ଅବସରରୁ ଫେରିବେ ଯୁବରାଜ ସିଂ ! ଗାଙ୍ଗୁଲିଙ୍କଠୁ ମାଗିଲେ ଅନୁମତି
Advertisement

ଅବସରରୁ ଫେରିବେ ଯୁବରାଜ ସିଂ ! ଗାଙ୍ଗୁଲିଙ୍କଠୁ ମାଗିଲେ ଅନୁମତି

ଯୁବରାଜ(Yuvraj Singh) ଗତ କିଛି ମାସ ହେବ ପଞ୍ଜାବର ଯୁବ କ୍ରିକେଟରଙ୍କ ସହ କାମ କରୁଥିଲେ । ଏହି କ୍ରିକେଟରମାନଙ୍କ ମଧ୍ୟରେ ଶୁଭମନ ଗିଲ, ଅଭିଷେକ ଶର୍ମା, ପ୍ରଭାସୀମରନ ସିଂ ଏବଂ ଅନମୋଲପ୍ରୀତ ସିଂ ସାମିଲ ଅଛନ୍ତି ।

ଅବସରରୁ ଫେରିବେ ଯୁବରାଜ ସିଂ ! ଗାଙ୍ଗୁଲିଙ୍କଠୁ ମାଗିଲେ ଅନୁମତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂ (Yuvraj Singh) ନିଜର ଅବସରରୁ ଫେରିବାର ନିଷ୍ପତ୍ତି ନେଇଛନ୍ତି । ସେ ୨୦୧୯ରେ ଅବସର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଫେରିବାର ଯୋଜନା ଅଛି । 'କ୍ରିକବଜ୍' ସହିତ ସାକ୍ଷାତକାର ବେଳେ ଯୁବରାଜ ଅବସରରୁ ଫେରିବା ନିଶ୍ଚିତ କରିଥିଲେ । ଏହା ଅନ୍ତର୍ଗତ ସେ ପଞ୍ଜାବ ପାଇଁ ଟି-20 ଏବଂ ଘରୋଇ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିବ । ତେବେ ଯୁବରାଜ ବିସିସିଆଇ (BCCI) ର ଅନୁମତିକୁ ଅପେକ୍ଷା କରିଛି । ଅନୁମତି ପାଇଁ ସେ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଓ ସଚିବ ଜୟ ଶାହାଙ୍କୁ ଏକ ଚିଠି ପଠାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତର ସେହି 'ସିକ୍ରେଟ ଅସ୍ତ୍ର', ଯାହାର ନାଁ ଶୁଣିବା ମାତ୍ରେ ଚୀନ ଛାନିଆ

ଯୁବରାଜ ଗତ କିଛି ମାସ ହେବ ପଞ୍ଜାବର ଯୁବ କ୍ରିକେଟରଙ୍କ ସହ କାମ କରୁଥିଲେ । ଏହି କ୍ରିକେଟରମାନଙ୍କ ମଧ୍ୟରେ ଶୁଭମନ ଗିଲ, ଅଭିଷେକ ଶର୍ମା, ପ୍ରଭାସୀମରନ ସିଂ ଏବଂ ଅନମୋଲପ୍ରୀତ ସିଂ ସାମିଲ ଅଛନ୍ତି । ପଞ୍ଜାବ କ୍ରିକେଟ୍ ଆସୋସିଏସନର ନିର୍ଦ୍ଦେଶରେ ଯୁବରାଜ ଏହି ଖେଳାଳିମାନଙ୍କ ସହ ମିଳିତ ହୋଇଥିଲେ । ସେମାନଙ୍କ ସହ କାମ କରିବା ସମୟରେ ହିଁ ଯୁବରାଜ ପୁଣି ମୈଦାନକୁ ଫେରିବାର ଚିନ୍ତା କରିଥିଲେ ।

