ପରିବାରରେ ହୋଇଥିବା ହତ୍ୟା କାରଣରୁ ଭାରତ ଫେରିଥିଲେ ରାଇନା !
Advertisement

ପରିବାରରେ ହୋଇଥିବା ହତ୍ୟା କାରଣରୁ ଭାରତ ଫେରିଥିଲେ ରାଇନା !

ଏହି ଘଟଣା ଅଗଷ୍ଟ ୧୯ ରାତିରେ ହୋଇଥିବା ଜଣାପଡିଛି । ପଞ୍ଜାବ (Punjab)ର ପଠାନକୋଟ (Pathankot) ର ଥାରାୟାଲ ଗ୍ରାମ (Tharayal village) ରେ ରାଇନାଙ୍କ ସମ୍ପର୍କୀୟଙ୍କ ପରିବାର ଉପରେ ଆକ୍ରମଣ ହୋଇଛି । 

ପରିବାରରେ ହୋଇଥିବା ହତ୍ୟା କାରଣରୁ ଭାରତ ଫେରିଥିଲେ ରାଇନା  !

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା (Suresh Raina) ଆଇପିଏଲ ସିଜନ-୧୩ (IPL Season 13) ଛାଡି ନିଜ ଘରକୁ ଫେରିଛନ୍ତି । ତାଙ୍କ ଫେରିବା ପଛରେ ପାରିବାରିକ କାରଣ ରହିଥିବାର କୁହାଯାଇଛି । ଜାଣିବାକୁ ମିଳିଛି ଯେ ସୁରେଶ ରାଇନାଙ୍କ ପରିବାରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଇନାଙ୍କ ସମ୍ପର୍କୀୟ ଅଶୋକ କୁମାର (Ashok Kumar)ଙ୍କ ପରିବାର ଉପରେ କିଛି ଦୁବୃର୍ତ୍ତମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ଅଶୋକ କୁମାରଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ପରିବାରର ସମସ୍ତ ସଦସ୍ୟ ଗୁରୁତର ଆହତ ହୋଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ:-ଆନ୍ଧ୍ର ପ୍ରଦେଶରେ କୋରୋନା ତାଣ୍ଡବ

ଏହି ଘଟଣା ଅଗଷ୍ଟ ୧୯ ରାତିରେ ହୋଇଥିବା ଜଣାପଡିଛି । ପଞ୍ଜାବ (Punjab)ର ପଠାନକୋଟ (Pathankot) ର ଥାରାୟାଲ ଗ୍ରାମ (Tharayal village) ରେ ରାଇନାଙ୍କ ସମ୍ପର୍କୀୟଙ୍କ ପରିବାର ଉପରେ ଆକ୍ରମଣ ହୋଇଛି । ରାଇନାଙ୍କ ସମ୍ପର୍କୀୟ ଅଶୋକ କୁମାରଙ୍କୁ ପେଶା ଅନୁଯାୟୀ ସେ ଜଣେ ଠିକାଦାର ଥିଲେ | ତାଙ୍କ ସହ ଅନ୍ୟ ତିନି ଜଣଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଛି । ସେମାନେ ସମସ୍ତେ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣାକୁ ପ୍ରାୟ ୧୦ ଦିନ ବିତିଗଲାଣି । କିନ୍ତୁ କୌଣସି ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ । ତେବେ ଏହି ଘଟଣାର ଗଭୀର ତଦନ୍ତ କରୁଥିବା ପୋଲିସ କହିଛି । ସ୍ଥାନୀୟ ଲୋକ ଏହି ଘଟଣା ବିଷୟରେ କହିଛନ୍ତି ଯେ, ରାତିରେ ଆକ୍ରମଣ ପରେ ପରଦିନ ସକାଳେ କ୍ଷୀରବାଲା ଏହି ପରିବାରର ଘରକୁ ଆସିଥିଲେ । ସେ ଏହି ଘଟଣା ସମ୍ପର୍କରେ ଆଖପାଖର ଲୋକଙ୍କୁ ସୂଚନା ଦେଇଥିଲେ । ତୁରନ୍ତ ପରିବାର ସଦସ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ

ସମ୍ପର୍କୀୟଙ୍କ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କ ଉପରେ ଆକ୍ରମଣ ପରେ ରାଇନା ୟୁଏଇରୁ ଫେରିଛନ୍ତି । ଯେଉଁଥିପାଇଁ ସେ ଏହି ସିଜନର ଆଇପିଏଲରୁ ବାହାର ହୋଇଯାଇଛନ୍ତି । ରାଇନାଙ୍କ ସମ୍ପର୍କୀୟଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ଅଧିକ ପ୍ରସାରିତ ହୋଇଥିଲା ଯେତେବେଳେ ଅଗଷ୍ଟ ୨୯ ସକାଳେ CSK ଏହାର ଟ୍ୱିଟର ହ୍ୟାଣ୍ଡେଲରୁ କହିଛି ଯେ ରାଇନା ଆଇପିଏଲ ଛାଡି ପାରିବାରିକ କାରଣରୁ ନିଜ ଦେଶକୁ ଫେରୁଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ସଚିନ ପାଇଲଟଙ୍କୁ ବଡ଼ ଝଟକା ଦେଲେ ଗେହଲଟ୍

ଏହା ପରେ ସୂଚନା ମିଳିଥିଲା ଯେ ରାଇନାଙ୍କ ପରିବାରରେ ଏପରି ଘଟଣା ଘଟିଥିଲା । ଅଗଷ୍ଟ ୧୫ରେ ଏମଏସ ଧୋନିଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି ସୁରେଶ ରାଇନା । ଯାହା ପରେ ପ୍ରଶଂସକମାନେ ତାଙ୍କ ଆଇପିଏଲ (IPL) ରେ ଖେଳିବାକୁ ଅପେକ୍ଷା କରୁଥିଲେ ।