Advertisement
Photo Details/zeeodisha/odisha743980
photoDetails0hindi

ଭାରତର ସେହି 'ସିକ୍ରେଟ ଅସ୍ତ୍ର', ଯାହାର ନାଁ ଶୁଣିବା ମାତ୍ରେ ଚୀନ ଛାନିଆ

1/11

ନୂଆଦିଲ୍ଲୀ: ଚୀନ ସହ ସୀମାରେ ସଂଘର୍ଷ ମଧ୍ୟରେ ଭାରତର ଏକ ଏପରି ଗୁପ୍ତ ୟୁନିଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ଯାହାର ଯୋଦ୍ଧାମାନେ ନା କେବଳ ଚୀନ୍‌ର ଅନୁପ୍ରବେଶକୁ ରୋକିଛନ୍ତି, ବରଂ କାର୍ଗିଲ ଯୁଦ୍ଧ ଠାରୁ ଆରମ୍ଭ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସେମାନଙ୍କର କାରନାମା ଦେଖିବାକୁ ମିଳିଛି । ଏହି ୟୁନିଟର ନାଁ ସାମ୍ନାକୁ ଆସିବା ମାତ୍ରେ ଚୀନ୍ ମଧ୍ୟ ସତର୍କ ହୋଇଯାଇଛି ।

2/11

ଏହି ଗୁପ୍ତ ୟୁନିଟର ନାମ ହେଉଛି SFF ଅର୍ଥାତ୍ ସ୍ପେସିଆଲ୍ ଫ୍ରଣ୍ଟିଅର୍ ଫୋର୍ସ । ଏହି ଫୋର୍ସର ସୈନିକମାନେ ଚାଇନାର ଯୋଜନାକୁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ବାଧା ଦେଇଛନ୍ତି । ବାଂଲାଦେଶ ଯୁଦ୍ଧ ଏବଂ କାର୍ଗିଲ ଯୁଦ୍ଧ ସମୟରେ SFF ଯୋଦ୍ଧାମାନେ ମଧ୍ୟ ସେମାନଙ୍କର ଶକ୍ତିର ପ୍ରଦର୍ଶନ କରିସାରିଛନ୍ତି । ଏହା ବ୍ୟତୀତ ପଞ୍ଜାବ ଓ କାଶ୍ମୀରରେ ଭିନ୍ନ ଭିନ୍ନ ନାଁରେ SFF ର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଅଂଶଗ୍ରହଣ କରିଛନ୍ତି ।

3/11

ଏହି ଫୋର୍ସର ସବୁଠାରୁ ବିଶେଷ ଓ କୌତୁହଳପୂର୍ଣ୍ଣ ବିଷୟ ହେଉଛି ଏଥିରେ ତିବ୍ଦତର ଶରଣାର୍ଥୀ ସାମିଲ ଅଛନ୍ତି । ଆଉ ଭାରତୀୟ ଅଧିକାରୀମାନେ ଏହାର ନେତୃତ୍ୱ ନେଉଛନ୍ତି । ନିକଟ ଅତୀତରେ ଲଦାଖର ପେଙ୍ଗୋଙ୍ଗ ହ୍ରଦ ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ SFF କମାଣ୍ଡୋ ଶହୀଦ ହେବା ପରେ ଏହା ଉପରେ ଚର୍ଚ୍ଚା ହେବାରେ ଲାଗିଛି ।

 

