ସେପଟେ ଏହି ଫଟୋର ପ୍ରକୃତ ରହସ୍ୟର ଖୁଲାସା ନ ହେଉଛି ସେପର୍ଯ୍ୟନ୍ତ ନାସା ଏହି ଫଟୋକୁ ଉପଭୋଗ କରିବାକୁ କହିଛି । କାରଣ ମଙ୍ଗଳ ଗ୍ରହରେ ବହୁତ କିଛି ଅଛି ଯାହା ବିଷୟରେ ମଣିଷମାନେ ଜାଣନ୍ତି ନାହିଁ । ଏହିପରି ଜିନିଷଗୁଡ଼ିକର ଅନୁସନ୍ଧାନ ନିରନ୍ତର ଚାଲିଛି ।
Trending Photos
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ (Mars) ରେ ଅନେକ ସମୟରେ ଅଜବ ଜିନିଷ ସବୁ ଆବିଷ୍କୃତ ହେଉଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା (NASA) ର କ୍ୟୁରିଓସିଟି ରୋଭର (Curiosity Rover) ପଥର ମଝିରେ ରାସ୍ତାକୁ ନିଜ କ୍ୟାମେରାରେ କଏଦ କରିଛି । ଏହା ଏପରି ଲାଗୁଛି ଯେ ଯେମିତି ପଥରକୁ କାଟି ଏହା ଭିତରେ ରାସ୍ତା ତିଆରି କରାଯାଇଛି । ଏହି ଦ୍ୱାର ଭିତରେ କ'ଣ ଅଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । କିନ୍ତୁ ଏହାକୁ ଦେଖିବା ପରେ ଲାଗୁଛି ଯେ ଏହା ଭିତରେ କୌଣସି ଜୀବ ବାସ କରନ୍ତି । ନାସାର ଏହି ଫଟୋଟି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।
ଏହି ଫଟୋଟି ଚଳିତ ବର୍ଷ ମେ' ୭ରେ ମାର୍ସ କ୍ୟୁରିଓସିଟି ରୋଭର (Mars Curiosity Rover) ର ମାଷ୍ଟକ୍ୟାମ (MastCam) ଦ୍ୱାରା ନିଆଯାଇଥିଲା । ଫଟୋଟି ବ୍ଲାକ୍ ଆଣ୍ଡ ହ୍ୱାଇଟରେ ମିଳିଥିଲା । ଯାହା ପରେ ନାସା ବୈଜ୍ଞାନିକମାନେ (NASA Scientists) ରଙ୍ଗିନ କରିଥିଲେ । ପ୍ରାରମ୍ଭରେ ନାସା ବୈଜ୍ଞାନିକମାନେ କହିଛନ୍ତି ଯେ, ପ୍ରଥମେ ସେମାନେ ଭାବିଥିଲେ ଯେ ନାଲି ଗ୍ରହ (Red Planet) ର କେନ୍ଦ୍ରକୁ ଯିବା ପାଇଁ ଏକ ରାସ୍ତା ମିଳିଯାଇଛି । କିମ୍ବା ଏହା କୌଣସି ଛୋଟ ଏଲିଏନଙ୍କ ଘରର ଦ୍ୱାର କିମ୍ବା କୌଣସି ସୁରଙ୍ଗ ହୋଇଥିବ ।
ଅଧିକ ପଢ଼ନ୍ତୁ:-ଏହି ଗ୍ରହରେ ରହୁଛନ୍ତି ଏଲିଏନ୍ସ! ନାସା ଲୁଚାଉଛି ଏହି ବଡ଼ ରହସ୍ୟ
