ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…
Advertisement
Article Detail0/zeeodisha/odisha734997

ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ଆରବିଆଇ(RBI) ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ, ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ୨୦୦୦ ଟଙ୍କିଆ ନୋଟର ସର୍କୁଲେଶନ ୨୭,୩୯୮ ଲକ୍ଷ ପିସକୁ ଖସି ଆସିଛି ।

ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ ! ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ, ୨୦୧୯-୨୦ରେ ୨୦୦୦ ଟଙ୍କିଆ ନୋଟ ଆଉ ଛପା ଯାଇନାହିଁ । ବିଗତ ବର୍ଷଗୁଡିକରେ ମଧ୍ୟ ୨୦୦୦ ଟଙ୍କିଆ ନୋଟର ସର୍କୁଲେଶନରେ ମଧ୍ୟ ହ୍ରାସ ପାଇଛି । ମାର୍ଚ୍ଚ ୨୦୧୮ ଶେଷରେ ୨୦୦୦ ଟଙ୍କିଆ(2000 Rupee Note) ନୋଟର ସର୍କୁଲେଶନ ୩୩,୬୩୨ ଲକ୍ଷ ଖଣ୍ଡ ବା ପିସ୍ ଥିଲା । ଯାହା ମାର୍ଚ୍ଚ ୨୦୧୯ ଶେଷ ସୁଦ୍ଧା ୩୨,୯୧୦ ଲକ୍ଷ ପିସକୁ ଖସି ଆସିଥିଲା । ଆରବିଆଇ(RBI) ନିଜର ବାର୍ଷିକ ରିପୋର୍ଟରେ କହିଛି ଯେ, ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ୨୦୦୦ ଟଙ୍କିଆ ନୋଟର ସର୍କୁଲେଶନ ୨୭,୩୯୮ ଲକ୍ଷ ପିସକୁ ଖସି ଆସିଛି ।

ଅଧିକ ପଢ଼ନ୍ତୁ:-ନିଜ ପରିବାର ହିଁ ଟ୍ରମ୍ପଙ୍କୁ କରୁଛି ଟାର୍ଗେଟ, ଏଥର ଜିତି ପାରିବେ କି ରାଷ୍ଟ୍ରପତି ନିର୍ବାଚନ ?

୨୦୦୦ ଟଙ୍କିଆ ନୋଟକୁ ନେଇ ସରକାର ସ୍ପଷ୍ଟୋକ୍ତି ଦେଇ ସାରିଛନ୍ତି । ଅର୍ଥ ତଥା କର୍ପୋରେଟ ମାମଲାର ରାଜ୍ୟ ମନ୍ତ୍ରୀ(Minister of State for Finance & Corporate Affairs) ଅନୁରାଗ ସିଂ ଠାକୁର(Anurag Thakur) ସୋସିଆଲ ମିଡିଆ ଭାଇରାଲ ହୋଇଥିବା ୨୦୦୦ ଟଙ୍କିଆ ନୋଟ ବନ୍ଦ ହେବାର ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ।

ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ମୃତ ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି

ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ, କୋଭିଡ-19 ମହାମାରୀ ମଧ୍ୟରେ ଭାରତକୁ ସ୍ଥାୟୀ ଅଭିବୃଦ୍ଧି ପଥକୁ ଫେରିବା ପାଇଁ ଗଭୀର ଏବଂ ବ୍ୟାପକ ସଂସ୍କାର ଆବଶ୍ୟକ । ଏହି ମହାମାରୀ ଯୋଗୁଁ ଦେଶର ସମ୍ଭାବ୍ୟ ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଚେତାବନୀ ଦେଇଛି । ରିଜର୍ଭ ବ୍ୟାଙ୍କ ଏହାର ମୂଲ୍ୟାଙ୍କନ ଏବଂ ଭବିଷ୍ୟତରେ କହିଛି ଯେ କୋଭିଡ-19 ମହାମାରୀ ବିଶ୍ୱ ଅର୍ଥନୀତିକୁ ଗୁରୁତର ଭାବେ ଭାଙ୍ଗି ଦେଇଛି । ଭବିଷ୍ୟତରେ ବିଶ୍ୱ ଅର୍ଥନୀତିର ଆକାର ଏହି କଥା ଉପରେ ନିର୍ଭର କରିବ ଯେ ଏହି ମହାମାରୀର ବିସ୍ତାର କିପରି ହେବ, ଏହି ମହାମାରୀ କେତେ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏହାର ଚିକିତ୍ସା ପାଇଁ ଟୀକା କେତେ ଦିନ ମଧ୍ୟରେ ଆସିବ ?