4/11

SFF ର ଅସ୍ତିତ୍ୱ ବିଷୟରେ କହିବାକୁ ଗଲେ ଏହା ହେଉଛି ତିବ୍ଦତରେ ଚୀନ୍‌ର ଅତ୍ୟାଚାର ଓ ନିର୍ଦ୍ଦୟତାର ପରିଣାମ । ଚୀନର କଠୋରତାକୁ ସହ୍ୟ କରୁଥିବା  ତିବ୍ଦତୀୟ ସୈନିକମାନଙ୍କର ଏହି ୟୁନିଟ୍କୁ ଭାରତୀୟ ଏବଂ ଆମେରିକୀୟ ସୈନ୍ୟମାନେ ତାଲିମ ଦେଇଥିଲେ । ୭୦ ଦଶକରେ SFF ର କମାଣ୍ଡୋମାନେ ମଧ୍ୟ ପାରାଜମ୍ପିଂରେ ପାରଙ୍ଗମ ହାସଲ କରିଥିଲେ । କିଛି ସମୟ ପରେ SFF ବାଟାଲିୟନ ସିଧାସଳଖ ଭାରତୀୟ ସେନା ଅଧୀନରେ ସେବା ଦେବା ଆରମ୍ଭ କରିଥିଲା । ଏହା ମଧ୍ୟ କୁହାଯାଏ ଯେ ସ୍ପେଶାଲ୍ ଫ୍ରଣ୍ଟିଅର୍ ଫୋର୍ସ SFF ରାଁ (RAW) ଅଧୀନରେ କାମ କରେ । ଏବଂ ଏହା ୧୯୬୨ ମସିହାରେ ଗଠିତ ହୋଇଥିଲା ।

5/11

ଉଚ୍ଚ ପର୍ବତ ଓ ଅପହଞ୍ଚ ଅଞ୍ଚଳରେ ଲଢ଼େଇରେ ପାରଙ୍ଗମ SFF ଯୋଦ୍ଧାଙ୍କୁ ଭାରତୀୟ ସେନା ପ୍ରଥମେ ୧୯୮୪ରେ ଅପରେସନ୍ ମେଘଦୂତ ଅଧୀନରେ ସିଆଚେନ୍ ଗ୍ଲେସିୟରକୁ ନିୟନ୍ତ୍ରଣ କରିବାର ସୁଯୋଗ ଦେଇଥିଲା । ତୁର୍ତ୍ତୁକ ନିକଟ ଦକ୍ଷିଣ ଗ୍ଲେସିୟରରେ ପାକିସ୍ତାନୀ ସୀମାରେ SFF କମାଣ୍ଡୋ ମଧ୍ୟ ମୁତୟନ କରାଯାଇଥିଲା ।

6/11

ଭାରତୀୟ ସେନାରେ ସେବା ଦେଉଥିବା ସମୟରେ ଏପରି ଏକ ସମୟ ଆସିଥିଲା ​​ଯେତେବେଳେ SFF କୁ 'ବିକାଶ ରେଜିମେଣ୍ଟ' କୁହାଯିବାକୁ ଲାଗିଲା । ଏବଂ ଏହାର ବାଟାଲିୟନକୁ 'ବିକାଶ ବାଟାଲିୟନ' କୁହାଗଲା । ବର୍ତ୍ତମାନ ସିଆଚେନରେ ଏକ ବିକାଶ ବାଟାଲିୟନ ନିୟମିତ ଭାବେ ମୁତୟନ ଥାଏ ।

7/11

୧୯୯୯ କାର୍ଗିଲ ଯୁଦ୍ଧରେ SFF ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।​ SFF ର ପଞ୍ଚମ ବାଟାଲିଅନକୁ ୧୦୨ ପଦାତିକ ବ୍ରିଗେଡରେ ସାମିଲ କରାଯାଇଛି । କୁହାଯାଏ ଯେ ଯୁଦ୍ଧ ସମୟରେ ବିକାଶ ବାଟାଲିୟନ ଯୁଦ୍ଧରେ ପଦାତିକ ବ୍ରିଗେଡକୁ ସାହାଯ୍ୟ କରିଥିଲା ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଦେଲେ କମଳ ନାଥ

