ଅଳିଆଗଦାରେ ଅଠର ଭୃଣ
Advertisement
Article Detail0/zeeodisha/odisha1305853

ଅଳିଆଗଦାରେ ଅଠର ଭୃଣ

ଡମ୍ପିଂୟାର୍ଡର ଦୁଇ କିଲୋମିଟର ପରିଧିରେ ଅତି କମରେ ୩୦ଟି ଡାକ୍ତରଖାନା ଏବଂ ନର୍ସିଂହୋମ ଅଛି।

ଅଳିଆଗଦାରେ ଅଠର ଭୃଣ

କୋଲକାତା: ମଙ୍ଗଳବାର ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରୁ ୪୦ କିଲୋମିଟର ଦୂର ହାୱଡା ଜିଲ୍ଲାର ଏକ ମ୍ୟୁନିସିପାଲିଟି ଡମ୍ପିଂୟାର୍ଡରେ ଅତି କମରେ ୧୮ଟି ଭ୍ରୁଣ ମିଳିଛି। ପୋଲିସ କହିଛି ଯେ, ଉଲୁବେରିଆର ଏକ ଡମ୍ପିଂୟାର୍ଡରେ ମ୍ୟୁନିସିପାଲିଟି ବର୍ଜ୍ୟବସ୍ତୁ ଉଠାଉଥିବା ବ୍ୟକ୍ତିମାନେ ଏହି ଭୃଣ ଗୁଡିକୁ ଦେଖିଥିଲେ। ପରେ ପୋଲିସକୁ ସୂଚନା ଦିଆଯାଇଥିଲା। 

ମ୍ୟୁନିସିପାଲିଟି ଡମ୍ପିଂୟାର୍ଡରୁ ଏକା ଥରେ ୧୮ଟି ଭୃଣ ମିଳିବା ପରେ ହାୱଡାରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଓ ଜିଲ୍ଲାର ନାଗରିକ ତଥା ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭୃଣ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମାମଲାର ତଦନ୍ତ ଚାଲିଛି ବୋଲି ମଙ୍ଗାଳବାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Also Read: New Jail Manuals: ବ୍ରିଟିଶ ଅମଳର ନିୟମ ଶେଷ, ଏଣିକି ଜେଲରେ କଏଦୀ ବିତାଇବେ 'ରାଜା ଜୀବନ'!

ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଡମ୍ପିଂୟାର୍ଡର ଦୁଇ କିଲୋମିଟର ପରିଧିରେ ଅତି କମରେ ୩୦ଟି ଡାକ୍ତରଖାନା ଏବଂ ନର୍ସିଂହୋମ ଅଛି। ହାୱଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀତାଚନ୍ଦ୍ର ମୋଣ୍ଡୋଲ କହିଛନ୍ତି, 'ଏହା ଏକ ଗୁରୁତର ବିଷୟ। ପୋଲିସ ତଦନ୍ତ ଆରମ୍ଭ କରିଛି। କୌଣସି ଡାକ୍ତରଖାନାରେ କିମ୍ବା କୌଣସି ନର୍ସିଂହୋମରେ ରାକେଟ୍ ଚାଲିଛି କି ନାହିଁ ତାହା ଜାଣିବା ଆବଶ୍ୟକ।'

ଉଲୁବେରିଆ ପୌରପାଳିକାର ଉପାଧ୍ୟକ୍ଷ ଏନାମୁର ରେହମାନ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। ଆସନ୍ତା ସପ୍ତାହରେ ଏହି ବିଷୟରେ ଆଲୋଚନା ପାଇଁ ଘରୋଇ ଡାକ୍ତରଖାନା ଏବଂ ନର୍ସିଂହୋମ ସହିତ ଏକ ବୈଠକ ଡକାଯାଇଛି ବୋଲି ସେ କହିଛନ୍ତି।