ଶୁଦ୍ଧ ବାୟୁ ଖୋଜୁଛନ୍ତି? ନିଜ ଘର ଓ ଅଗଣାରେ ଲଗାନ୍ତୁ ଏହି ୬ଟି ଗଛ
Advertisement
Article Detail0/zeeodisha/odisha1209358

ଶୁଦ୍ଧ ବାୟୁ ଖୋଜୁଛନ୍ତି? ନିଜ ଘର ଓ ଅଗଣାରେ ଲଗାନ୍ତୁ ଏହି ୬ଟି ଗଛ

କେବଳ ବୃହତ୍ତ ଗଛ ନୁହେଁ ଛୋଟ ଛୋଟ ଗୁଳ୍ମ ଜାତୀୟ ଅନେକ ଗଛ ମଧ୍ୟ ବାୟୁମଣ୍ଡଳକୁ ଶୁଦ୍ଧ କରିବାକୁ ସକ୍ଷମ ।

ଶୁଦ୍ଧ ବାୟୁ ଖୋଜୁଛନ୍ତି? ନିଜ ଘର ଓ ଅଗଣାରେ ଲଗାନ୍ତୁ ଏହି ୬ଟି ଗଛ

ମାନବ ଜାତି ନିଜ ଅସ୍ତିତ୍ୱ ରକ୍ଷା ପାଇଁ ଉଦ୍ଭିଦର ଅବଦାନକୁ ସ୍ୱୀକାର କରିବା ଜରୁରୀ। ଉଦ୍ଭିଦ ପ୍ରତି କଠୋରତା ପ୍ରଦର୍ଶନର ପରିଣାମ ଏବେ ଭୋଗୁଛନ୍ତି ବିଶ୍ୱବାସୀ ବନ୍ୟା, ବାତ୍ୟା ହେଉ କିମ୍ବା ଅନ୍ୟ ଯେକୌଣସି ପ୍ରାକୃତିକ ଦୁର୍ବିପାକ ହେଉ, ଏହାର ମୁଖ୍ୟ ଉଦ୍ଭିଦର ଅବଦାନକୁ ଅସ୍ୱୀକାର କରିପାରିବେ ନାହିଁ। ପ୍ରତି ମୁହୂର୍ତ୍ତରେ ଶ୍ୱାସକ୍ରିୟା ସମ୍ପାଦନ କରୁଥିଲେ ମଧ୍ୟ ମାନବ ସମାଜ ଅମ୍ଳଜାନ ସୃଷ୍ଟି କରୁଥିବା ଉଦ୍ଭିଦ ପ୍ରତି କଠୋର ହୋଇଛି । ଯାହାର ପରିଣାମ ସ୍ୱରୂପ ଆଜି ଦୂଷିତ ବାୟୁ ଗ୍ରହଣ କରି ନିଜ ଶରୀରକୁ ରୋଗଗ୍ରସ୍ତ କରୁଛି । ଜୀବନ ପାଇଁ ଆକାଶ ଛୁଆଁ ଅଟ୍ଟାଳିକାଠାରୁ ଗଛର ଆବଶ୍ୟକତା ଢେର ବେଶୀ ।

କେବଳ ବୃହତ୍ତ ଗଛ ନୁହେଁ ଛୋଟ ଛୋଟ ଗୁଳ୍ମ ଜାତୀୟ ଅନେକ ଗଛ ମଧ୍ୟ ବାୟୁମଣ୍ଡଳକୁ ଶୁଦ୍ଧ କରିବାକୁ ସକ୍ଷମ । ନିଜ ଘରେ କିମ୍ବା ଅଗଣାରେ ଏପରି କିଛି ଉଦ୍ଭିଦ ଲଗାଇବା ପରେ ଆପଣ ସୁଦ୍ଧ ବାୟୁ ପାଇପାରିବେ । ହାର୍ବାଡ ୟୁନିଭରସିଟି  ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ବାୟୁ ପ୍ରଦୂଷଣ କାରଣରୁ ଚୀନ ଓ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

