Benefits Of Kissing: ଯେତେବେଳେ କେହି କାହାକୁ KISS କରେ ସେତେବେଳେ ଶରୀରରେ କେଉଁ ସବୁ ପରିବର୍ତ୍ତନ ହୁଏ?
Advertisement
Article Detail0/zeeodisha/odisha1829583

Benefits Of Kissing: ଯେତେବେଳେ କେହି କାହାକୁ KISS କରେ ସେତେବେଳେ ଶରୀରରେ କେଉଁ ସବୁ ପରିବର୍ତ୍ତନ ହୁଏ?

Benefits Of Kissing: ଆପଣ ଜାଣନ୍ତି କି ଯେତେବେଳେ କେହି କାହାକୁ କିସ୍ ଦିଏ, ଶରୀର ପାଇଁ ଅନେକ ଲାଭ ହୋଇଥାଏ । ତେବେ ଏଠାରେ ଆସନ୍ତୁ ଜାଣିବା ବିସ୍ତୃତ ଭାବରେ...

 

ସୌ: ସୋସିଆଲ ମିଡିଆ

Health Benefits Of Kissing: କୁହାଯାଏ ଯେ ଯେତେବେଳେ ପ୍ରେମର ଆରମ୍ଭ ହୋଇଥାଏ, ସେତେବେଳେ ହାର୍ଟ ଜୋରରେ ଧକଧକ୍ କରେ । ତା’ପରେ ଭାବନା ବଢ଼ିବା ସହିତ ପ୍ରେମ ଫିଜିକାଲ ଆଟାଚମେଣ୍ଟରେ ପହଞ୍ଚିଥାଏ । ଯାହାକୁ ସାଧାରଣତଃ ଲୋକମାନେ କିସରୁ ଆରମ୍ଭ କରନ୍ତି । ଲୋକମାନେ ଚାହାଁନ୍ତି ଯେ ସେମାନଙ୍କର ଏହି ପ୍ରଥମ କିସ୍ ସର୍ବଦା ସେମାନଙ୍କ ହୃଦୟ ଓ ମନରେ ରୁହୁ । ପ୍ରଥମ କିସ୍ କେବଳ ଆମର ଭାବନାକୁ ସତେଜ ରଖେ ନାହିଁ ବରଂ ଆମକୁ ଅନେକ ପ୍ରକାରର ଶାରୀରିକ ଉପକାର ମଧ୍ୟ କରିଥାଏ । ଏହି ଶାରୀରିକ ଲାଭ ଆମ ଶରୀରରେ ବହୁତ ପରିବର୍ତ୍ତନ ଆଣିଥାଏ ।

ଚାପ ହ୍ରାସ ହୁଏ
ଯଦି ଆପଣଙ୍କର କିଛି ବିଷୟକୁ ନେଇ ଟେନସନ ଅଛି ଓ ଆପଣ ଚାପଗ୍ରସ୍ତ ଅନୁଭବ କରୁଛନ୍ତି, ତେବେ ମଦ ପିଇବା ପରିବର୍ତ୍ତେ, ଆପଣ କାହାର ସାହାରା ନେଇପାରିବେ? ନିୟମିତ କିସ୍ କରିବା ଦ୍ୱାରା ଚାପ ସ୍ତର କମିଯାଏ । ଶରୀରରେ ଷ୍ଟ୍ରେସ୍ ହରମୋନ୍ କର୍ଟିସୋଲରେ ହ୍ରାସ ଘଟିଥାଏ । କେବଳ ଏତିକି ନୁହେଁ କିସ୍ କରିବା ସମୟରେ ଖୁସି ହରମୋନ୍ ସହିତ, ଗୁଡ୍ କେମିକାଲ ଅକ୍ସିଟୋସିନ୍ ମଧ୍ୟ ଶରୀର ରିଲିଜ କରିଥାଏ । ଯେଉଁ କାରଣରୁ ଆପଣଙ୍କ ଚାପ କମିଯାଏ ।