8/11

ସେହି ସମୟରେ ୯୦ ଦଶକରେ ଯେତେବେଳେ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଅପରେସନ୍ କରାଯାଇଥିଲା ସେତେବେଳେ ଭାରତୀୟ ଖବରକାଗଜରେ କିଛି ସୈନିକଙ୍କ ଶହୀଦ ହେବାର ଖବର ଆସିଥିଲା । ସେମାନଙ୍କ ପରିଚୟ ପାଇଁ 22 SF ବା ୨୨ ସ୍ପେଶାଲ ଫୋର୍ସ ଭାବରେ ଲେଖାଯାଇଥିଲା । କୁହାଯାଏ ଯେ ଭାରତୀୟ ସେନା ମଧ୍ୟ ଏହି 22 SF ୟୁନିଟ୍ କ’ଣ ଓ ଏଭଳି କୌଣସି ୟୁନିଟ୍ ମଧ୍ୟ ଅଛି ବୋଲି ଜାଣି ନଥିଲା ।

9/11

ଗୋଟିଏ ପଟରେ ଭାରତୀୟ ସେନାରେ ଏହି ୟୁନିଟ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନଥିଲା । ଅନ୍ୟପଟେ ଶତ୍ରୁ ଦେଶ ଏହା ବିଷୟରେ କେମିତି ଜାଣିପାରନ୍ତା । ଏହି କାରଣ ହେଉଛି ଗତ ଅଗଷ୍ଟ ୨୯-୩୦ ରାତିରେ ଯେତେବେଳେ SFF ଯୋଦ୍ଧାମାନେ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଚୀନ୍ ସେନାର ଅନୁପ୍ରବେଶ କରିବା ଉଦ୍ୟମକୁ ବିଫଳ କରିଥିଲେ । ସେହି ସମାନ ଅପରେସନ୍ ସମୟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କମାଣ୍ଡୋ ନିମା ଟେନଜିନଙ୍କର ମୃତ୍ୟୁ ଘଟିଥିଲା । ନୀମା ଟେନଜିନ ବୀରଗତି ପ୍ରାପ୍ତ ହେବା କାରଣରୁ SFF ର ନାଁ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ:-ଆଇପିଏଲରେ ଏହି ୫ ଜଣ ଅଧିନାୟକ କରିଛନ୍ତି ସର୍ବାଧିକ ଥର ୪୦୦+ ରନ୍

10/11

ଲେହରେ ଯେତେବେଳେ ନିମା ଟେନଜିନଙ୍କୁ ସମସ୍ତ ସମ୍ମାନର ସହିତ ବିଦାୟ ଦିଆଯାଇଥିଲା ଏବଂ ଭାରତ ମାତା କି ଜୟଙ୍କ ସ୍ଲୋଗାନ ଲଗାଇଥିଲେ । ଚୀନ ଚକିତ ହୋଇଯାଇଥିଲା । ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଚୁନୟିଙ୍ଗ କହିଛନ୍ତି ଯେ, ମୁଁ ଏହା ଚିନ୍ତା କରୁଛି ଯେ 'ନିର୍ବାସିତ ତିବ୍ଦତୀୟ' ଏବଂ ଭାରତୀୟ ସୀମା ସୈନ୍ୟଙ୍କ ମଧ୍ୟରେ ସମ୍ପର୍କ କ’ଣ ରହିଛି ? ଅର୍ଥାତ୍ ଚୀନ୍ ମଧ୍ୟ ବର୍ତ୍ତମାନ ଯାଏ ବୁଝିପାରିଲା ନାହିଁ ପ୍ରକୃତ ଘଟଣା ବିଷୟରେ ।

11/11

ଭାରତର ଏହି ଗୁପ୍ତ ୟୁନିଟ୍ ବିଷୟରେ ଚୀନ୍ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏହି ବିଷୟରେ ଏକ ଆର୍ଟିକିଲ ପ୍ରକାଶ କରିଛି ଏବଂ କହିଛି ଯେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଭାରତର ସ୍ପେଶାଲ ୟୁନିଟ SFF ଏବଂ ତିବ୍ଦତ ନିର୍ବାସନ ସରକାରଙ୍କ ଠାରୁ ଭାରତକୁ ମିଳୁଥିବା ସମର୍ଥନ ବଢ଼ାଇ ଚଢ଼ାଇ ଉପସ୍ଥାପନ କରାଯାଉଛି ।