Asian Games 2023: କ୍ରିକେଟରେ ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ, ଜାଣନ୍ତୁ କିପରି ବିନା ବ୍ୟାଟିଂ କରି ପାଇଲା ପଦକ
Advertisement

Asian Games 2023: କ୍ରିକେଟରେ ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ, ଜାଣନ୍ତୁ କିପରି ବିନା ବ୍ୟାଟିଂ କରି ପାଇଲା ପଦକ

Asian Games 2023: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଛି । ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୋଇଥିଲା ।

Asian Games 2023 (ସୌ: ସୋସିଆଲ ମିଡିଆ)

IND vs AFG: ପୁରୁଷ ଭାରତୀୟ କ୍ରିକେଟ୍ ଦଳ ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଛି । ବର୍ଷା ଯୋଗୁଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ବାତିଲ ହୋଇଥିଲା । ମାନ୍ୟତାରେ ଶୀର୍ଷରେ ରହିଥିବା ଯୋଗୁଁ ଭାରତକୁ ବିଜେତା ଘୋଷିତ କରା ଯାଇଥିଲା । ଭାରତୀୟ ଦଳ ଏହାର ଆକାଉଣ୍ଟରେ ଆଉ ଏକ ସୁନା ଯୋଡିଛି । ବର୍ଷା ମ୍ୟାଚ୍ ବ୍ୟାହତ କରିଥିଲା ଓ ମ୍ୟାଚ୍ ଶେଷ ହୋଇପାରି ନ ଥିଲା ।

ହାଙ୍ଗଜୋରେ ଥିବା ପିଙ୍ଗଫେଙ୍ଗ କ୍ୟାମ୍ପସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ପସନ୍ଦ କରିଥିଲା । ବ୍ୟାଟିଂ କରିବାକୁ ଆସିଥିବା ଆଫଗାନିସ୍ତାନ ଦଳ ୧୮.୨ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ ସଂଗ୍ରହ କରିଥିଲା । ଏହା ପରେ ବର୍ଷା ବ୍ୟାଘାତ ସୃଷ୍ଟି କଲା ଓ ମ୍ୟାଚ୍ ଆଗକୁ ବଢ଼ିପାରି ନଥିଲା । ଆଫଗାନିସ୍ତାନ ପାଇଁ ଆରମ୍ଭ ଆଦୌ ଭଲ ନଥିଲା । ଦଳ ଦ୍ୱିତୀୟ ଓଭରରେ ୫ ରନ୍ ସ୍କୋରରେ ଦଳ ପ୍ରଥମ ୱିକେଟ୍ ହରାଇଥିଲା । ଓପନର୍ ଜୁବାଇଡ୍ ଆକବାରୀ ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ଏହା ପରେ ଆଫଗାନିସ୍ତାନ ତୃତୀୟ ଓଭରର ଶେଷ ବଲରେ ମହମ୍ମଦ ଶାହାଜାଦ (୪) ରୂପରେ ଦ୍ୱିତୀୟ ୱିକେଟ୍ ହରାଇଥିଲା । ତୃତୀୟ ଓଭରର ଦ୍ୱିତୀୟ ବଲରେ ନୁର ଅଲି ଜାଦ୍ରାନଙ୍କ ରୂପରେ ଆଫଗାନିସ୍ତାନ ତୃତୀୟ ୱିକେଟ୍ ହରାଇଥିଲା । ମାତ୍ର ୧ ରନ୍ ସ୍କୋର କରିବା ପରେ ଜାଦ୍ରାନ୍ ପାଭିଲିୟନକୁ ଫେରିଥିଲେ । ଯଦିଓ ଏହାପରେ ଆଫଗାନିସ୍ତାନ କିଛି ସମୟ ପାଇଁ ୱିକେଟ୍ ହାରାଇ ନ ଥିଲା, ଆଫସର ଜାଜାଇ (୧୫) ଦଶମ ଓଭରର ଚତୁର୍ଥ ବଲରେ ଆଉଟ୍ ହୋଇଥିଲେ । ତା’ପରେ ଦଳ ଏକାଦଶ ଓଭରର ଶେଷ ବଲରେ କରିମ ଜନତ (୧) ରୂପରେ ପଞ୍ଚମ ୱିକେଟ୍ ହରାଇଥିଲା ।

ଭାରତ କାହିଁକି ପାଇଲା ସ୍ୱର୍ଣ୍ଣ ପଦକ?

ବର୍ତ୍ତମାନ ଯଦି ଆମେ ଏହାର କାରଣ ଦେଖିବା, ଅନ୍ତର୍ଜାତୀୟ ସ୍ତରରେ ଟି-୨୦ ରେ ଆଫଗାନିସ୍ତାନ ଅପେକ୍ଷା ଭାରତୀୟ ଦଳର ମାନ୍ୟତା ଭଲ । ଏହି କାରଣରୁ ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚରେ ଭାରତୀୟ ଦଳକୁ ବିଜେତା ଘୋଷିତ କରାଯାଇଥିଲା । ଏହାପୂର୍ବରୁ ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ମହିଳା ଦଳ ମଧ୍ୟ ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା ।

ଯଦି ଆମେ ଏହି ଟୁର୍ଣ୍ଣାମେଣ୍ଟ ବିଷୟରେ ଆଲୋଚନା କରିବା, ର଼୍ୟାଙ୍କିଙ୍ଗ୍ ଆଧାରରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିଥିଲା ​। ପ୍ରଥମ ମ୍ୟାଚରେ ନେପାଳକୁ ଓ ପରେ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଭାରତ ପାଇଁ ୫୫ ରନର ଅପରାଜିତ ଇନିଂସ ଖେଳିଥିଲେ ତିଲକ ଭର୍ମା। କ୍ୱାର୍ଟର ଫାଇନାଲରେ ୟଶାସଭି ଜୌସୱାଲ ଭାରତ ପାଇଁ ଏକ ଶତକ ହାସଲ କରିଥିଲେ । ଏହା ସହିତ ଏସୀୟାନ ଗେମ୍ସରେ କ୍ରିକେଟ୍ ପ୍ରତିଯୋଗିତା ଶେଷ ହୋଇଛି ।