ଯୁବରାଜ କହିଛନ୍ତି ଯେ, ଏହି ଯୁବକମାନଙ୍କ ସହିତ ସମୟ ଅତିବାହିତ କରି ଆନନ୍ଦ ଅନୁଭବ ପାଇଥିଲି । ଖେଳ ସହିତ ଜଡିତ ଅନେକ ଜିନିଷ ବିଷୟରେ ମୁଁ ସେମାନଙ୍କ ସହ କଥା ହେଲି । ମୁଁ ଅନୁଭବ କଲି ଯେ ମୁଁ ଯାହା କହୁଛି, ଏହି ଖେଳାଳିମାନେ ବୁଝୁଥିଲେ । ଖେଳ ସହିତ ଜଡିତ ଅନ୍ୟ ଦିଗଗୁଡ଼ିକୁ ବୁଝାଇବାକୁ ମୋତେ ନେଟକୁ ଯିବାକୁ ପଡିଲା । ମୁଁ ଏଠାରେ ଯେଉଁଭଳି ଭାବରେ ବଲ୍କୁ ହିଟ୍ କରୁଥିଲି, ଏହା ମୋତେ ବହୁତ ଖୁସି ଦେଇଥିଲା, ଯଦିଓ ମୁଁ ଦୀର୍ଘ ଦିନ ଧରି ବ୍ୟାଟ୍ ଉଠାଇ ନ ଥିଲି ।

ଯୁବରାଜ ଆହୁରି କହିଛନ୍ତି ଯେ, ମୁଁ ମଧ୍ୟ ଦୁଇ ମାସରେ ଟ୍ରେନିଂ କରିବାକୁ ସୁଯୋଗ ପାଇଥିଲି । ଏହା ପରେ ଅଫ୍ ସିଜନ୍ କ୍ୟାମ୍ପରେ ମଧ୍ୟ ବ୍ୟାଟିଂ କରିଥିଲି । କିଛି ଅଭ୍ୟାସ ମ୍ୟାଚରେ ମଧ୍ୟ ରନ୍ କରିଥିଲି । ଏକ ସେଶନ ପରେ ପଞ୍ଜାବ କ୍ରିକେଟ୍ ଆସୋସିଏସନର ସଚିବ ପୁଣିତ ବାଲି ମୋ ପାଖକୁ ଆସିଥିଲେ । ଅବସରରୁ ଫେରିବା ବିଷୟରେ ବିଚାର କରିବାକୁ ସେ ମୋତେ କହିଥିଲେ ।

ଅଧିକ ପଢ଼ନ୍ତୁ:-BJP IT ସେଲକୁ ଚେତାବନୀ ଦେଲେ ବିଜେପି ସାଂସଦ, କହିଲେ-ଫେକ୍ ଆଇଡିରୁ ମୋ...

ଯୁବରାଜଙ୍କ ଅନୁଯାୟୀ ବାଲି କହିଥିଲେ ଯେ ପଞ୍ଜାବରେ ଅନେକ ଯୁବ ଖେଳାଳି ଅଛନ୍ତି । ଯୁବରାଜଙ୍କ ନିର୍ଦ୍ଦେଶନାରେ ସେମାନେ ଭଲ କାମ କରୁଛନ୍ତି । ଆହୁରି ମଧ୍ୟ ସେ ପୂର୍ବ ଭଳି ବ୍ୟାଟିଂ କରୁଛନ୍ତି, ତେବେ ସେ ଅବସରରୁ ଫେରିବା ଉଚିତ୍ । ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ ।

ଅବସରରୁ ଫେରିବା ପାଇଁ ଅନୁମତି ପାଇଁ ଯୁବରାଜ ସିଂ ବିସିସିଆଇକୁ ଏକ ଚିଠି ମଧ୍ୟ ପଠାଇଛନ୍ତି । ଏହି ଚିଠି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ନିକଟକୁ ପଠାଯାଇଛି । ଏଥିରେ ୟୁଭି ଲେଖିଛନ୍ତି ଯେ, ଯଦି ସେ ପଞ୍ଜାବ ପାଇଁ ଖେଳିବାର ସୁଯୋଗ ପାଆନ୍ତି, ତେବେ ସେ ଅନ୍ୟ ଦେଶର ଟି-20 ଲିଗରେ ଖେଳିବେ ନାହିଁ । ବିସିସିଆଇ ଏହା ଉପରେ ଉତ୍ତରକୁ ଅପେକ୍ଷା କରିଛି । ତେବେ ଅଗଷ୍ଟ ୨୦୧୯ରେ କାନାଡାର ଗ୍ଲୋବାଲ ଟି-20 ଏବଂ ନଭେମ୍ବର ୨୦୧୯ରେ ଆବୁ ଧାବି ଟି-10 ଲିଗରେ ଖେଳି ଯୁବରାଜ ବିସିସିଆଇ ନିୟମ ଭାଙ୍ଗିଛନ୍ତି ।