ଆସନ୍ତୁ ଜାଣିବା ଚାଇନାରେ ନିର୍ମିତ ଏହି ଅଦ୍ଭୁତ ଖାଦ୍ୟ ବିଷୟରେ, ଯାହା ବିଷୟରେ ଶୁଣି ଆପଣ ଚକିତ ହୋଇଯିବେ । ହଁ ଆଜ୍ଞା, ଚାଇନାର ଜେଜିଆଙ୍ଗ ପ୍ରଦେଶରେ ‘ଭର୍ଜିନ୍ ଏଗ୍’ ନାମକ ଏକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ।
Trending Photos
ବେଜିଂ: ଓଲଟା ସିଧା କାର୍ଯ୍ୟ ପାଇଁ ଚୀନ ସର୍ବଦା ବିଶ୍ୱବ୍ୟାପୀ ପ୍ରସିଦ୍ଧ । ଚାଇନାରେ ଏପରି ଏପରି କାମ ହୋଇଥାଏ ଯେ ଆପଣ ତାହାର କଳ୍ପନା ମଧ୍ୟ କରି ପାରିବେ ନାହିଁ । ରୀତିନୀତି, ଖାଦ୍ୟ କିମ୍ବା ଦ୍ରୁତ ବିକାଶ ବିଷୟରେ ହେଉ, ଚୀନ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଛି । ଯଦିଓ ଚୀନ୍ର ଅନେକ ଘଟଣା ଉପରେ ବିଶ୍ୱାସ କରିବା କଷ୍ଟକର କାରଣ ସେଗୁଡ଼ିକ ଶୁଣିବାରେ ଅତ୍ୟନ୍ତ ଅଦ୍ଭୁତ ହୋଇଥାଏ ।
ଅଧିକ ପଢ଼ନ୍ତୁ:-ଟଳିଲା ତୃତୀୟ ବିଶ୍ୱଯୁଦ୍ଧର ବିପଦ
ଆସନ୍ତୁ ଜାଣିବା ଚାଇନାରେ ନିର୍ମିତ ଏହି ଅଦ୍ଭୁତ ଖାଦ୍ୟ ବିଷୟରେ, ଯାହା ବିଷୟରେ ଶୁଣି ଆପଣ ଚକିତ ହୋଇଯିବେ । ହଁ ଆଜ୍ଞା, ଚାଇନାର ଜେଜିଆଙ୍ଗ ପ୍ରଦେଶରେ ‘ଭର୍ଜିନ୍ ଏଗ୍’ ନାମକ ଏକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ବସନ୍ତ ଋତୁ ଆସିବା ପରେ ଏହା ତିଆରି ହୋଇଥାଏ । ଏଥିରେ ଅଣ୍ଡାକୁ କୁଆଁରା ପୁଅଙ୍କ ମୂତ୍ରରେ ବୁଡ଼ାଇ ରଖାଯାଇଥାଏ । ଏହାର ସ୍ଥାନୀୟ ନାମ ତୌଙ୍ଗଜି ଡ୍ୟାନ୍ । ଏହାକୁ ମଧ୍ୟ ବୟ ଏଗ୍ ମଧ୍ୟ କୁହାଯାଏ ।
ଅଧିକ ପଢ଼ନ୍ତୁ:-ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏହି ଫାଇଦା
ପରିସ୍ରା ସଂଗ୍ରହ କରିବା ପାଇଁ ବାଲଟି ବିଦ୍ୟାଳୟରେ ରଖାଯାଏ, ଯେଉଁଠାରେ ପିଲାମାନେ ପରିସ୍ରା କରନ୍ତି । ତା’ପରେ ଏହି ପରିସ୍ରାକୁ ବଡ଼ ବଡ଼ ପାତ୍ରରେ ଢାଲି ଦିଆଯାଇଥାଏ, ଯେଉଁଥିରେ ଅଣ୍ଡାକୁ ଦିନସାରା ଅଳ୍ପ ତାପରେ ରନ୍ଧାଯାଏ । ଯେତେବେଳେ ଏହି ଅଣ୍ଡାଗୁଡ଼ିକ ପରିସ୍ରାରେ ଭଲଭାବେ ସିଝିଯାଏ, ଏହି ଅଣ୍ଡାଗୁଡ଼ିକ ଭାଙ୍ଗି ଖିଆଯାଏ । ସେଠାକାର ଲୋକମାନେ ବହୁତ ମଜା ସହିତ ଏହାକୁ ଖାଇଥାନ୍ତି । ତାଙ୍କ କହିବାନୁସାରେ, ଏହି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।