2000 Rupees: ରବିବାରରୁ ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍, ଜାଣନ୍ତୁ ଡେଡଲାଇନ ପରେ କେମିତି କରିବେ ଏକ୍ସଚେଞ୍ଜ?
Advertisement
Article Detail0/zeeodisha/odisha1904524

2000 Rupees: ରବିବାରରୁ ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍, ଜାଣନ୍ତୁ ଡେଡଲାଇନ ପରେ କେମିତି କରିବେ ଏକ୍ସଚେଞ୍ଜ?

2000 Rupees: ଆସନ୍ତାକାଲିଠୁ ଆଉ ଚାଲିବନି ୨ ହଜାର ଟଙ୍କିଆ ନୋଟ (2000 Rupees)। ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ, ଶନିବାର ଅର୍ଥାତ୍ ଅକ୍ଟୋବର ୭ ତାରିଖ ୨ ହଜାର ଟଙ୍କିଆ ନୋଟ ବଦଳିବାର ଶେଷ ତାରିଖ ଅଟେ । ଯଦି ଆପଣ ନିଜ ପାଖରେ ଥିବା ୨୦୦୦ ଟଙ୍କା ବଦଳାଇ ନାହାନ୍ତି ତାହାଲେ ଆଜି ତୁରନ୍ତ ଏହାକୁ ବଦଳାଇ ନିଅନ୍ତୁ ।

ସୌ(ସୋସିଆଲ ମିଡିଆ)

2000 Rupees Exchange Dateline: ଆସନ୍ତାକାଲିଠୁ ଆଉ ଚାଲିବନି ୨ ହଜାର ଟଙ୍କିଆ ନୋଟ (2000 Rupees)। ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ, ଶନିବାର ଅର୍ଥାତ୍ ଅକ୍ଟୋବର ୭ ତାରିଖ ୨ ହଜାର ଟଙ୍କିଆ ନୋଟ ବଦଳିବାର ଶେଷ ତାରିଖ ଅଟେ । ଯଦି ଆପଣ ନିଜ ପାଖରେ ଥିବା ୨୦୦୦ ଟଙ୍କା ବଦଳାଇ ନାହାନ୍ତି ତାହାଲେ ଆଜି ତୁରନ୍ତ ଏହାକୁ ବଦଳାଇ ନିଅନ୍ତୁ ।

ସୂଚନା ଅନୁଯାୟୀ, ରବିବାର ଠାରୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌ (2000 Rupees) । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୭ ତାରିଖ ଅର୍ଥାତ୍ ରବିବାର ଦିନଠାରୁ ଆଉ ବଜାରରେ ଚଳିବ ନାହିଁ ୨ ହଜାରିଆ ନୋଟ୍‌ । ଯଦି ଆପଣଙ୍କ ପାଖରେ ୨ ହଜାରିଆ ଟଙ୍କିଆ ନୋଟ୍‌ ରହିଯାଇଛି ତେବେ ଏହାକୁ ତୁରନ୍ତ ବ୍ୟାଙ୍କରେ ବଦଳାଇ ନିଅନ୍ତୁ । ନହେଲେ ସମସ୍ୟାରେ ପଡ଼ିପାରନ୍ତି । ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ, ଅକ୍ଟୋବର ୧ ତାରିଖ ପରେ ଆଉ ୨୦୦୦ ଟଙ୍କା ଚଳିବନାହିଁ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଦିନକ ପୂର୍ବରୁ ଅର୍ଥାତ୍ ଗତ ଶନିବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India)  ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍ ବଦଳି ସମୟସୀମା ବଢାଯାଇଥିଲା । ନୋଟ ବଦଳି ନେଇ ସେପ୍ଟେମ୍ବର ୩୦ ତାରିଖ ଶେଷ ତାରିଖ ହୋଇଥିବା ବେଳେ ଏହି ଅବଧିକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୭ ପ୍ରତିଶତ ନୋଟ ବ୍ୟାଙ୍କକୁ ଫେରିଥିବା ବେଳେ ୧୩ ପ୍ରତିଶତ ନୋଟ ଏପର୍ଯ୍ୟନ୍ତ ବଜାରରେ ରହିଛି । ୧୨,୦୦୦ କୋଟି ନୋଟ ଏଯାଏଁ ଫେରି ନଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikanta Das) ସୂଚନା ଦେଇଛନ୍ତି । ଯେଉଁମାନେ ଅକ୍ଟୋବର ୭ ତାରିଖ ସୁଦ୍ଧା ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିନାହାନ୍ତି ସେମାନେ ଆଉ ଏହାକୁ ବଦଳାଇପାରିବେ ନାହିଁ ।

େଡଲାଇନ ପରେ କେମିତି ବଦଳାଇବେ ହଜାର ଟଙ୍କିଆ ନୋଟ୍

ଯଦି ଆପଣ ଅବଧି ମଧ୍ୟରେ ନୋଟ ବଦଳାଇ ନାହାନ୍ତି ତାହାଲେ ରିଜର୍ଭ ବ୍ୟାଙ୍କର ଇସ୍ୟୁ କାର୍ଯ୍ୟାଳୟରେ (RBI issue office) ୨ ହଜାର ଟଙ୍କିଆ ନୋଟ୍‌ ବଦଳି କରିପାରିବେ । ଦେଶରେ ମୋଟ୍ ୧୯ଟି ଇସ୍ୟୁ କାର୍ଯ୍ୟାଳୟ ରହିଛି। ଯେଉଁମାନେ ଇସ୍ୟୁ କାର୍ଯ୍ୟାଳୟ ଆସି ଫେରସ୍ତ କରିପାରୁନାହାନ୍ତି, ସେମାନେ ଡାକ ମାଧ୍ୟମରେ ଆରବିଆଇକୁ ୨୦୦୦ ଟଙ୍କିଆ ନୋଟ ପଠାଇ ପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

Also Read-Plane Crash: ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଇ ଭାରତୀୟ ଟ୍ରେନି ପାଇଲଟ ମୃତ

Also Read-Asian Games 2023: କ୍ରିକେଟରେ ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ, ଜାଣନ୍ତୁ କିପରି ବିନା ବ୍ୟାଟିଂ କରି ପାଇଲା ପଦକ

ପ୍ରକାଶ ଥାଉ କି,  ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ବିମୁଦ୍ରୀକରଣ (Demonetisation) ଘୋଷଣା କରିବା ପରେ ବଜାରରେ ଦେଖାଦେଇଥିବା ନଗଦ ରାଶିର ଅଭାବ ପୂରଣ କରିବା ଲାଗି ୨୦୦୦ ଟଙ୍କିଆ ନୋଟ ଆସିଥିଲା। ଏହାସହ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହୋଇଥିଲା । ପରେ ଚଳିତ ବର୍ଷ ମେ’ ମାସ ୧୯ ତାରିଖରେ ଏହି ନୋଟ୍‌ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ଫଳରେ ମେ’ ୨୩ରୁ ନୋଟ୍ ବଦଳାଇବା (Note Exchange) ପ୍ରକ୍ରିୟା ଆରମ୍ଭ ହୋଇଥିଲା।