ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ
Advertisement
Article Detail0/zeeodisha/odisha729911

ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ

ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ରାଜନୈତିକ ବିବାଦ ଅଗଷ୍ଟ ୧୪ରେ ସମାଧାନ ହୋଇଥିଲା । କ୍ୟାବିନେଟର ଦାବି ଉପରେ ଶୁକ୍ରବାର ବିଧାନସଭାର ଅଧିବେଶନ ଡକାଯାଇଥିଲା । ବିଧାନସଭା ଅଧିବେଶନରେ ବିଜେପି କୌଣସି ଅବିଶ୍ୱାସ ପ୍ରସ୍ତାବ ଆଣି ନଥିଲା । ସିଏମ୍ ଅଶୋକ ଗେହଲଟ୍(Ashok Gehlot) ଧ୍ୱନି ମତରେ ବିଶ୍ୱାସ ପ୍ରସ୍ତାବ ଜିତିଥିଲେ ।

ରାଜସ୍ଥାନରୁ ଆସିଲା ବଡ଼ ଖବର, ରାଜ୍ୟ କଂଗ୍ରେସରେ ବଡ଼ ପରିବର୍ତ୍ତନ

ତମାଲ ବାକଚି, ଜୟପୁର: ବହୁ ଚେଷ୍ଟା ପରେ ରାଜସ୍ଥାନରେ ଚାଲୁଥିବା ରାଜନୈତିକ ସଙ୍କଟ(Rajasthan Political Crisis)ର ଅବସାନ ଘଟିଛି । ଏହା ପରେ ରାଜ୍ୟ କଂଗ୍ରେସ(Congress)ରେ ବଡ଼ ପରିବର୍ତ୍ତନ କରାଯାଇଛି । ଦଳ ଅଜୟ ମାକେନ(Ajay Maken)ଙ୍କୁ ରାଜସ୍ଥାନର ପ୍ରଭାରୀ ଭାବରେ ନିଯୁକ୍ତ କରିଛି । ଏହାସହ ଅବିନାଶ ପାଣ୍ଡେଙ୍କୁ ତୁରନ୍ତ ପ୍ରଭାବରୁ ହଟାଇ ଦିଆଯାଇଛି । ଏଥି ସହ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ, ଏଆଇସିସି ସାଧାରଣ ସମ୍ପାଦକ(AICC General Secretary) କେସି ଭେନୁଗୋପାଲ ଏବଂ ଅଜୟ ମାକେନଙ୍କୁ  ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ନିକଟ ଅତୀତରେ ଘଟିଥିବା ଘଟଣାର ଯାଞ୍ଚ କରିବା ସହ ସମାଧାନର ବାଟ ବାହାର କରିବ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ଆପଣଙ୍କୁ କହିରଖୁଛୁ ଯେ, ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ରାଜନୈତିକ ବିବାଦ ଅଗଷ୍ଟ ୧୪ରେ ସମାଧାନ ହୋଇଥିଲା । କ୍ୟାବିନେଟର ଦାବି ଉପରେ ଶୁକ୍ରବାର ବିଧାନସଭାର ଅଧିବେଶନ ଡକାଯାଇଥିଲା । ବିଧାନସଭା ଅଧିବେଶନରେ ବିଜେପି କୌଣସି ଅବିଶ୍ୱାସ ପ୍ରସ୍ତାବ ଆଣି ନଥିଲା । ସିଏମ୍ ଅଶୋକ ଗେହଲଟ୍(Ashok Gehlot) ଧ୍ୱନି ମତରେ ବିଶ୍ୱାସ ପ୍ରସ୍ତାବ ଜିତିଥିଲେ । ଏହାସହ ଗତ ଏକ ମାସ ଧରି କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇ ଶେଷ ହୋଇଥିଲା । 

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୋଷ ହେବା ପରେ ସଚିନ ପାଇଲଟ(Sachin Pilot) ନିଜ ସମର୍ଥକ ୧୮ ଜଣ ବିଧାୟକଙ୍କ ସହ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଏହା ପରେ କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଥିଲା । କେବଳ ଏତିକି ନୁହେଁ, ରାହୁଲ ଗାନ୍ଧୀ(Rahul Gandhi) ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା(Priyanka Gandhi Vadra)ଙ୍କ ସହ ସଚିନ ପାଇଲଟଙ୍କ ସାକ୍ଷାତ ପରେ ପ୍ରାୟ ୩୪ ଦିନ ଧରି ଚାଲିଥିଲା ରାଜସ୍ଥାନର ରାଜନୈତିକ ସଙ୍କଟ ସମାପ୍ତ ହୋଇଥିଲା । ସଚିନ ଓ ଗେହଲଟଙ୍କ ମଧ୍ୟରେ ବିବାଦର ଅନ୍ତ ଘଟାଇବାରେ ଅହମ୍ମଦ ପଟେଲ, କେସି ଭେନୁଗୋପାଲ, ଅଜୟ ମାକେନ ଏବଂ ରଣଦୀପ ସୁରଜେୱାଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।