ସରକାରୀ କର୍ମଚାରୀଙ୍କ ଦରମାରେ ପୁଣି ହେବ ବୃଦ୍ଧି! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍
Advertisement
Article Detail0/zeeodisha/odisha1184220

ସରକାରୀ କର୍ମଚାରୀଙ୍କ ଦରମାରେ ପୁଣି ହେବ ବୃଦ୍ଧି! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍

7th Pay Commission, Fitment Factor, Central Government Employees: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ଖବୁ ଶୀଘ୍ର ଏକ ଭଲ ଖବର ଶୁଣିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, କେନ୍ଦ୍ରର ମୋଦି ସରକାର (Modi Government) ଆଗାମୀ ମହଙ୍ଗା ଭତ୍ତା (Dearness Allowance) ସହିତ ଫିଟମେଣ୍ଟ ଫ୍ୟାକ୍ଟର (Fitment

ସରକାରୀ କର୍ମଚାରୀଙ୍କ ଦରମାରେ ପୁଣି ହେବ ବୃଦ୍ଧି! ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: 7th Pay Commission, Fitment Factor, Central Government Employees: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ଖବୁ ଶୀଘ୍ର ଏକ ଭଲ ଖବର ଶୁଣିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, କେନ୍ଦ୍ରର ମୋଦି ସରକାର (Modi Government) ଆଗାମୀ ମହଙ୍ଗା ଭତ୍ତା (Dearness Allowance) ସହିତ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ରେ ବୃଦ୍ଧିକୁ ନେଇ ମଧ୍ୟ ବିଚାର କରିପାରିନ୍ତି । ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଯାହା ଦ୍ୱାରା ସର୍ବନିମ୍ନ ବେତନ (Minimum Basic Salary) ୮୦୦୦ ବୃଦ୍ଧି ହୋଇପାରିବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଆଗାମୀ ଦିନରେ ମୋଦି ସରକାର (Modi Govt) ଏହା ଉପରେ ବିଚାର କରନ୍ତି ଓ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ହୁଏ, ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି କି ଏହା ଉପରେ ଶୀଘ୍ର ବିଚାର କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଏ ବାବଦରେ ସରକାର କୌଣସି ଆଧିକାରୀକ ବୟାନ କିମ୍ବା ପୃଷ୍ଟି କରିନାହାଁନ୍ତି । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।

ଏହା ବି ପଢ଼ନ୍ତୁ:-'ମୋଦିଜୀ କରିଛନ୍ତି, ନିଶ୍ଚିତ ଭାବରେ ଭାବିଚିନ୍ତି କରିଥିବେ', ୫ ମାସରେ ୪ ଥର ବଢ଼ିଲା ବିଦ୍ୟୁତ ଦର ତ ଲୋକମାନେ କଲେ ଏପରି କଟାକ୍ଷ

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ଛବି ବଦଳାଇ ହେବ? ଏହି ପ୍ରଶ୍ନ ଉପରେ ପିକେ ମୋଦିଙ୍କ ନାଁ ନେଇ ଦେଲେ ଏପରି ଜବାବ

ଏହା ବି ପଢ଼ନ୍ତୁ:-ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍

 

କର୍ମଚାରୀଙ୍କ ବେସିକ ବେତନ ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରେ ଗୁଣନ କରି ଗଣନା କରାଯାଏ । ଉଦାହରଣ ସ୍ୱରୂପ, ଯଦି କୌଣସି କେନ୍ଦ୍ର କର୍ମଚାରୀଙ୍କ ବେସିକ ଦରମା ୧୮,୦୦ ଟଙ୍କା, ତେବେ ଭତ୍ତା ବ୍ୟତୀତ ତାଙ୍କ ଦରମା ୧୮,୦୦୦ X ୨.୫୭= ୪୬,୨୬୦ ଟଙ୍କାର ଲାଭ ହେବ । ସେହିପରି ୩.୬୮ ହେବା ପରେ ଦରମା ୯୫,୬୮୦ ଟଙ୍କା ହେବ (୨୬୦୦୦X୩.୬୮ = ୯୫,୬୮୦) ଅର୍ଥାତ ଦରମାରେ ୪୯,୪୨୦ ଟଙ୍କାର ଲାଭ ମିଳିବ । ଯଦି ଏହାକୁ ୩କୁ ବୃଦ୍ଧି କରାଯାଏ ତେବେ ବେସିକ ଦରମା ୨୧୦୦୦ ଟଙ୍କା ହେବ ।

ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।