ଟଳିଲା ତୃତୀୟ ବିଶ୍ୱଯୁଦ୍ଧର ବିପଦ
Advertisement

ଟଳିଲା ତୃତୀୟ ବିଶ୍ୱଯୁଦ୍ଧର ବିପଦ

ଦୁନିଆ ତୃତୀୟ ବିଶ୍ୱଯୁଦ୍ଧ (Third World War) ର ବିନାଶରୁ ବର୍ତ୍ତି ଯାଇଛି । ଇରାନ ଉପରେ ଆମେରିକାର ଆକ୍ରମଣ ଯୋଜନା ଶେଷ ମୁହୂର୍ତ୍ତରେ ରୋକି ଦିଆଯାଇଥିଲା । 

ଟଳିଲା ତୃତୀୟ ବିଶ୍ୱଯୁଦ୍ଧର ବିପଦ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (US President Donald Trump) ଙ୍କ ଗୋଟିଏ ମାତ୍ର ନିଷ୍ପତ୍ତି ଆଉ ସମଗ୍ର ବିଶ୍ୱ ବିନାଶର ମୁହଁରେ ଠିଆ ହୋଇଥାଆନ୍ତା । ହ୍ୱାଇଟ ହାଉସରେ ଟ୍ରମ୍ପ ମାତ୍ର ୨ ମାସର ଅତିଥି ଅଛନ୍ତି । ଏଭଳି ପରିସ୍ଥିତିରେ ସେ କେଉଁ ନିଷ୍ପତ୍ତି ନେଇଥିଲେ ଯାହା ଦୁନିଆକୁ ଧ୍ୱଂସ କରିପାରିଥାଆନ୍ତା? ଏବଂ ତାକୁ ଲାଗୁ କରିବା ପୂର୍ବରୁ କାହିଁକି ରୋକି ଦିଆଯାଇଛି? ଆସନ୍ତୁ ଜାଣିବା ତାହା ବିଷୟରେ...

ଟ୍ରମ୍ପଙ୍କ ଯୋଜନା କ'ଣ ଥିଲା?

ଦୁନିଆ ତୃତୀୟ ବିଶ୍ୱଯୁଦ୍ଧ (Third World War) ର ବିନାଶରୁ ବର୍ତ୍ତି ଯାଇଛି । ଇରାନ ଉପରେ ଆମେରିକାର ଆକ୍ରମଣ ଯୋଜନା ଶେଷ ମୁହୂର୍ତ୍ତରେ ରୋକି ଦିଆଯାଇଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଇରାନର ମୁଖ୍ୟ ଆଣବିକ ବେସ ନାଟାନଜକୁ ଧ୍ୱଂସ କରିବାକୁ ଯୋଜନା କରିଥିଲେ, କିନ୍ତୁ ଭୟ କାରଣରୁ ଟ୍ରମ୍ପ ନିଜ ନିଷ୍ପତ୍ତି ବଦଳାଇ ନେଇଥିଲେ । 

ଅଧିକ ପଢ଼ନ୍ତୁ:-କ’ଣ ଆପଣ ମଧ୍ୟ ସକାଳେ ଉଠିବା ପରେ କରନ୍ତି ଏହି ୭ଟି ଭୁଲ ?

ଟ୍ରମ୍ପଙ୍କ ଆକ୍ରମଣ ଯୋଜନା କରିବାର କାରଣ?

ଚଳିତ ବର୍ଷ ଜୁଲାଇରେ ଇରାନ ନିଜ ମୁଖ୍ୟ ନାଟାନଜ୍ ଆଣବିକ ସ୍ଥାନ ନିକଟରେ ଅଗ୍ନିକାଣ୍ଡକୁ ସାମାନ୍ୟ କହି ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ପ୍ରକାଶ କରିଛି ଯେ ଇରାନ ଏହାର ଅଣ୍ଡରଗ୍ରାଉଣ୍ଡ ନାଟାନଜ୍ ଆଣବିକ ସ୍ଥାନରେ ଉନ୍ନତ ସେଣ୍ଟ୍ରିଫୁଗ ମେସିନ ବିକଶିତ କରିନେଇଛି । ପ୍ରକାଶ ଯେ, ଇରାନ ପରମାଣୁ ସାମଗ୍ରୀରେ ଅନେକ ଗୁଣ ବୃଦ୍ଧି କରିଛି । ଇରାନ ଏହାର କମ୍ ସମୃଦ୍ଧ ୟୁରାନିୟମ୍ ଷ୍ଟକ୍କୁ ୨.୪ ଟନ୍କୁ ବୃଦ୍ଧି କରିଛି, ଯାହା ପରମାଣୁ ଚୁକ୍ତିରେ ୨.୦୨୮ ଟନ୍ ଯାଏ ସୀମିତ ସୀମାର ଉଲ୍ଲଂଘନ ଅଟେ ।