କେତେକ ବୈଜ୍ଞାନିକ ମନେ କରନ୍ତି ଯେ, ମଙ୍ଗଳ ଗ୍ରହ (Mars) ରେ ଭୂକମ୍ପ ଯୋଗୁଁ ପଥର ଭାଙ୍ଗିବା ଦ୍ୱାରା ଆକୃତି ଅଟେ । କିମ୍ବା ଏହା ପଥର ଉପରେ ପଡ଼ିଥିବା ଏକ ପ୍ରକାର ଚାପର ପରିଣାମ । କାରଣ ଚଳିତ ବର୍ଷ ମେ' ୪ରେ ମଙ୍ଗଳ ଗ୍ରହରେ ସବୁଠାରୁ ଭୟଙ୍କର ଭୂକମ୍ପ ବିଷୟରେ ସୂଚନା ମିଳିଥିଲା । ହୁଏତ ଏହି ଭୂକମ୍ପ ଯୋଗୁଁ ଏହି ପଥରରେ ଏପରି ରାସ୍ତା ତିଆରି ହୋଇଥାଇପାରେ ।
ଅନ୍ୟପଟେ କିଛି ବୈଜ୍ଞାନିକ ମନେ କରନ୍ତି ଯେ ଏହା ପଥର ମଝିରେ ନିର୍ମିତ ଏକ ଗର୍ତ୍ତ, ଯାହାକି କୌଣସି ପ୍ରକାରେ ନାଲି ମାଟିରେ ଭରି ରହିଥିଲା । ଭୂକମ୍ପ ଯୋଗୁଁ ମାଟି ଭାଙ୍ଗି ସଫା ହୋଇଯାଇଛି ଓ ଏହି କବାଟର ଆକାରରେ ଦେଖିବାକୁ ଲାଗୁଛି । ଏଲିଏନଙ୍କ ଘରର ଏହି ଦ୍ୱାର ମାତ୍ର ଅଳ୍ପ ଇଞ୍ଚ ଲମ୍ବା ହେବ । ଯଦିଓ ଫଟୋରୁ ଏହାର ସଠିକ୍ ଆକାର ଜାଣିବା କଷ୍ଟକର ।
ଏହା ବି ପଢ଼ନ୍ତୁ:-ଫସିଲେ ପୁଟିନ
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ଦରମାରେ ପୁଣି ହେବ ବୃଦ୍ଧି! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍
ଏହି ଦ୍ୱାର ଯେଉଁଠାରେ ମିଳିଛି ସେହି ସ୍ଥାନକୁ ଗ୍ରୀନ୍ହେଗ୍ ପେଡିମେଣ୍ଟ୍ (Greenheugh Pediment) କୁହାଯାଏ । ଯାହାର ଫଟୋ ମ' ୭ରେ କ୍ୟୁରିଓସିଟି ରୋଭରର ମାଷ୍ଟକ୍ୟାମ୍ ଦ୍ୱାରା ନିଆଯାଇଥିଲା । ନାସା କହିଛି ଯେ, ଗତ କିଛି ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହର ଥିବା ଲ୍ୟାଣ୍ଡର୍ସ ଓ ରୋଭର୍ସ ବହୁତ ଅଦ୍ଭୁତ ଓ ଚମତ୍କାର ଫଟୋଗ୍ରାଫ୍ ନେଇଛନ୍ତି । ଏହି ଫଟୋଗୁଡ଼ିକ ମଧ୍ୟରେ ବରଫରେ ଭର୍ତ୍ତି ହୋଇଥିବା ଖାଲ, ବିଭିନ୍ନ ଆକାରର ପଥର, ଖାଲି ପର୍ବତ ସମେତ ଆହୁରି ଅନେକ କିଛି । ସେପଟେ ଏହି ଫଟୋର ପ୍ରକୃତ ରହସ୍ୟର ଖୁଲାସା ନ ହେଉଛି ସେପର୍ଯ୍ୟନ୍ତ ନାସା ଏହି ଫଟୋକୁ ଉପଭୋଗ କରିବାକୁ କହିଛି । କାରଣ ମଙ୍ଗଳ ଗ୍ରହରେ ବହୁତ କିଛି ଅଛି ଯାହା ବିଷୟରେ ମଣିଷମାନେ ଜାଣନ୍ତି ନାହିଁ । ଏହିପରି ଜିନିଷଗୁଡ଼ିକର ଅନୁସନ୍ଧାନ ନିରନ୍ତର ଚାଲିଛି ।