Journal Environmental Researchରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୁନିଆର ପ୍ରତି ୫ରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ପ୍ରଦୂଷଣ । ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ ୫ ତାରିଖକୁ ପର୍ଯ୍ୟାବରଣ ଦିବସ ଭାବେ ପାଳନ କରାଯାଉଛି । ଏହାର ଉଦ୍ଦେଶ୍ୟ ବୃକ୍ଷ ସରଂକ୍ଷଣ ଓ ବୃକ୍ଷରୋପଣ ପ୍ରତି ଲୋକଙ୍କୁ ସଚେତନ କରିବା ସହ ପ୍ରୋତ୍ସାହିତ କରିବା । ଏଥିପାଇଁ ଆଜି ଆମେ ଏପରି କିଛି ଉଦ୍ଭିଦର ତାଲିକା ପ୍ରସ୍ତୁତ କରିଛୁ । ଯେଉଁ ଉଦ୍ଭିଦକୁ ଯଦି ଆପଣ ନିଜ ଘର ଓ ଅଗଣାରେ ଲଗାନ୍ତି, ତେବେ ଚତୁପାର୍ଶ୍ୱକୁ ଶୁଦ୍ଧ ବାୟୁ ମିଳିବା ସହ ବହୁ ଦୂରାରୋଗ କବଳରୁ ଆପଣଙ୍କୁ ମୁକ୍ତି ମିଳିବ ।

ନିମ
ନିମ ସ୍ୱାଦରେ ପିତା ହୋଇଥିଲେ ବି ଶରୀର ପାଇଁ ବହୁତ ଲାଭଦାୟକ । ନିମ ଗଛ ବାତାବରଣକୁ ସୁଦ୍ଧ କରିବା ସହ ଅନେକ ଶାରୀରିକ ସମସ୍ୟା ଦୂର କରିଥାଏ । ଏଥିରେ  ଆଣ୍ଟି-ବ୍ୟାକ୍ଟିରିଆଲ, ଆଣ୍ଟି ଫଙ୍ଗଲ, ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଭାଇରାଲ ଗୁଣ ମହଜୁଦ ରହିଛି । ନିମ ହାଇ-ବିପି ସମସ୍ୟା ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଅଲସର, ଆଜମା, ଶ୍ୱାସ ଓ ଡାଇବେଟିସ ପରି ସମସ୍ୟାର ସମାଧାନ କରିଥାଏ ।

ତୁଳସୀ
ଭାରତୀୟ ପରମ୍ପରାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଉଦ୍ଭିଦ ତୁଳସୀ । ଭାରତରେ ଅଧିକାଂଶ ଘର ଅଗଣାରେ ତୁଳସୀ ଗଛ ରହିଥାଏ ।  ଯଦି ଆପଣଙ୍କ ଘରେ ଏହି ଉଦ୍ଭିଦ ନାହିଁ, ତେବେ ନିଶ୍ଚୟ ଲଗାନ୍ତୁ କାରଣ ଏଥିରେ ଆଣ୍ଟିଷ୍ଟ୍ରେସ୍, ଇମ୍ୟୁନୋମୋଡ୍ୟୁଲେଟୋରୀ, ଆଣ୍ଟିମାଇକ୍ରୋବାୟଲ୍, କାର୍ଡିଓପ୍ରୋଟେକ୍ଟିଭ୍, ରେଡିଓପ୍ରୋଟେକ୍ଟିଭ୍ ଭଳି ଅନେକ ଔଷଧୀୟ ଗୁଣ ରହିଛି ।  ଏହା ଶରୀରକୁ ସାଧାରଣ କାଶଠାରୁ ଆରମ୍ଭ କରି କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ୟତୀତ ଏହା କୀଟପତଙ୍ଗକୁ ମଧ୍ୟ ଦୂରେଇ ରଖେ  । 2009 ର ଏକ ଅଧ୍ୟୟନରୁ ଜଣାପଡିଛି ଯେ ତୁଳସୀ ବିଷାକ୍ତ କୀଟପତଙ୍ଗ ପାଇଁ ବିଷ ପରି କାମ କରିଥାଏ ।

ଅଲିଭ୍
ଅଲିଭ୍ ରେ  ଅନେକ ରୋଗ-ପ୍ରତିରୋଧକ ଗୁଣ ଭରି ରହିଛି । ତେଣୁ ଏହାକୁ ଔଷଧୀୟ ଗୁଣର ଭଣ୍ଡାର ଘର ମଧ୍ୟ କୁହାଯାଏ ।  ଏଥିରେ ମୁଖ୍ୟତଃ ହାଇଡ୍ରୋକ୍ସିଟାଇରୋଲ ନାମକ ଏକ ଉପାଦାନ ରହିଥାଏ । ଯାହା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରେ ଯାହା ଶରୀରରେ କ୍ଷତିକାରକ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ସହ ଅକ୍ସିଡେଟିଭ୍ ଚାପ ଦ୍ୱାରା ହେଉଥିବା ରୋଗ ନାଶ କରିଥାଏ । ଏହାସହିତ ଅଲିଭ ପତ୍ର, ମୂଳ ଓ ରସ ଦ୍ୱାରା  କର୍କଟ, ହୃଦ ରୋଗ, ମଧୁମେହ, ପାର୍କିନ୍ସନ୍, ଆଲଜାଇମର ଏବଂ ମୋତିଆବିନ୍ଦୁ ଭଳି ରୋଗର ଚିକିତ୍ସା ହୋଇଥାଏ ।

