Advertisement
Photo Details/zeeodisha/odisha1183992
photoDetails0hindi

ବିପରୀତ ଲିଙ୍ଗ ପ୍ରତି ଆକର୍ଷଣର ଅର୍ଥ 'ପ୍ରେମ ନୁହେଁ', ଜାଣନ୍ତୁ ୪ଟି କାରଣ

ଅନେକ ଲୋକ ସାଧାରଣ ଆକର୍ଷଣକୁ ଭଲପାଇବା ଭାବିନିଅନ୍ତି । ସେମାନଙ୍କୁ ଲାଗେ କି କେହି କେବଳ ଭଲ ଲାଗିବାର ଅର୍ଥ ହିଁ ପ୍ରେମ । କିନ୍ତୁ ଏକଥା ଆପଣ ସହଜରେ ଗ୍ରହଣ କରିପାରିବେ କି ? ବାସ୍ତବରେ ଆପଣ କାହା ପ୍ରତି ଆକର୍ଷିତ ହେବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି । 

 

ସେକ୍ସୁଆଲ ଆଟ୍ରାକସନ (Sexual attraction)

1/4
ସେକ୍ସୁଆଲ ଆଟ୍ରାକସନ (Sexual attraction)

ଯୌନ ଆକର୍ଷଣ ସେତେବେଳେ ଆସିଥାଏ, ଯେତେବେଳେ ଶାରୀରିକ ଭାବେ କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷଣ ଅନୁଭବ ହୁଏ । ଇଣ୍ଟିମେସୀ ସେହି ଲେବୁଲରେ ପହଞ୍ଚିଯାଏ, ଆପଣ ସେହି ବ୍ୟକ୍ତିଙ୍କ ସହିତ ଏକ କାଳ୍ପନିକ ଦୁନିଆରେ ପହଞ୍ଚିଯାଆନ୍ତି । ଏହାକୁ ଏକସାଇଟମେଣ୍ଟ କିମ୍ବା 'ଲଷ୍ଟ'ର ଏକ ଅଂଶ ମନେକରି ପାରନ୍ତି । ଆପଣ ସେହି ବ୍ୟକ୍ତିଙ୍କ ପ୍ରତି ଗଭୀର ଭାବେ ଆକର୍ଷଣ ଅନୁଭବ କରିଥାନ୍ତି ।

ଫିଜିକାଲ ଆଟ୍ରାକସନ (Physical Attraction)

2/4
ଫିଜିକାଲ ଆଟ୍ରାକସନ (Physical Attraction)

ଅନେକ ଲୋକ ଫିଜିକାଲ ଆଟ୍ରାକସନ ଓ ସେକ୍ସୁଆଲ ଆଟ୍ରାକସନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି । ଶାରୀରିକ ଆକର୍ଷଣରେ ବ୍ୟକ୍ତିଙ୍କ ସହିତ ଶାରୀରିକ ଭାବେ ନିକଟତର ହେବାକୁ କଳ୍ପନା କରାଯାଇଥାଏ । ଫିଜିକାଲ ଆଟ୍ରାକସନରେ ବ୍ୟକ୍ତିଙ୍କୁ ଛୁଇଁବାକୁ ଆପଣଙ୍କ ଭିତରେ ପ୍ରବଳ ମାତ୍ରାରେ ଆକର୍ଷଣ ଅନୁଭବ କରିଥାନ୍ତି । ଏହା ମଧ୍ୟ ଆପଣ ଚାହିଁଥାନ୍ତି କି, ବ୍ୟକ୍ତି ଜଣଙ୍କ ମଧ୍ୟ ଆପଣଙ୍କ ନିକଟବର୍ତ୍ତୀ ହେଉ । ଏହା ଏକ ଏପରି ସଂଯୋଗ ଯେଉଁଥିରେ ଇମୋସନାଲ, ସେକ୍ସୁଆଲ ଓ ରୋମାଣ୍ଟିକ ଆଟ୍ରାକସନର ମିଶ୍ରଣ ଦେଖିବାକୁ ମିଳିଥାଏ । କିଛି ଲୋକଙ୍କ ପାଇଁ କେବଳ ହାତ ଧରିବା ଓ ଆଲିଙ୍ଗନ ମଧ୍ୟ ଫିଜିକାଲ ଆଟ୍ରାକସନ ହୋଇପାରେ ।

ଇମୋସନାଲ୍ ଆଟ୍ରାକସନ (Emotional Attraction)

3/4
 ଇମୋସନାଲ୍ ଆଟ୍ରାକସନ (Emotional Attraction)

ଏହି ପ୍ରକାର ଆକର୍ଷଣରେ ହୃଦୟ ଓ ଆତ୍ମା ସାମିଲ ହୋଇଥାଏ । ଏହା ଏପରି ଏକ ବନ୍ଧନ ଯାହା ସମସ୍ତେ ଚାହାଁନ୍ତି ।  ଆମେ ସମସ୍ତେ ଆମ ଜୀବନରେ ଦୟା ଚାହାଁନ୍ତି ଏବଂ ଅନ୍ୟମାନଙ୍କ ସହ ଖୁସି ବାଣ୍ଟିବାକୁ ଚାହାଁନ୍ତି । ଏହା ଅନ୍ୟ ଜଣଙ୍କ ସହ ପ୍ରେମ ଏବଂ ସମ୍ମାନ, ସମର୍ଥନ ରୂପରେ ବି ହୋଇପାରେ । ଏହି ପ୍ରକାର ଆକର୍ଷଣରେ ଆପଣ ଅନ୍ୟ ଜଣଙ୍କ ସହିତ ତୁମର ସ୍ୱପ୍ନ, ଭୟ, ଆଶା ବାଣ୍ଟିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ବିନା କାରଣରେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଭାବନାରେ ତିଷ୍ଠି ରହନ୍ତି, ତେବେ ଏହାକୁ ଇମୋସନାଲ ଆଟ୍ରାକସନ ବୋଲି ଜାଣିନିଅନ୍ତୁ ।

ରୋମାଣ୍ଟିକ ଆଟ୍ରାକସନ (Romantic Attraction)

4/4
ରୋମାଣ୍ଟିକ ଆଟ୍ରାକସନ (Romantic Attraction)

ଏହା ବୁଝିବା ସାମାନ୍ୟ କଠିନ ହୋଇପାରେ । କାରଣ କେବଳ ବିପରୀତ ଲିଙ୍ଗ ବ୍ୟକ୍ତି ଜଣଙ୍କ  ପ୍ରତି ଯୌନ ଆକର୍ଷଣ ଆସିନଥାଏ । ତାଙ୍କର ଉତ୍ତମ ବ୍ୟବହାର ଜନିତ କିମ୍ବା ଉତ୍ତମ ଗୁଣ ପ୍ରତି ମଧ୍ୟ ଆକର୍ଷଣ ତୀବ୍ର ହୋଇଥାଏ । ଏଥିରେ ସେହି ବ୍ୟକ୍ତିଙ୍କ ସହିତ ସୀମିତ ବଦଳରେ ଦେହାତୀତ ସଂଯୋଗ ଅନୁଭବ ଆସିଥାଏ । ଏହି ଆକର୍ଷଣରେ ନିକଟରେ ଶାରୀରିକ ଭାବେ ଉପସ୍ଥିତି ବି ଜରୁରୀ ହୋଇନଥାଏ ।