ବନ୍ଦ ହୋଇଯାଇଛି ୨ ହଜାର ଟଙ୍କିଆ ନୋଟର ଛପା, ଏବେ ପ୍ରଚଳନରେ ଅଛି କେବଳ ଏତିକି ନୋଟ୍!
Advertisement
Article Detail0/zeeodisha/odisha909012

ବନ୍ଦ ହୋଇଯାଇଛି ୨ ହଜାର ଟଙ୍କିଆ ନୋଟର ଛପା, ଏବେ ପ୍ରଚଳନରେ ଅଛି କେବଳ ଏତିକି ନୋଟ୍!

ବିମୁଦ୍ରୀକରଣ (Demonetisation) ପରେ ବହୁ ସଂଖ୍ୟାରେ ଜାରି କରାଯାଇଥିବା ୨୦୦୦ ନୋଟ୍ (2000 Rupee Note) ଆଉ ଏବେ ସେତିକି ପରିମାଣପେ ପ୍ରଚଳନରେ ନାହିଁ ।

ବନ୍ଦ ହୋଇଯାଇଛି ୨ ହଜାର ଟଙ୍କିଆ ନୋଟର ଛପା, ଏବେ ପ୍ରଚଳନରେ ଅଛି କେବଳ ଏତିକି ନୋଟ୍!

ନୂଆଦିଲ୍ଲୀ: ମୋଦି ସରକାର ୮ ନଭେମ୍ବର ୨୦୧୬ରେ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇ ଦେଇଥିଲେ । ବିମୁଦ୍ରୀକରଣ (Demonetisation) ପରେ ୫୦୦ ଟଙ୍କା ଓ ୨୦୦୦ ଟଙ୍କା (2000 Rupee Note) ର ଏକ ନୂଆ ନୋଟ୍ ପ୍ରଚଳନରେ ଆସିଥିଲା । ଦେଶରେ ୨୦୦୦ ଟଙ୍କାର ନୋଟଗୁଡିକ ସବୁଠାରୁ ଅଧିକ ପ୍ରଚଳନରେ ୨୦୧୭-୧୮ ବର୍ଷରେ  ଥିଲା । ଏହି ସମୟ ମଧ୍ୟରେ ବଜାରରେ ୨୦୦୦ ଟଙ୍କାର ୩୩,୬୩୦ ଲକ୍ଷ ନୋଟ୍  ପ୍ରଚଳନରେ ଥିଲା । ଏହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଆଧାର କାର୍ଡର ଏହି ସେବା ହେଲା ବନ୍ଦ, ଜାଣନ୍ତୁ କାହିଁକି ଏପରି କଲା UIDAI

ବିମୁଦ୍ରୀକରଣ (Demonetisation) ପରେ ବହୁ ସଂଖ୍ୟାରେ ଜାରି କରାଯାଇଥିବା ୨୦୦୦ ନୋଟ୍ (2000 Rupee Note) ଆଉ ଏବେ ସେତିକି ପରିମାଣପେ ପ୍ରଚଳନରେ ନାହିଁ । ଏହାର ସଂଖ୍ୟା ୯,୧୨୦ ଲକ୍ଷ ଅର୍ଥାତ୍ ୨୭% ହ୍ରାସ ପାଇଛି । ଏହିପରି ଭାବରେ ବଜାରରେ ୧.୮୨ ଲକ୍ଷ ଟଙ୍କାର ୨୦୦୦ ନୋଟ୍ ପ୍ରଚଳନରୁ ବାହାରକୁ ହୋଇଯାଇଛି । ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏହି ସୂଚନା ଦେଇଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ୨୦୦୦ ଟଙ୍କାର ଗୋଟିଏ ବି ନୋଟ୍ ଛପା ହୋଇନାହିଁ । ବାସ୍ତବରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସହିତ ବୁଝାମଣା ପରେ ସରକାର ନୋଟ୍ ନ ଛାପିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏପ୍ରିଲ୍ ୨୦୧୯ ଠାରୁ କେନ୍ଦ୍ରୀୟ ବ୍ୟାଙ୍କ ଗୋଟିଏ ବି ୨୦୦୦ ନୋଟ୍ ଛାପି ନାହିଁ । ଏହାର ବାର୍ଷିକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଏହି ନୋଟ୍ କୁଆଡେ ଯାଇଛି?

ଅଧିକ ପଢ଼ନ୍ତୁ:-ବୃଦ୍ଧ ଓ ଦିବ୍ୟାଙ୍ଗଙ୍କୁ ଟିକା ଲଗାଇବା ସମ୍ୱନ୍ଧରେ ଗାଇଡଲାଇନ୍ ଜାରି କଲେ ସରକାର

RBI ର ବାର୍ଷିକ ରିପୋର୍ଟରେ ପ୍ରଚଳନରୁ ବାହାର ହୋଇଥିବା ଏହି ୨୦୦୦ ନୋଟ୍ ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଏହା ସ୍ପଷ୍ଟ କରିଛି ଯେ ସେ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛି, ତେଣୁ ୨୦୦୦ର ନୂତନ ନୋଟଗୁଡିକ ବ୍ୟାଙ୍କ ଶାଖାରେ ପହଞ୍ଚୁନାହିଁ କିମ୍ବା ଲୋକମାନଙ୍କୁ ଏଟିଏମରୁ ଏହା ମିଳୁନାହିଁ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ମୂଲ୍ୟ ହେତୁ  ୨୦୦୦ ନୋଟ୍ କଳାଧନ ଭାବରେ ଜମା କରାଯିବାର ସମସ୍ତ ସମ୍ଭାବନା ଅଛି । ୨୦୧୬ ମସିହାରେ ବିମୁଦ୍ରୀକରଣ ସମୟରେ ମଧ୍ୟ ବିଶେଷଜ୍ଞମାନେ ୪ରୁ ୫ ଲକ୍ଷ କୋଟି ଟଙ୍କାର ନୋଟ୍ ଫେରସ୍ତ ନ ହୋଇପାରେ ବୋଲି ଅନୁମାନ କରିଥିଲେ । ତେବେ ଏହା ପରେ ଆରବିଆଇ ବାର୍ଷିକ ରିପୋର୍ଟରେ କହିଛି ଯେ, ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟଗୁଡିକର ପ୍ରାୟ ୯୯ ପ୍ରତିଶତ ରିଟର୍ଣ୍ଣ ଆସିଯାଇଛି ।

ଆରବିଆଇ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ୨୦୦୦ ଟଙ୍କାର ମାତ୍ର ୨୪,୫୧୦ ଲକ୍ଷ ନୋଟ୍ ପ୍ରଚଳନରେ ରହିଯାଇଛି । ଏହାର ମୋଟ ମୂଲ୍ୟ ହେଉଛି ୪.୯୦ ଲକ୍ଷ କୋଟି ଟଙ୍କା । ଯଦିଓ ୨୦୦୦ ଟଙ୍କିଆ ନୋଟ୍ ବ୍ୟବହାରରେ ହ୍ରାସ ପାଇଥାଇପାରେ, କିନ୍ତୁ ଅନ୍ୟ ନୋଟ୍ ଯେପରି ୫୦୦, ୨୦୦ ଟଙ୍କିଆ ନୋଟଗୁଡ଼ିକର ପ୍ରଚଳନ ବଢିଛି । ଏହି ସମୟ ମଧ୍ୟରେ ଦେଶରେ ନଗଦ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି ।