ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ
Advertisement
Article Detail0/zeeodisha/odisha740088

ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ

ଏହି ନିର୍ବାଚନକୁ ବିଜେପି (BJP), ଜେଡିୟୁ (JDU) ଏବଂ ଏଲଜେପି (LJP)ର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ଏବଂ ମିଳିତ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ବଡ ରାଜନୈତିକ ଲଢ଼େଇ ଭାବରେ ଦେଖାଯାଉଛି ।

ଏହି କାରଣରୁ ବିହାରରେ ମଜଭୁତ ହେଉଛି କଂଗ୍ରେସ, ଜାଣନ୍ତୁ କ’ଣ ରହିଛି ରାଜନୈତିକ ସମୀକରଣ

ତମାଲ ବାକଚି, ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ କଂଗ୍ରେସ ମଧ୍ୟ ନିର୍ବାଚନକୁ ନେଇ କରୁଛି ପ୍ରସ୍ତୁତି ।  କଂଗ୍ରେସ (Congress) ରେ ଚାଲିଥିବା ଅନ୍ତଃକନ୍ଦଳ ମଧ୍ୟରେ କିଛି ନେତା ମନେ କରୁଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ (Bihar Election 2020) ପାଇଁ ଦଳ ସମ୍ପୂର୍ଣ୍ଣ ଭାବେ ଜୋରଦାର ପ୍ରସ୍ତୁତି କରୁନାହିଁ । କିନ୍ତୁ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତିରେ ଲାଗିଥିବା ଦଳର ପଦାଧିକାରୀମାନେ ସମାନ ବିଚାରର ଦଳଗୁଡିକ ସହିତ ଶୀଘ୍ର ଏକ ମେଣ୍ଟ ହେବାକୁ ନେଇ ଆଶ୍ୱସ୍ତ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ଏନଡିଏ ଓ ମିଳିତ ବିରୋଧୀଙ୍କ ମଧ୍ୟରେ ଟକ୍କର

କୋଭିଡ-19 ମହାମାରୀ ପରେ ବିହାର ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରୁଥିବା ସତ୍ତ୍ୱେ ଅକ୍ଟୋବର-ନଭେମ୍ବରରେ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ଆଶା କରାଯାଉଛି । ଏହି ନିର୍ବାଚନକୁ ବିଜେପି (BJP), ଜେଡିୟୁ (JDU) ଏବଂ ଏଲଜେପି (LJP)ର ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ଏବଂ ମିଳିତ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ବଡ ରାଜନୈତିକ ଲଢ଼େଇ ଭାବରେ ଦେଖାଯାଉଛି ।

ବିହାରରେ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ(RJD)ର ଭିତ୍ତିଭୂମି କଂଗ୍ରେସ (Congress) ଅପେକ୍ଷା ଅଧିକ ମଜଭୁତ ରହିଛି । ଏଭଳି ପରିସ୍ଥିତିରେ କଂଗ୍ରେସ ରାଜ୍ୟରେ ବିରୋଧୀ ରାଜନୈତିକ ଦଳର ନେତୃତ୍ୱ ନେବାର ସ୍ଥିତିରେ ନାହିଁ । କେତେକ ଦଳର ନେତା ବିଶ୍ୱାସ କରନ୍ତି ଯେ ଅନ୍ୟାନ୍ୟ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ କଂଗ୍ରେସର ନିର୍ବାଚନ ସମୀକରଣ ଏବଂ ଆସନଗୁଡ଼ିକର ଗଣିତ ଉପରେ ପ୍ରଭାବ ପକାଇପାରେ ।

ତେବେ ଦଳର ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ସୋନିଆ ଗାନ୍ଧୀଙ୍କୁ ୨୩ ଜଣ ନେତାଙ୍କ ଦ୍ୱାରା ଲେଖାଯାଇଥିବା ଚିଠିରୁ ବିବାଦ ବିହାର ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ ନାହିଁ । ଏହି ପ୍ରସଙ୍ଗଗୁଡିକ ବ୍ୟତୀତ ଏଥର ସମସ୍ତ ଦଳ କୋଭିଡ-19 (COVID-19) କୁ ଦୃଷ୍ଟିରେ ରଖି ପ୍ରଚାରର ନୂତନ ପଦ୍ଧତି ଗ୍ରହଣ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...

ନୀତୀଶ କୁମାରଙ୍କ ସାମ୍ନାରେ ୧୫ ବର୍ଷର ଆଣ୍ଟି ଇନକମ୍ୱେନ୍ସି 

ବିଭିନ୍ନ ରାଜନୈତିକ ସମୀକରଣରେ ପରିବର୍ତ୍ତନ ସହିତ ସମସ୍ତଙ୍କ ନଜର ଏହି ବିଷୟ ଉପରେ ରହିବ ଯେ ପ୍ରାୟ  ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଆସୁଥିବା ନୀତୀଶ କୁମାର (Nitish Kumar) ଙ୍କ ପ୍ରଭାବ ଏଥର ନିର୍ବାଚନରେ ରହିବ ନା ମହାମେଣ୍ଟ ତାଙ୍କୁ କଡ଼ା ଟକ୍କର ଦେବ । ଜିତନ ରାମ ମାଁଝି (Jitan Ram Manjhi) ଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପ୍ରଥମରୁ ହିଁ ମହାମେଣ୍ଟରୁ ବାହାରି ସାରିଛି । ତେଣୁ ମିଳିତ ବିରୋଧୀ ଦଳର କାନ୍ଥରେ ଫାଟ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ

ବିହାର ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବ କଂଗ୍ରେସ 

ମେଣ୍ଟ ଓ ଆସନ ବୁଝାମଣା ପ୍ରସଙ୍ଗରେ ପଚରାଯାଇଥିବା ବେଳେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଦାୟିତ୍ୱରେ ଥିବା ବିହାର ପ୍ରଭାରୀ ଶକ୍ତି ସିଂ ଗୋହିଲ କହିଛନ୍ତି ଯେ, ସେମାନେ ସଠିକ୍ ଦିଗରେ ଗତି କରୁଛନ୍ତି ଏବଂ ଠିକ୍ ସମୟରେ ଠିକ୍ ଘଟଣା ଘଟେ ବୋଲି ସେ କହିଛନ୍ତି ।

ଶକ୍ତି ସିଂ ଗୋହିଲ କହିଛନ୍ତି ଯେ, ଆମେ ଚାହୁଁ ଯେ ସମାନ ଚିନ୍ତାଧାରା ଥିବା ଦଳମାନେ ମିଳିତ ହୋଇ ଲଢ଼ନ୍ତୁ । ଆଉ ଆମେ ସେହି ଦିଗରେ କାର୍ଯ୍ୟ କରୁଛୁ । ମୁଁ ନିଶ୍ଚିତ ଯେ ଭଲ ପରିବେଶରେ ଆମେ ମେଣ୍ଟ ଗଠନ କରିବୁ ।

ରାହୁଲ ଗାନ୍ଧୀ(Rahul Gandhi) ବିହାର ନିର୍ବାଚନରେ ​​ପ୍ରଚାର କରିବେ କି ବୋଲି ପଚରାଯିବାରୁ ଶକ୍ତି ସିଂ ଗୋହିଲ କହିଛନ୍ତି ଯେ, ରାହୁଲଙ୍କ ନେତୃତ୍ୱ ସମଗ୍ର ଦେଶ ପାଇଁ ରହିଛି ଏବଂ ଆମେ ଚାହୁଁଛୁ ଯେ ସେ ବିହାରରେ ସର୍ବାଧିକ ସମୟ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ:-ଅଡୁଆରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୋଟିସ ଜାରି କଲେ ହାଇକୋର୍ଟ

କଂଗ୍ରେସର ଅନ୍ତଃକଳହର ପ୍ରଭାବ 

ଦଳର ୨୩ ଜଣ ନେତାଙ୍କ ଦ୍ୱାରା ଲିଖିତ ଚିଠି ପରେ ଦେଖାଦେଇଥିବା ବିବାଦ ବିଷୟରେ ପଚରାଯିବାରୁ ଶକ୍ତି ସିଂ ଗୋହିଲ କହିଛନ୍ତି ଯେ, ବିହାର ନିର୍ବାଚନରେ ​​ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି । ଯାହା ଅନ୍ତର୍ଗତ ଏହା ଘଟିଥିଲା । ଏହି ଚିଠି ଗଣମାଧ୍ୟମରେ ପହଞ୍ଚିବା ଉଚିତ ନଥିଲା । ଆଉ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ନଥିଲା ଯେତିକି ଦିଆଯାଇଛି । କିନ୍ତୁ କଂଗ୍ରେସ କାର୍ଯ୍ୟ ସମିତିର ବୈଠକ ପରେ ଏହା ଆଉ ଏକ ପ୍ରସଙ୍ଗ ରହି ନାହିଁ ଏବଂ ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ପ୍ରଭାବ ପକାଇବ ନାହିଁ ।

ଅଧିକ ପଢ଼ନ୍ତୁ:-ଫେସବୁକ୍-ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲା ଆମେରିକୀୟ ଖବରକାଗଜ

୪୧ଟି ଆସନରେ ଲଢ଼ିପାରେ କଂଗ୍ରେସ 

ଏଥର ଦଳ ୪୧ରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ କି ବୋଲି ପଚରାଯାଇଥିବା ବେଳେ ବିହାର କଂଗ୍ରେସ ପ୍ରଦେଶାଧ୍ୟକ୍ଷ ମଦନ ମୋହନ ଝା ସକରାତ୍ମକ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ଆରଏସଏଲପିର ଉପେନ୍ଦ୍ର କୁଶୱା, ବିକାଶଶୀଳ ଇନସାନ ପାର୍ଟିର ମୁକେଶ ସାହନି ଏବଂ ନୂତନ ସହଯୋଗୀମାନେ ମଧ୍ୟ ମିଶି ପାରନ୍ତି । ଆସନ୍ତା ସପ୍ତାହରେ କଂଗ୍ରେସ ମଧ୍ୟ ଡିଜିଟାଲ୍ ରାଲି କରିବାକୁ ଯାଉଛି ବୋଲି ସୂତ୍ରରୁ ପ୍ରକାଶ । ତେବେ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ବୋଲି ବିହାରର ସମସ୍ତ ନେତା ବିଶ୍ୱାସ କରନ୍ତି ନାହିଁ ।