ଇରାନର ଆଣବିକ ସାମର୍ଥ୍ୟ ଉପରେ ଆମେରିକାର ନଜର

ବାସ୍ତବରେ, ଇରାନର ଆଣବିକ କ୍ଷମତା ଉପରେ ଆମେରିକାର ନଜର ରହିଛି । ସେ କୌଣସି ପ୍ରକାରେ ଏହାକୁ ଆଗକୁ ବଢ଼ାଇ ଦେବାକୁ ଚାହୁଁନାହିଁ । ଇରାନ ମନେ କରେ ଯେ ସେ ଆମେରିକା ଏବଂ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶ ମଧ୍ୟରେ ଥିବା ଆଣବିକ ଚୁକ୍ତିରେ ନିଜକୁ ବାନ୍ଧି ରଖିପାରିବ ନାହିଁ । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, IAEA ର ଏହି ପ୍ରକାଶ ପରେ ଆମେରିକାର ରାଷ୍ଟ୍ରପତିଙ୍କ ଓଭାଲ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ଯେଉଁଥିରେ ଟ୍ରମ୍ପ ଇରାନର ମୁଖ୍ୟ ଆଣବିକ ଆଧାର ନାଟାନଜକୁ ଧ୍ୱଂସ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଶିବରାଜଙ୍କ 'ଗୋ-କ୍ୟାବିନେଟ'ରୁ କେତେ ସୁରକ୍ଷିତ ହେବ ଗାଈ-ଗୋରୁ?

ଶେଷ ମୁହୂର୍ତ୍ତରେ ବଦଳିଲା ମହାବିନାଶର ଯୋଜନା!

କିନ୍ତୁ ବୈଠକରେ ଉପସ୍ଥିତ ଉପରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ମନ୍ତ୍ରୀ ଖ୍ରୀଷ୍ଟୋଫର ମିଲର ଏବଂ ଜ୍ୱାଇଣ୍ଟ ଚିଫ୍ ଷ୍ଟାଫ ମାର୍କ ମିଲିଙ୍କ ଚେତାବନୀ ପରେ ଟ୍ରମ୍ପ ପଛେଇ ଯିବାକୁ ବାଧ୍ୟ ହୋଇଥିଲେ । ଟ୍ରମ୍ପଙ୍କ ଏହି ସମସ୍ତ ପରାମର୍ଶଦାତା ଗୋଟିଏ ସ୍ୱରରେ ଏହାକୁ ଏକ ବ୍ୟାପକ ଧ୍ୱଂସ ଏବଂ ବିନାଶକାରୀ ପଦକ୍ଷେପ ବୋଲି କହିଛନ୍ତି । ଯେଉଁଥିପାଇଁ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଦେଇଥିଲେ ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ସିଏମ ଚେହେରାକୁ ନେଇ ସଂଘର୍ଷ କରୁଛି ବିଜେପି, ତେବେ କେମିତି ଜିତିବ ଲଢ଼େଇ?

ଭୟାବହ ହୋଇଥାନ୍ତା ସ୍ଥିତି

ଯଦି ଆମେରିକା ଇରାନର ଆଣବିକ ବେସ ଉପରେ ଆକ୍ରମଣ କରିଥାନ୍ତା, ତେବେ ଇରାନ ଏହାର ପ୍ରତିଶୋଧ ନେଇଥାନ୍ତା । ଯଦିଓ ଆମେରିକାର ସାମରିକ ଶକ୍ତି ସାମ୍ନାରେ ଇରାନ ଏକ ପିମ୍ପୁଡ଼ି । କିନ୍ତୁ ଅନ୍ୟ ଦେଶ ଏହି ନିଆଁକୁ ଡେଇଁବା କାରଣରୁ ପରିସ୍ଥିତି ଭୟାବହ ହୋଇଥାନ୍ତା । ଆମେରିକା ସହିତ ଯେଉଁଠାରେ ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଭଳି ଦେଶ ଛିଡ଼ା ହୋଇଥାନ୍ତା । ଅନ୍ୟପକ୍ଷରେ ଋଷ, ଚୀନ୍ ଭଳି ଦେଶ ତଥା ତୁର୍କୀ, ସିରିଆ ଏବଂ ଲିବିୟା ଭଳି ଦେଶ ଇରାନ ସପକ୍ଷରେ ଅଛନ୍ତି । ଏହା ପରେ ଦୃଶ୍ୟ ଯାହା ହୋଇଥାନ୍ତା ତାହା ବିଶ୍ୱକୁ ବିନାଶର ମୁହଁକୁ ନେଇଯାଇଥାନ୍ତା । କିନ୍ତୁ ଟ୍ରମ୍ପଙ୍କ ନିଷ୍ପତ୍ତି ପ୍ରତ୍ୟାହାର ହେତୁ ବିଶ୍ୱର ମହାବିନାଶର ଆକ୍ରମଣ ଯୋଜନା ବର୍ତ୍ତମାନ ବନ୍ଦ ହୋଇଯାଇଛି ।