ଭାବନା ଓ ଆନନ୍ଦ
କିସ୍ ଏକ ଭାବନା ଓ ଆନନ୍ଦର ଅନୁଭବ ଦେଇଥାଏ । ଆମର ଶରୀରର ଧଡକନ ବଢ଼ିପାରେ ଓ ଶରୀରରେ ହାପି ହରମୋନ୍ ଉତ୍ପନ୍ନ ହୋଇଥାଏ ।

କୋଲେଷ୍ଟ୍ରଲ ସହିତ ଲଢ଼ିବାରେ ସାହାଯ୍ୟ କରେ
ଯଦି ଆପଣଙ୍କର କୋଲେଷ୍ଟ୍ରଲ ସ୍ତର ଅଧିକ, ତେବେ କିସ୍ ମଧ୍ୟ ଏହି ସମସ୍ୟାରୁ ଉପକୃତ କରିପାରେ । କିସ୍ ବ୍ଲଡ୍ ଲିପିଡସ୍ ସ୍ତରକୁ ପ୍ରଭାବିତ କରେ । ଖବର ଅନୁଯାୟୀ, ରୋମାଣ୍ଟିକ୍ କିସ୍ ଶରୀରରେ ସେରମ୍ କୋଲେଷ୍ଟ୍ରୋଲ୍ ହ୍ରାସ କରିଥାଏ ଓ ସାମଗ୍ରିକ କୋଲେଷ୍ଟ୍ରୋଲ୍ ସ୍ତର ମଧ୍ୟ କମିଯାଏ ।

ହୃଦସ୍ପନ୍ଦନ ଓ ରକ୍ତ ପ୍ରବାହ 
ଯେତେବେଳେ ଆପଣ ପ୍ରଥମ ଥର ପାଇଁ କାହାକୁ କିସ୍ ଦିଅନ୍ତି, ଶରୀରରେ ହଠାତ୍ ଆଡ୍ରେନାଲିନ୍ ଦ୍ରୁତ ଗତିରେ ବଢ଼ିଯାଇଥାଏ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବଢ଼ାଇଥାଏ । ଏହି କାରଣରୁ ଏନର୍ଜି ଲେଭଲ ବଢ଼ିଥାଏ ଓ ବ୍ଲଡ୍ ଫ୍ଲୋରେ ମଧ୍ୟ ଉନ୍ନତ ହୋଇଥାଏ ।

(ଯଦି ଆପଣ ଏହି କାହାଣୀକୁ ପସନ୍ଦ କରନ୍ତି, ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ୍ ପଢ଼ିବା ପାଇଁ ଜୀ ଓଡ଼ିଶା ସହିତ ଯୋଡ଼ି ରୁହନ୍ତୁ ।)

ଏହା ବି ପଢ଼ନ୍ତୁ: Sleeping Disorder: ରାତିରେ ନିଦ ବାରମ୍ବାର ଭାଙ୍ଗିଯାଉଛି କି? ଶୋଇବା ପୂର୍ବରୁ ପିଅନ୍ତୁ ଏହି ଚା'

ଏହା ବି ପଢ଼ନ୍ତୁ: Sleeping Naked Benefits: ବିନା ପୋଷାକରେ ଶୋଇବା ଅତ୍ୟନ୍ତ ଲାଭଦାୟକ? ଏଠାରେ ଜାଣନ୍ତୁ

ଏହା ବି ପଢ଼ନ୍ତୁ: Cold Drink Side Effects: ଗୋଟିଏ ବୋତଲ କୋଲ୍ଡ ଡ୍ରିଙ୍କ୍ସରେ କେତେ ପରିମାଣରେ ଚିନି ଥାଏ? ଏହା ଜାଣିବା ପରେ ଚିନ୍ତାରେ ପଡିଯିବେ ଆପଣ