Lakshmi Narayan Rajyog: ଏହି ଦିନ ଧନୁ ରାଶିରେ ହେବ ବୁଧ ଓ ଶୁକ୍ରଙ୍କ ସଂଯୋଗ, ୩ ରାଶିଙ୍କ ହେବ ଭାଗ୍ୟ ଉଦୟ!
Advertisement
Article Detail0/zeeodisha/odisha2042671

Lakshmi Narayan Rajyog: ଏହି ଦିନ ଧନୁ ରାଶିରେ ହେବ ବୁଧ ଓ ଶୁକ୍ରଙ୍କ ସଂଯୋଗ, ୩ ରାଶିଙ୍କ ହେବ ଭାଗ୍ୟ ଉଦୟ!

Lakshmi Narayan Rajyog: ଯେତେବେଳେ କୌଣସି ଗ୍ରହ ରାଶି ବା ନକ୍ଷତ୍ର ପରିବର୍ତ୍ତନ କରିଥାଆନ୍ତି ସେ ସମୟରେ ଶୁଭ ବା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ । ସେହିପରି ଗ୍ରହମାନଙ୍କର ରାଶି ପରିବର୍ତ୍ତନ ହେତୁ ରାଜଯୋଗ ମଧ୍ଯ ସୃଷ୍ଟି ହୋଇଥାଏ । ଏହି ରାଜଯୋଗର ପ୍ରଭାବ ଜୀବ ଜଗତର ସମସ୍ତ ପ୍ରାଣୀକୁ ପ୍ରଭାବିତ କରିଥାଏ ।

ସୌ(ସୋସିଆଲ ମିଡିଆ)

ଶାସ୍ତ୍ର ଅନୁଯାୟୀ, ଆସନ୍ତା ଜାନୁଆରୀ ୧୮ରେ ଧନୁ ରାଶିରେ ବୁଧ ଓ ଶୁକ୍ରଙ୍କ ସଂଯୋଗ ହେବାକୁ ଯାଉଛି । ଏହି ଦୁଇ ଗ୍ରହଙ୍କ ମିଳନ ଫଳରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବ। ଏହି ସଂଯୋଗ ବା ରାଜଯୋଗର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡ଼ିବ । ତେବେ ଏହି ରାଜଯୋଗ ଫଳରେ ତିନୋଟି ରାଶି ବେଶ ଲାଭବାନ ହେବ । ତେବେ ଆସନ୍ତୁ ଜାଣିବା ସେହି ତିନି ରାଶିଙ୍କ ବିଷୟରେ ।

କୁମ୍ଭ ରାଶି- ଏହି ଯୋଗ କୁମ୍ଭ ରାଶିର ଆୟ ସ୍ଥାନରେ ଗଠନ ହେବାକୁ ଯାଉଛି । ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ଲକ୍ଷ୍ମୀ ନାରାୟଣ ରାଜଯୋଗ ଫଳରେ ବିଶେଷ ଲାଭବାନ ହେବେ । ଏହି ଅବଧି ମଧ୍ଯରେ ଆୟରେ ବୃଦ୍ଧି ହେବ। ପୁରୁଣା ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଅର୍ଥ ବିନିଯୋଗରୁ ଲାଭ ମିଳିବ । ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇପାରନ୍ତି । ବ୍ୟବସାୟରେ ଆଶ୍ଚର୍ଯ୍ୟଜନକ ଲାଭ ମିଳିବ ।

ମୀନ ରାଶି- ମୀନ ରାଶି ପାଇଁ ମଧ୍ଯ ଏହି ରାଜଯୋଗ ଶୁଭ ପ୍ରମାଣିତ ହେବ । ଶାସ୍ତ୍ର ଅନୁଯାୟୀ, ଏହି ରାଜଯୋଗ ମୀନ ରାଶିର କର୍ମ ଗୃହରେ ଗଠିତ ହେବାକୁ ଯାଉଛି । ଫଳରେ ଏହି ସମୟ ମଧ୍ଯରେ ସୁସମ୍ବାଦ ମିଳିବ । ଦରମା ବୃଦ୍ଧି ସହ ପଦୋନ୍ନତି ନେଇ ଯୋଗ ରହିଛି । ଆକସ୍ମିକ ଧନଲାଭ ହେବ । ଦୂରଯାତ୍ରା ସଫଳ ହେବ । ପରିବାରରେ ସୁଖ ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ଲୋକଙ୍କୁ ଏହି ରାଜଯୋଗ ଫଳରେ କ୍ୟାରିୟରରେ ସଫଳତା ମିଳିବ ।

କନ୍ୟା ରାଶି- ରାଜଯୋଗ ଫଳରେ ଚାକିରିଆଙ୍କ ଦରମା ବୃଦ୍ଧି ହେବ ।  ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ । ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ମିଳିବ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ବେଶ ଲାଭବାନ ହେବାକୁ ଯାଉଛି । ଜୀବନସାଥୀଙ୍କ ସହଯୋଗ ମିଳିବ । ଭ୍ରମଣ ନେଇ ଯୋଗ ରହିଛି । ଲାଗି ରହିଥିବା ସମସ୍ୟା ଦୂର ହେବ ।  

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)