କ୍ରିକେଟ୍ ପାକିସ୍ତାନ ସହ ଏକ ବିଶେଷ ବାର୍ତ୍ତାଳାପରେ ଶୋଏବ ଅଖତର (Shoaib Akhtar) କହିଛନ୍ତି ଯେ, "ମୁଁ ବିରାଟ କୋହଲି (Virat Kohli) ଙ୍କ କାହିଁକି ପ୍ରଶଂସା କରିପାରିବି ନାହିଁ ?
Trending Photos
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar)ର ଯେକୌଣସି ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ରଖିବା ପାଇଁ ବେଶ ଜଣାଶୁଣା । କିଛି ଏମିତି ସେ ପାକିସ୍ତାନର ଇଂଲଣ୍ଡ ଗସ୍ତରେ ମଧ୍ୟ କରିଛନ୍ତି । ଶୋଏବ ଅଖତର ପାକିସ୍ତାନ ଓ ଭାରତର ତୁଳନା କରି ବିରାଟ କୋହଲି (Virat Kohli)-ରୋହିତ ଶର୍ମା (Rohit Sharma)ଙ୍କ ପ୍ରଶଂସା କରିଛନ୍ତି । ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା । ଏହା ପରେ ଶୋଏବ ଅଖତର ସେହି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି । ଶୋଏବ ସମାଲୋଚକଙ୍କୁ ସମାଲୋଚନା କରି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ କାହିଁକି ପ୍ରଶଂସା କରିପାରିବେ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ।
ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ଗାଙ୍ଗୁଲିଙ୍କ କହିବା ସତ୍ତ୍ୱେ ଧୋନିଙ୍କୁ ମିଳି ନଥିଲା ଟିମ୍ ଇଣ୍ଡିଆରେ ସ୍ଥାନ !
କ୍ରିକେଟ୍ ପାକିସ୍ତାନ ସହ ଏକ ବିଶେଷ ବାର୍ତ୍ତାଳାପରେ ଶୋଏବ ଅଖତର (Shoaib Akhtar) କହିଛନ୍ତି ଯେ, "ମୁଁ ବିରାଟ କୋହଲିଙ୍କ କାହିଁକି ପ୍ରଶଂସା କରିପାରିବି ନାହିଁ ? କଣ ପାକିସ୍ତାନ କିମ୍ବା ସମଗ୍ର ଦୁନିଆରେ କୌଣସି ଏପରି ଖେଳାଳି ଅଛନ୍ତି ଯିଏ କୋହଲିଙ୍କ ନିକଟତର ହୋଇପାରିବେ ? ମୁଁ ବୁଝିପାରୁ ନାହିଁ ଲୋକମାନେ କାହିଁକି ରାଗିଛନ୍ତି ? ମୋତେ କହିବା ପୂର୍ବରୁ ଆପଣ ଯାଇ ତାଙ୍କର ରେକର୍ଡ ଦେଖନ୍ତୁ ।"
ଅଧିକ ପଢ଼ନ୍ତୁ:-ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ
ଶୋଏବ (Shoaib Akhtar) ଆହୁରି କହିଛନ୍ତି ଯେ, ବିରାଟ କୋହଲିଙ୍କ ନାଁରେ ୭୦ଟି ଅନ୍ତର୍ଜାତୀୟ ଶତକ ରହିଛି । ବର୍ତ୍ତମାନ ସମୟରେ କେତେ ଲୋକଙ୍କ ନାଁରେ ଏତିକି ଶତକ ଅଛି । ସେ ଭାରତରେ କେତେ ସିରିଜ୍ ଜିତିଛନ୍ତି ? ଏହା ପରେ ମୁଁ ତାଙ୍କ ପ୍ରଶଂସା କରିବା ଉଚିତ୍ ନୁହେଁ କି ? ଏହା ବହୁତ ଅଦ୍ଭୁତ ଅଟେ । ଆମେ ସମସ୍ତେ ସ୍ପଷ୍ଟ ଭାବରେ ଦେଖିପାରୁଛୁ ଯେ ବିରାଟ ହେଉଛନ୍ତି ଦୁନିଆର ସବୁଠୁ ବଡ ବ୍ୟାଟ୍ସମ୍ୟାନ୍ । ସେ ଏବଂ ରୋହିତ ଶର୍ମା ସବୁବେଳେ ଭଳ ପ୍ରଦର୍ଶନ କରନ୍ତି । ଆମେ କାହିଁକି ସେମାନଙ୍କ ପ୍ରଶଂସା କରିବା ଉଚିତ୍ ନୁହେଁ ? ବୋଲି ଶୋଏବ ଅଖତର କହିଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଦୁନିଆକୁ ବଡ଼ ଝଟକା ଦେଲା ଆମେରିକା, ବଢ଼ିଲା ଚିନ୍ତା
ଏଠାରେ କହି ରଖୁଛୁ ଯେ, ଇଂଲଣ୍ଡରେ ପାକିସ୍ତାନର ପ୍ରଦର୍ଶନ ଉପରେ ଶୋଏବ ଅଖତର କହିଛନ୍ତି ଯେ, ଦଳ ପାଇଁ ଏହି ଯାତ୍ରା କଠିନ ଥିଲା । ବାୟୋ ବବଲ୍ ପରିବେଶରେ ରହିବା ଏକ ଭିନ୍ନ ଚ୍ୟାଲେଞ୍ଜ ଥିଲା । ପାକିସ୍ତାନୀର ଏହି ପୂର୍ବତନ ଦ୍ରୁତ ବୋଲର କହିଛନ୍ତି ଯେ, ଦଳ କେବଳ ଗୋଟିଏ ସେଶନକୁ ଖରାପ ଖେଳିଛି ଏବଂ ତେଣୁ ଟେଷ୍ଟ ସିରିଜ୍ ସେମାନଙ୍କ ହାତରୁ ଖସି ପଳାଇଛି । ଏଥି ସହିତ ତୃତୀୟ ଟି-20ରେ ଚମତ୍କାର ବ୍ୟାଟିଂ କରିଥିବା ହାଇଦର ଅଲିଙ୍କୁ ଅଖତର ଏକ ଚମତ୍କାର ପ୍ରତିଭା ଭାବରେ ବର୍ଣ୍ଣନା କରିଥିଲେ । ସେ ୩୯ ବର୍ଷ ବୟସରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ହାଫିଜଙ୍କ ମଧ୍ୟ ପ୍ରଶଂସା କରିଥିଲେ ।