ଆନ୍ଧ୍ର ପ୍ରଦେଶରେ କୋରୋନା ତାଣ୍ଡବ
Advertisement
Article Detail0/zeeodisha/odisha737982

ଆନ୍ଧ୍ର ପ୍ରଦେଶରେ କୋରୋନା ତାଣ୍ଡବ

 ଆନ୍ଧ୍ର ପ୍ରଦେଶ (Andhra Pradesh) ରେ କ୍ରମାଗତ ଚତୁର୍ଥ ଦିନ ପାଇଁ ୧୦ ହଜାରରୁ ଅଧିକ କୋରୋନା ମାମଲା (Coronavirus) ରିପୋର୍ଟ ହୋଇଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବଲୀଳା ଜାରି ରହିଛି । ଭାରତ (India) ରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଦେଶରେ ପ୍ରତିଦିନ ୭୦ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ ସଂକ୍ରମିତ (COVID-19 Positive) ଙ୍କ ମୃତ୍ୟୁ ହାରରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ଯାହା ପରେ ସାରା ଦେଶରେ ସଙ୍କଟର ସ୍ଥିତି ଜାରି ରହିଛି । ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ (Andhra Pradesh) ରେ ୧୦,୫୪୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୪.୧୪ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୨ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ଏହି ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୩,୭୯୬ରେ ପହଞ୍ଚିଛି । 

ଅଧିକ ପଢ଼ନ୍ତୁ:-ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ

ରାଜ୍ୟରେ କ୍ରମାଗତ ଚତୁର୍ଥ ଦିନ ପାଇଁ ୧୦ ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି । ଅନ୍ୟପକ୍ଷେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୧୪,୧୬୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨,୦୨୪ କୋଭିଡ-19 ଯାଞ୍ଚ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬,୦୩,୩୪୫ କୋରୋନା ପରୀକ୍ଷା କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ସେପଟେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୭୮,୭୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪ରେ ପହଞ୍ଚିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୯୪୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ବର୍ତ୍ତମାନ ଯାଏ ୬୩,୪୯୮ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ୭,୬୫,୩୦୨ ସକ୍ରିୟ କୋରୋନା ମାମଲା ରହିଛି ।