ ଗଛରୁ ତିଆରି ସେଥିରେ ଫ୍ଲାଭାନୋଲ ପରି ପୋଷକ ତତ୍ତ୍ବ ଭରପୁର ରହିଥାଏ । ଫ୍ଲାଭାନୋଲ ଓଜନ ହ୍ରାସ କରିବା ପାଇଁ ବେଶ ସହାୟକ ହୋଇଥାଏ । ତେବେ ଡାର୍କ ଚକଲେଟ୍ କେମିତି ଖାଇବେ ଆଉ ନିଜ ଓଜନ କମ କରିବେ ଆସନ୍ତୁ ଜାଣିବା...

ଓଜନ ହ୍ରାସ କରିବା ପାଇଁ ଡାର୍କ ଚକଲେଟ୍ କିପରି ଖାଇବେ ?

୧. ଡାର୍କ ଚକୋଲେଟ୍ ଖାଇବା ମଧ୍ୟ ଏକ ନିଶା ପରି ହୋଇଥାଏ । ତେଣୁ ଓଜନ ହ୍ରାସ କରିବାକୁ ହେଲେ ଡାର୍କ ଚକଲେଟ୍ ଖାଇବାର ଏକ ସମୟ ସୀମା ପ୍ରସ୍ତୁତ କରନ୍ତୁ । ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ଗୋଟିଏ କିମ୍ବା ଦୁଇ ଖଣ୍ଡ ଡାର୍କ ଚକୋଲେଟ୍ ଖାଆନ୍ତୁ ।

୨. ୨୪ ଘଣ୍ଟା ମଧ୍ୟରେ ଦୁଇ କ୍ୟୁବ୍ ଡାର୍କ ଚକୋଲେଟ୍ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ୧୯୦ କ୍ୟାଲୋରୀ ଦେଇଥାଏ । ଯାହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

୩. ଯଦି ଆପଣ ଚାହାଁନ୍ତି ଯଥା ଶୀଘ୍ର ଓଜନ ହ୍ରାସ କରିବା ପାଇଁ ତେବେ ଆପଣ ସନ୍ଧ୍ୟା ସମୟରେ ବି ଡାର୍କ ଚକୋଲେଟ୍ କଫି ଭାବେ ପିଇ ପାରିବେ । ଏହାକୁ ପିଇବା ପରେ ଆପଣଙ୍କର ଦିନର ଥକ୍କାପଣ ଦୂର କରିବା ସହ ମାନସିକ ଚାପକୁ ହ୍ରାସ କରିବାରେ  ସହାୟକ ହୋଇଥାଏ  ।

Also Read: ଶୁଦ୍ଧ ବାୟୁ ଖୋଜୁଛନ୍ତି? ନିଜ ଘର ଓ ଅଗଣାରେ ଲଗାନ୍ତୁ ଏହି ୬ଟି ଗଛ

ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ

୧. ଡାର୍କ ଚକୋଲେଟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀ ଏହା ଖାଇବା ଉଚିତ୍ ନୁହେଁ ।

୨. ଡାର୍କ ଚକୋଲେଟରେ କୈଫିନ ମାତ୍ରା ଅଧିକ ପରିମାଣରେ ଥାଏ ତେଣୁ ଏହାକୁ ବାରମ୍ବାର ଖାଇବା ଦ୍ବାରା ମୁଣ୍ଡବିନ୍ଧା, ମାଇଗ୍ରେନ, ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

୩. ଡାର୍କ ଚକୋଲେଟ୍ ଆପଣଙ୍କ ହଜମଶକ୍ତିକୁ ପ୍ରଭାବିତ କରିଥାଏ । ତେଣୁ ଅଧିକ ଡାର୍କ ଚକଲେଟ ଖାଇଲେ ପେଟରେ ଗ୍ୟାସ କରିବା, ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ ।

୪. ଯଦି ଆପଣ ଡାର୍କ ଚକୋଲେଟ୍ ଅଧିକ ପରିମାଣରେ ଖାଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ ।