କୋଟି କୋଟି ଟଙ୍କାର ମାଲିକ ଧୋନି, ଜାଣନ୍ତୁ ତାଙ୍କ ଆୟ ବିଷୟରେ...
Advertisement

କୋଟି କୋଟି ଟଙ୍କାର ମାଲିକ ଧୋନି, ଜାଣନ୍ତୁ ତାଙ୍କ ଆୟ ବିଷୟରେ...

GQ India ଅନୁଯାୟୀ, ଏମଏସ ଧୋନିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୭୫୦ ରୁ ୮୦୦ କୋଟି ଟଙ୍କା ହେବ । ଆସନ୍ତୁ ଜାଣିବା କ୍ରିକେଟ୍ ବ୍ୟତୀତ କ୍ୟାପଟେନ୍ କୁଲଙ୍କ ପାଖରେ ଅନ୍ୟ କେଉଁଠାରୁ ଅର୍ଥ ଆସିଥାଏ ।

କୋଟି କୋଟି ଟଙ୍କାର ମାଲିକ ଧୋନି, ଜାଣନ୍ତୁ ତାଙ୍କ ଆୟ ବିଷୟରେ...

ତମାଲ ବାକଚି, ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍(Indian Cricket) ଇତିହାସର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି(Mahendra Singh Dhoni) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏମଏସ ଧୋନି(MS Dhoni)ଙ୍କ ଅବସର ଘୋଷଣା ପରେ ବିଭିନ୍ନ ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ମତ ରଖୁଛନ୍ତି । କ୍ରିକେଟ୍ ମୈଦାନରେ କୌଣସି କଠିନ ପରିସ୍ଥିତିରେ ନିଜ ମସ୍ତିଷ୍କକୁ ଥଣ୍ଡା ରଖିବା ଓ ବହୁତ ଚତୁରତା ସହ ନିଷ୍ପତ୍ତି ନେଇବା ପାଇଁ ସେ ବେଶ ଜଣାଶୁଣା ଥିଲେ । ଏହା ବ୍ୟତୀତ ଆଉ ଏକ ଜିନିଷ ଅଛି ଯାହା ଧୋନିଙ୍କ ଅନ୍ଦାଜ ଅନ୍ୟ ଖେଳାଳିଙ୍କଠାରୁ ଭିନ୍ନ କରିଥାଏ । ଆୟ ମାମଲାରେ ୩୯ ବର୍ଷୀୟ ଏହି ଖେଳାଳି ଅନ୍ୟ କ୍ରିକେଟରଙ୍କଠାରୁ ଅଲଗା ପରିଚୟ ରଖିଥାଏ । 

GQ India ଅନୁଯାୟୀ, ଏମଏସ ଧୋନିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୭୫୦ ରୁ ୮୦୦ କୋଟି ଟଙ୍କା ହେବ । ଆସନ୍ତୁ ଜାଣିବା କ୍ରିକେଟ୍ ବ୍ୟତୀତ କ୍ୟାପଟେନ୍ କୁଲଙ୍କ ପାଖରେ ଅନ୍ୟ କେଉଁଠାରୁ ଅର୍ଥ ଆସିଥାଏ ।

ଅଧିକ ପଢ଼ନ୍ତୁ:-'ଧୋନି ଜଣେ ଭଲ ଲିଡର, ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ଉଚିତ'

ସ୍ପୋର୍ଟିଂ ଟିମ: ଧୋନି ମଧ୍ୟ ସେହି ଖେଳାଳୀମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଅନ୍ୟ ପ୍ରକାର ସ୍ପୋର୍ଟସରେ ଅର୍ଥ ନିବେଶ କରି ରଖିଛନ୍ତି । ଏକଦା ଫୁଟବଲରେ ଗୋଲକିପର ହେବାର ସ୍ୱପ୍ନ ଦେଖୁଥିବା ଧୋନି ହେଉଛନ୍ତି ଇଣ୍ଡିଆନ ସୁପରଲିଗ୍ ଦଳ 'ଚେନ୍ନାଇଇନ୍ ଏଫ୍ସି'ର ମାଲିକ । ଏହା ବ୍ୟତୀତ ମୋଟର ଯାନର ପ୍ୟାଶନକୁ ସେ ନିଜ ବ୍ୟବସାୟରେ ସାମିଲ କରିଛନ୍ତି । ଯଦିଓ ତାଙ୍କ ପାଖରେ ବହୁତ ବଡ଼ ବାଇକ୍ ଏବଂ କାର୍ ଅଛି, କିନ୍ତୁ ଏହା ବ୍ୟତୀତ ଧୋନି ସୁପରସପୋର୍ଟ ବିଶ୍ୱ ଚାମ୍ପିଅନସିପରେ 'ମାହି ରେସିଂ ଟିମ୍ ଇଣ୍ଡିଆ'ର ମାଲିକ ଅଟନ୍ତି । ଅଭିନେତା ଆକ୍କିନେନି ନାଗାର୍ଜୁନଙ୍କ ସହ ପାର୍ଟନରଶିପରେ ସେ ଏହି ଦଳର ମାଲିକ ଅଛନ୍ତି । ତାଙ୍କର ତାଲିକା ଏଠାରେ ଶେଷ ହୁଏ ନାହିଁ । ସେ ମଧ୍ୟ ଏକ ହକି ଦଳର ମାଲିକ ଅଛନ୍ତି । ଏହି ଦଳ ହେଉଛି ରାଞ୍ଚିର ହକି କ୍ଲବ ରାଞ୍ଚି ରେଜର ।

ବ୍ରାଣ୍ଡସ: ଏମଏସ ଧୋନି ୨୦୧୬ ମସିହାରେ ପୋଷାକ ବ୍ରାଣ୍ଡ 'ସେଭେନ'ର ବ୍ରାଣ୍ଡ ଆମ୍ବାସାଡର ହେବାକୁ କୁହାଯାଇଥିଲା । ଏହା ପରେ ସେ ଏହି ବ୍ରାଣ୍ଡର ଫୁଟୱେୟର କଲେକଶନର ମାଲିକାନା ହାସଲ କରିନେଇଛନ୍ତି । ସେ ସ୍ପୋର୍ଟସଫିଟ୍ ୱାର୍ଲ୍ଡ ପ୍ରାଇଭେଟ ଲିମିଟେଡ୍ ନାମକ ଏକ ଜିମର ମାଲକି ଅଛନ୍ତି ।  ସାରା ଦେଶରେ ଏହି କମ୍ପାନୀର ୨୦୦ରୁ ଅଧିକ ଜିମ୍ ରହିଛି ।

ଆତିଥ୍ୟ ଇଣ୍ଡଷ୍ଟ୍ରୀ: ଏମ୍ଏସ୍ ଧୋନି ମଧ୍ୟ ଆତିଥ୍ୟ ଇଣ୍ଡଷ୍ଟ୍ରୀ((Hospitability Industry)) ମାଧ୍ୟମରେ ବହୁତ ରୋଜଗାର କରନ୍ତି । ତାଙ୍କର ଝାଡଖଣ୍ଡରେ ଏକ ହୋଟେଲ ଅଛି, ଯାହାର ନାଁ ହେଉଛି 'ହୋଟେଲ ମାହି ରେସିଡେନ୍ସି' । ଏହା ଏକମାତ୍ର ୟୁନିଟ୍ ଏବଂ ଏହାର ଅନ୍ୟ କୌଣସି ଶାଖା ନାହିଁ ।

ଏଣ୍ଡୋର୍ସମେଣ୍ଟ: କ୍ୟାରିୟର ଆରମ୍ଭରୁ ଧୋନିଙ୍କର ଅନେକ ଏଣ୍ଡୋମେଣ୍ଟ ଅଛି । ବର୍ତ୍ତମାନ ସେ ପେପ୍ସୀ, ଷ୍ଟାର, ଗୋଡାଡି, ବୋଷ, ସ୍ନିକର୍ସ, ଭିଡିଓକନ୍, ବୁଷ୍ଟ, ଓରିଏଣ୍ଟ ଇଲେକ୍ଟ୍ରିକ୍, ନେଟମେଡସ୍ ଭଳି ବ୍ରାଣ୍ଡ ସହିତ ଚୁକ୍ତି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଫୋର୍ବସ୍ ତାଲିକାରେ ବି ହୋଇଥିଲେ ସାମିଲ 

କ୍ରୀଡା ୱେବସାଇଟ୍ କ୍ଲଚ୍ ପଏଣ୍ଟ ଅନୁଯାୟୀ, ଧୋନି ଇଣ୍ଡିଆନ୍ ପ୍ରିମିୟର ଲିଗ(IPL)ରେ ସର୍ବାଧିକ ଆୟ କରିଥିବା ଦ୍ୱିତୀୟ ଖେଳାଳି । ଚେନ୍ନାଇ ସୁପରକିଙ୍ଗ୍ସ(Chennai Super Kings) ସହିତ ତାଙ୍କର ୨୧ ଲକ୍ଷ ଡଲାରର ଚୁକ୍ତି ରହିଛି । ୨୪ ଲକ୍ଷ ଡଲାର ସହିତ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(Virat Kohli) ପ୍ରଥମ ସ୍ଥାନରେ ଅଛନ୍ତି । ୨୦୧୪ ଓ ୨୦୧୫ ରେ ସେ ଏକମାତ୍ର ଭାରତୀୟ ଆଥଲେଟ୍ ଥିଲେ, ଯିଏକି ଫୋର୍ବସ(Forbes)ର ଟପ୍ ୧୦୦ ଆଥଲେଟରେ ସ୍ଥାନ ପାଇଥିଲେ । ଏହି ସମୟ ମଧ୍ୟରେ ତାଙ୍କର ର଼୍ୟାଙ୍କିଙ୍ଗ୍ ଯଥାକ୍ରମେ ୨୨  ଏବଂ ୨୩ ଥିଲା । ଏହି ତାଲିକାରେ ତାଙ୍କର ସର୍ବଶ୍ରେଷ୍ଠ ମାନ୍ୟତା ୧୬ତମ ସ୍ଥାନରେ ରହିଥିଲା ।