ହଳଦୀ
ହଳଦୀରେ ଥିବା ଔଷଧୀୟ ଗୁଣ ମଧ୍ୟରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଟୁମୋର, ଆଣ୍ଟିସେପ୍ଟିକ, ଆଣ୍ଟିଭାଇରାଲ, କାର୍ଡିଓପ୍ରୋଟେକ୍ଟିଭ୍, ହେପାଟୋପ୍ରୋଟେକ୍ଟିଭ୍ ଏବଂ ନେଫ୍ରୋପ୍ରୋଟେକ୍ଟିଭ୍ ଗୁଣ ଅନ୍ତର୍ଭୁକ୍ତ । ଯାହା ଯକୃତ, ହୃଦୟ ଏବଂ କିଡନୀ ପାଇଁ ଲାଭଦାୟକ ଅଟେ। କେବଳ ଏତିକି ନୁହେଁ, ଏହାର ଆଣ୍ଟିକାନ୍ସର ଗୁଣ ମଧ୍ୟ ରହିଛି ଯାହା ପ୍ରୋଷ୍ଟେଟ, ସ୍ତନ ଏବଂ ଫୁସଫୁସ କର୍କଟ ରୋଗ ବିପଦରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ରୋଜମେରୀ
କ୍ଷୁଦ୍ର ଉଦ୍ଭିଦ ରୋଜମେରୀର ତେଲରୁ ଫ୍ଲାଭୋନାଏଡ୍, ଡିଟରପେନସ୍, ପଲିଫେନୋଲ୍ ଏବଂ ଅନ୍ୟାନ୍ୟ ଅନେକ ପ୍ରଭାବଶାଳୀ ଉପାଦାନ ମିଳିଥାଏ । ଯାହା ଶରୀରର ଦୁର୍ଗନ୍ଧ, ଗଣ୍ଠି ଯନ୍ତ୍ରଣା, ପେଟ ସମ୍ବନ୍ଧୀୟ ସମସ୍ୟା ସହିତ ଯକୃତ ଡିଟକ୍ସରେ ମଧ୍ୟ ଉପକାରୀ । ରିପୋର୍ଟ ଅନୁଯାୟୀ, ଏଥିରେ ମିଳୁଥିବା ରୋଜମାରିନିକ୍ ଏସିଡ୍ କର୍କଟ ଭଳି ମାରାତ୍ମକ ରୋଗ ରୋକିବାରେ ଲାଭଦାୟକ ଅଟେ।

ଲେମନ ଗ୍ରାସ୍
ଏହା ଏକ ପ୍ରକାର ଘାସ ଯେଉଁଥିରେ ଲେମ୍ବୁ ପରି ସୁଗନ୍ଧ ଅଛି, ତେଣୁ ଏହାକୁ ଲେମ୍ବୁ ଘାସ କୁହାଯାଏ । ଏହାକୁ ଅଦା ପରି ଚା’ରେ ବ୍ୟବହାର କରାଯାଏ । ଜୀବାଣୁ ସଂକ୍ରମଣ, ସହ ଫଙ୍ଗସରୁ ଏହା ମୁକ୍ତି ଦେଇଥାଏ । ଏହାସହିତ କୋଲେଷ୍ଟ୍ରଲ, କିଡନୀ ରୋଗ, କର୍କଟ, ମେଦବହୁଳତା ଭଳି ସମସ୍ୟାରେ ଲେମ୍ବୁ ଘାସ ମଧ୍ୟ ଉପକାରୀ  ବିବେଚନା କରାଯାଏ । ଏଥିରେ ସାଇଟ୍ରୋନେଲା ନାମକ ଏକ ଉପାଦାନ ମିଳିଥାଏ, ଯାହା ମଶା ଏବଂ କୀଟପତଙ୍ଗ ଗୁଡୁକୁ ଦୂରେଇ ରଖିଥାଏ।